Categories: ସ୍ପେଶାଲ

ଚମତ୍କାରୀ ବିନାୟକ ମନ୍ଦିର, ଯେଉଁଠାରେ ଲଗାତାର ବଢିଚାଲିଛି ପ୍ରତିମାର ଆକାର

ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କର ଅନେକ ମନ୍ଦିର ରହିଛି। ଏହି ମନ୍ଦିରମାନଙ୍କ ମଧ୍ଯରୁ ଚିତ୍ତୁରର ବିଘ୍ନହର୍ତା କନିପକ୍କମ ଗଣପତି ମନ୍ଦିର ସ୍ବତନ୍ତ୍ର। ଏହି ମନ୍ଦିର ଅନ୍ଯ ସବୁ ମନ୍ଦିର ଠାରୁ ଭିନ୍ନ। କାରଣ ଏହି ବିଶାଳ ମନ୍ଦିର ନଦୀ ମଝିରେ ଅବସ୍ଥିତ ହେବା ସହ ମନ୍ଦିରରେ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିର ଆକାର ମଧ୍ଯ ବଢିବାରେ ଲାଗିଛି। ମାନ୍ଯତା ରହିଛି ଏହି ମନ୍ଦିରରେ ଥିବା ଭଗବାନ ଗଣେଶ ଭକ୍ତମାନଙ୍କର ସମସ୍ତ ବିଘ୍ନ ହରଣ କରିଥାନ୍ତି। ଭକ୍ତିମୟ ପରିବେଶ ଏବଂ ଅନେକ ଚମତ୍କାରୀ ରହସ୍ଯ ମଧ୍ଯରେ ଭରି ରହିଥିବା ଏହି କନିପକ୍କମ ବିନାୟକ ମନ୍ଦିର ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଅବସ୍ଥିତ।

ଜାଣନ୍ତୁ ମନ୍ଦିର ତିଆରି ହେବାର କାହାଣୀ:

ମନ୍ଦିର ତିଆରି ହୋବର କାହାଣୀ ମଧ୍ଯ ରୋଚକ। କୁହାଯାଉଛି ତିନି ଜଣ ଭାଇ ଥିଲେ, ସେମାନଙ୍କ ମଧ୍ଯରୁ ଜଣେ ଖନା, ଜଣେ ବଧିର ଏବଂ ଅନ୍ଯ ଜରେ ଅନ୍ଧ ଥିଲେ। ଏହି ତିନି ଭାଇ ମିଶି ନିଜ ଜୀବନ ବ୍ଯାପନ କରିବା ପାଇଁ ଏକ ଛୋଟ ଜମି କିଣିଥିଲେ। ସେହି ଜମିରେ ଚାଷ କରିବା ପାଇଁ ପାଣିର ଆବଶ୍ଯକତା ଥିବାରୁ ତିନି ଭାଇ ମିଶି ଗୋଟିଏ କୂଅ ଖୋଳିବା ଆରମ୍ଭ କରିଥିଲେ, ଯାହା ପୂର୍ବରୁ ସୁଖି ଯାଇଥିଲା। ତିନି ଭାଇ ମିଶି ଅନେକ ସମୟ ଖୋଳିବା ପରେ ପାଣି ବାହାରି ଥିଲା। ଏହାପରେ ଆଉ ଟିକିଏ ଖୋଳିବା ପରେ ଗୋଟିଏ ପଥର ଦେଖାଯାଇଥିଲା। ଯାହାକୁ ଖୋଳିବା ସମୟରେ ହିଁ ରକ୍ତର ଧାରା ବୋହିବାକୁ ଲାଗିଥିଲା। ଏହାପରେ ଅଳ୍ପ କିଛି ସମୟରେ କୂଅର ସବୁ ପାଣି ନାଲି ହୋଇଗଲା। ଏହି ଚମତ୍କାର ହେବା ପରେ ମାତ୍ରେ ହିଁ ମୁକ, ବଧିର ଏବଂ ଅନ୍ଧ ଥିବା ତିତି ଭାଇ ସମ୍ପୂର୍ଣ୍ଣ ଠିକ ହୋଇଗଲେ। ଶେଷରେ ଏହି ଚମତ୍କାରୀତା ବିଷୟରେ ଗ୍ରାମବାସୀ ଜାଣିବା ପରେ ଏକତ୍ରିତ ହେବା ପରେ ସେଠାରେ ସ୍ବୟଂ ଭଗବାନ ଗଣେଶଙ୍କ ପ୍ରତିମା ଦେଖାଯାଇଥିଲା, ଯାହା ଆଜି ମଧ୍ଯ ସେହି ପାଣି ମଧ୍ଯରେ ଅବସ୍ଥିତ। ଏହାର ସ୍ଥାପନା ୧୧ ଶତାଦ୍ଦୀରେ ଚୋଳ ରାଜା କୁଳୋତୁଂଗ ଚୋଳ ସ୍ଥାପନା କରିଥିଲେ। ଏହି ମନ୍ଦିରର ବିସ୍ତାର ୧୩୩୬ରେ ବିଜୟ ନଗର ସାମ୍ରାଜ୍ଯରେ ପ୍ରତିଷ୍ଠା କରାଯାଇଥିଲା।

ଏହାବ୍ଯତୀତ କୁହାଯାଇଥାଏ ଏହି ମନ୍ଦିରରେ ଅବସ୍ଥିତ ଥିବା ବିନାୟକଙ୍କ ପ୍ରତିମାର ଆକାର ଦିନକୁ ଦିନ ବଢିବାରେ ଲାଗିଛି। ଏହି କଥା ଆପଣମାନଙ୍କୁ ଆଶ୍ଚର୍ଯ୍ଯ ଲାଗିଲେ ମଧ୍ଯ ବିଲକୁଲ୍ ସତ। ଲୋକମାନଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଗବାନ ଗଣେଶଙ୍କ ଏହି ପ୍ରତିମାର ଆକାର ବଢିଥାଏ। କୁହାଯାଇଥାଏ ବିନାୟକଙ୍କ ଜଣେ ଭକ୍ତ ଶ୍ରୀ ଲକ୍ଷ୍ମୀଆମ୍ମା ଭଗବାନଙ୍କୁ କବଚ ଭେଟି ଦେଇଥିଲେ, କିନ୍ତୁ ପ୍ରତିମାର ଆକାର ବଢିବା କାରଣରୁ ବର୍ତ୍ତମାନ ସେହି କବଚ ପିନ୍ଧାଇ ହେଉନାହିଁ।

ଏହାସହ ପଢନ୍ତୁ: ହାତରେ ବାନ୍ଧୁଥିବା ସଂକଳ୍ପ ସୂତ୍ରର କ’ଣ ରହିଛି ମହତ୍ୱ, ଏହା କିପରି କରିଥାଏ ଆପଣଙ୍କର ରକ୍ଷା

ଉଲ୍ଲେଖ ରହିଛି ଯେ କୌଣସି ବ୍ଯକ୍ତି ଯେତେ ପାପୀ ହୋଇଥିଲେ ମଧ୍ଯ ଯଦି ଏହି କନିପକ୍କମ ଗଣେଶଙ୍କର ଦର୍ଶନ କରିଥାନ୍ତି ତେବେ ସେହି ବ୍ଯକ୍ତିଙ୍କର ସମସ୍ତ ପାପ କ୍ଷୟ ହୋଇଯାଇଥାଏ। ଏହାବ୍ଯତୀତ ଯଦି କୌଣସି ବ୍ଯକ୍ତି ନିଜ ପାପ ଦୋଷରୁ ମୁକ୍ତି ପାଇବା ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଆସିଥାନ୍ତି ତେବେ ସେହି ବ୍ଯକ୍ତିମାନଙ୍କ ପାଇଁ ଏକ ନିୟମ ରହିଛି। ନିୟମ ହେଉଛି ବ୍ଯକ୍ତି ଜଣକ ସେହି ନଦୀରେ ସ୍ନାନ କରି ଭଗବାନ ବିନାୟକଙ୍କୁ ପୁଣି ଥରେ ଏଭଳି ଭୁଲ କରିବେ ନାହିଁ ବୋଲି କ୍ଷମା ପ୍ରାର୍ଥନା କରି ଭଗବାନଙ୍କୁ ଦର୍ଶନ କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

36 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

42 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago