ସ୍ପେଶାଲ

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଏଠାରେ ମହିଳାଙ୍କ ଆଙ୍ଗୁଠିକୁ କଟାଯାଏ, ଜାଣନ୍ତୁ ଏ ସ୍ଥାନର ରହସ୍ୟ

ଦୁନିଆରେ ଏମିତି ଅନେକ ଭୟଙ୍କର ପରମ୍ପରା ରହିଛି ଯାହାକୁ ଜାଣିଲେ ହୁଏତ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ତେବେ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଅଜବ ପରମ୍ପରା ମଧ୍ୟ ରହିଛି । ଶୁଣିଲେ ଯେତିକି ଭୟ ଲାଗେ ତାଠୁ ଅଧିକ ଏହା ଭୟଙ୍କର ହୋଇଥାଏ । କିଛି ଦେଶରେ ଅଜବ ପରମ୍ପରା ଉପରେ ସରକାର ରୋକ ଲଗାଇଛନ୍ତି । କିନ୍ତୁ କିଛି ସ୍ଥାନ ଏମିତି ରହିଛି ଯେଉଁଠି ନାରୀ ମାନଙ୍କୁ ରହିଥିବା ଏକ ଅଜବ ପରମ୍ପରା ଶୁଣି ଆପଣଙ୍କୁ ଅତ୍ୟନ୍ତ ମର୍ମାହିତ କରିବ ।

ଏଠାରେ ପରିବାରର କେହି ସଦସ୍ୟଙ୍କ ମୃତ୍ୟୁ ପରେ ମହିଳାଙ୍କ ଆଙ୍ଗୁଠିକୁ କଟାଯାଏ । ଏଭଳି ଖତରନାକ ପରମ୍ପରା ଶୁଣିଲେ ସତରେ ମନରେ ଭୟ ଆସିଯାଉଛି । କାହାର ଆଙ୍ଗୁଠି ଟିକେ କଟିଗଲେ ବହୁତ କଷ୍ଟ ହୁଏ । କିନ୍ତୁ ଏଠାରେ ସମ୍ପୂର୍ଣ୍ଣ ଆଙ୍ଗୁଠିକୁ କାଟିଦିଆଯାଏ । ପରମ୍ପରା ନାଁରେ ଏଭଳି କାର୍ଯ୍ୟ ଏବେ ବି ଏହି ସ୍ଥାନରେ ହେଉଛି । ଯନ୍ତ୍ରଣାକୁ କମ କରିବା ପାଇଁ ପୁରା ପରିବାର ସେହି ମହିଳାଙ୍କ ସହ ରହିଥାଏ । ଏହି ସ୍ଥାନ ଇଣ୍ଡୋନେସିଆରେ ରହିଛି । ଏଠାରେ ରହୁଥିବା ଜନଜାତି ପରିବାରରେ ଏଭଳି ଅଜବ ପରମ୍ପରା ଦେଖିବାକୁ ମିଳେ ।

ଦାନୀ ଜନଜାତି ପରିବାରରେ କାହାର ମୃତ୍ୟୁ ହୋଇଗଲେ ଏଠାରେ ଥିବା ମହିଳାଙ୍କର ଆଙ୍ଗୁଠି କାଟିଦିଆଯାଏ । ଯନ୍ତ୍ରଣା ମଧ୍ୟ ସହିବାକୁ ପଡେ । ଏଠାରେ ମହିଳାଙ୍କର ଆଙ୍ଗୁଠିର ଅଧା ଭାଗକୁ କାଟିଦିଆଯାଏ । ମାନ୍ୟତା ଅନୁଯାୟୀ ଏଠାରେ ମହିଳାଙ୍କ ଆଙ୍ଗୁଠି କାଟିଦେବା ପରେ ମରିବା ଲୋକର ଆତ୍ମାକୁ ଶାନ୍ତି ମିଳିଥାଏ । କେବଳ ମହିଳା ନୁହେଁ ବରଂ ପରମ୍ପରା ନାଁରେ ଏଠାରେ କିଛି ଛୋଟ ପିଲାଙ୍କର ଆଙ୍ଗୁଠି ମଧ୍ୟ କଟାଯାଏ । ତେବେ ଏହାଉପରେ ସରକାର ରୋକ ଲଗାଇବା ସତ୍ତ୍ୱେ ମଧ୍ୟ ଲୁଚି ଛପି ଏହାକୁ ପାଳନ କରାଯାଉଥିବାର ଶୁଣିବାକୁ ମିଳେ । ପଶ୍ଚିମ ନୁୂ୍ୟ ଗିନୀ ସହରରେ ଏହି ଜନଜାତି ରୁହନ୍ତି । ଏଠାରେ ପୁରୁଷ ଲୋକଙ୍କ ମୃତ ଶରୀରକୁ ମମି ଆକାରରେ ରଖାଯାଏ ।

D Sonali

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

4 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago