Categories: ସ୍ପେଶାଲ

ପକେଟ ମନି ପାଇଁ ବାର୍‌ ଟେଣ୍ଡର ଭାବେ କାମ କରୁଥିଲେ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା, ଜାଣନ୍ତୁ ତାଙ୍କ କାହାଣୀ

ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ବିଷୟରେ କ’ଣ ଆପଣମାନେ ଜାଣିଛନ୍ତି କି ? ସେ କିପରି ନିଜର ପରିଚୟ ସୃଷ୍ଟି କଲେ ? ତାଙ୍କର ମାସିକ କେତେ ଆୟ କରନ୍ତି ? ତାଙ୍କ ଜୀବନଶୈଳୀ କ’ଣ ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ହୁଏତ ଆସିଥାଇପାରେ।

ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ଭାବେ ଏଞ୍ଜେଲା ମର୍କଲ ଜଣାଶୁଣା। ସେ ଏବେ ୨୦୦୫ରୁ ଜର୍ମାନୀର ଫେଡେରାଲ ଚାନ୍ସଲର ରହିଛନ୍ତି। ୧୯୫୪ ମସିହା ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏଞ୍ଜେଲା। ପ୍ରଥମେ ଏଞ୍ଜେଲା କାସନର ଭାବେ ଜଣାଶୁଣା ଥିବା ଏହି ମହିଳା ପରେ ନିଜର ନାମକୁ ପରିବର୍ତ୍ତନ କରି ଏଞ୍ଜେଲା ମର୍କଲ କରିଥିଲେ। ବିବାହ କରିବାର ମାତ୍ର ୪ ବର୍ଷ ପରେ ଏଞ୍ଜେଲାଙ୍କ ଛାଡପତ୍ର ହୋଇଥିଲା। ଏହା ପରେ କିଛି ବର୍ଷ ମଧ୍ୟରେ ସେ ଦ୍ୱିତୀୟ ବିବାହ କରିଥିଲେ।

୧୯୯୦ରେ ଏଞ୍ଜେଲା ପ୍ରଥମେ ‘ଡେମୋକ୍ରିଟାଇଜନର ଅଫବ୍ରେକ’ ପ୍ରବକ୍ତା ବନିଥିଲେ, ଯିଏକି ସେହି ବର୍ଷ ରାଜନୀତିକ ପାର୍ଟି ସିଡିୟୁ ଯୋଗ ଦେଇଥିଲେ। କିଛି ମାସ ପରେ ସରକାର ତାଙ୍କୁ ଉପ ପ୍ରବକ୍ତା ଭାବେ ନିଯୁକ୍ତ କରିଥିଲେ। ଏହା ପରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଜିତିଥିଲେ। ୧୯୯୧ରେ ମହିଳା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ଭାବେ ଯୋଗ ଦେଲେ। ୧୯୯୪ରେ ପରିବେଶ ମନ୍ତ୍ରୀ ହେବା ପରେ ୨୦୦୦ ପାର୍ଟି ମୁଖ୍ୟ ଭାବେ ଯୋଗ ଦେଲେ। ତାପରେ ୨୦୦୫ ସେ ନିର୍ବାଚନ ଜିତି ଚାନ୍ସଲର ଭାବେ ନିର୍ବାଚିତ ହେଲେ।

ଏଞ୍ଜେଲା ଜଣେ ଭଲ ଛାତ୍ରୀ ରହିଥିଲେ। ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ ପକେଟ ମନି ପାଇଁ ବାର ଟେଣ୍ଡର ଭାବେ କାମ କରୁଥିଲେ। ସେ ଏପର୍ଯ୍ୟନ୍ତ ମଧ୍ୟ ନିଜ ସ୍ୱାମୀଙ୍କ ପାଇଁ ନିଜେ ଜଳଖିଆ ପ୍ରସ୍ତୁତ କରିଥାନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ହେବା ସତ୍ତ୍ୱେ ସାଧାରଣ ଜୀବନ ଅତିବାହିତ କରିନ୍ତି ଏଞ୍ଜେଲା। ଏଞ୍ଜେଲାଙ୍କ ସମ୍ପତ୍ତି ମୂଲ୍ୟ ପାଖାପାଖି ୭୪ କୋଟି ଟଙ୍କା। ଯାହା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ପତ୍ତି ଠାରୁ ଅଧିକ। ତାଙ୍କ ବର୍ଷକୁ ଆୟ ୧୦ କୋଟି ଟଙ୍କା।

ଏଞ୍ଜେଲା ଜର୍ମାନୀରେ ମୁଟ୍ଟୀ (ମା’) ନାମରେ ଲୋକପ୍ରିୟ। ଏଞ୍ଜେଲା ବୁର୍ଖା ପ୍ରଥାର ଘୋର ବିରୋଧୀ। ଜର୍ମାନୀରେ ବୁର୍ଖା ପିନ୍ଧିବାକୁ ବାରଣ କରାଯାଏ। ଏହାଛଡା ଉତ୍ତର କୋରିଆ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଘଟଣାରେ ଟ୍ରମ୍ପଙ୍କ ବିରୋଧରେ ବୟାନ ଦେଇଥିଲେ ଏଞ୍ଜେଲା।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

39 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

45 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago