ମନୋରଂଜନ

‘ତାରକ ମେହେତା କା ଉଲ୍‌ଟା ଚଷମା’ରେ ଏବେ ଏହି ଅଭିନେତା ହେବେ ନଟ୍ଟୁ କାକା!

‘ତାରକ ମେହେତା କା ଉଲ୍‌ଟା ଚଷମା’ ଗତ ୧୩ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଶୋ’ ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି। ଟିଆରପି ତାଲିକାରେ ଏହା ଟପ୍‌ ୫ ମଧ୍ୟରେ ସବୁବେଳେ ରହିଥାଏ। ତେବେ ନିକଟରେ ଶୋ’ରେ ନଟ୍ଟୁ କାକା ଭୂମିକାରେ ଅଭିନୟ କରୁଥିବା ଧନଶ୍ୟାମ ନାୟକଙ୍କ ପରଲୋକ ହୋଇଛି। ଫଳରେ ତାଙ୍କ ସ୍ଥାନ ଖାଲି ପଡ଼ିଛି। କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ ଶୋ’ର ଟିମ୍‌ ଜଣେ ନୂଆ ନଟ୍ଟୁ କାକାଙ୍କୁ ଆଣୁଛନ୍ତି।

ରିପୋର୍ଟ ମୁତାବକ, ତାରକ ମେହେତା କା ଉଲ୍‌ଟା ଚଷମାର ଟିମ୍‌ ନଟ୍ଟୁ କାକାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ନୂଆ କଳାକାରଙ୍କୁ ଖୋଜି ସାରିଛନ୍ତି। ଟିମ୍‌ ପକ୍ଷରୁ ଏନେଇ ଅଫିସିଆଲି ସୂଚନା ମିଳିନଥିଲେ ମଧ୍ୟ ଉକ୍ତ ଅଭିନେତା ହିଁ ନଟ୍ଟୁ କାକା ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ ମିଡିଆରେ ଏକ ଫ୍ୟାନ୍‌ କ୍ଲବ୍‌ ଦାବି କରିଛି ଯେ ତାରକ ମେହେତା କା ଉଲ୍‌ଟା ଚଷମାକୁ ନୂଆ ନଟ୍ଟୁ କାକା ମିଳିଯାଇଛି। ଏଥିସହ ଫ୍ୟାନ୍‌ କ୍ଲବ୍‌ ପକ୍ଷରୁ ଏକ ଫଟୋ ବି ସେୟାର କରାଯାଇଛି। ଏହି ଫଟୋରେ ନଟ୍ଟୁ କାକାଙ୍କ ଚେୟାରରେ ଜଣେ ବ୍ୟକ୍ତି ବସିଥିବା ଦେଖାଯାଇଛି। ଏଣୁ ଆଶା କରାଯାଉଛି ଯେ ଏହି ବ୍ୟକ୍ତି ହିଁ ଆଗକୁ ଶୋ’ରେ ନଟ୍ଟୁ କାକା ଭାବେ ଅଭିନୟ କରିବେ। ତେବେ ତାରକ ମେହେତା କା ଉଲ୍‌ଟା ଚଷମା ଟିମ୍‌ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

19 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

29 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago