Categories: ସ୍ପେଶାଲ

କଣ ହୋଇଥାଏ ଯେତେବେଳେ ଆମେ ଖାଇ ଦେଇଥାଉ ଏକ୍ସପାୟରି ଔଷଧ

ଆମେ ସମସ୍ତେ ଶୁଣି ଆସୁଛୁ ଯେ କୌଣସି ଔଷଧର ଏକ୍ସପାୟରି ଡେଟ ଚାଲିଯିବା ପରେ ତାକୁ ତୁରନ୍ତ ଫୋପାଡ଼ି ଦେବା ଉଚିତ । ଏକ୍ସପାୟରି ଡେଟ ସେହି ତାରିଖ ହୋଇଥାଏ ଯେଉଁ ତାରିଖ ପରେ ଔଷଧର ପ୍ରଭାବ ଶେଷ ହୋଇଯାଏ। ଅନ୍ୟ କିଛି ଲୋକ ଏକ୍ସପାୟରି ଡେଟକୁ ଏକ ଭ୍ରମ ବୋଲି କହିଥାନ୍ତି ଏବଂ ଦୁଇ ତିନି ବର୍ଷର ପୁରୁଣା ଔଷଧକୁ ବି ଖାଇବାକୁ ଭୁଲନ୍ତି ନାହିଁ । ସାଧାରଣତଃ ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଏହା ଜାଣିନଥିବେ ଯେ ଏକ୍ସପାୟରିର ଅର୍ଥ କଣ ଏବଂ ଏକ୍ସପାୟରି ହୋଇଯାଇଥିବା ଔଷଧ ଖାଇବା ଠିକ ନା ଭୁଲ। ତାହେଲେ ଆସନ୍ତୁ ପ୍ରଥମେ ଜାଣିବା ଔଷଧର ଏକ୍ସପାୟରି ଡେଟ ମାନେ କଣ ?

ଏକ୍ସପାୟରି ଡେଟ୍‌ କଣ ?

ସର୍ବପ୍ରଥମେ ଏହା ଜାଣିବା ଜରୁରୀ ଯେ ପ୍ରକୃତରେ କୌଣସି ଔଷଧ ଏକ୍ସପାୟର ହେବାର ମାନେ କଣ। ଆପଣ ଯେକୌଣସି ଔଷଧ କିଣନ୍ତୁ କିମ୍ବା ସ୍ୱାସ୍ଥ୍ୟ ସହ ଜଡିତ ଯେକୌଣସି ସାମଗ୍ରୀ ଆଣନ୍ତୁ ଆପଣଙ୍କୁ ସେଥିରେ ଦୁଇଟି ତାରିଖ ସ୍ପଷ୍ଟ ନଜର ଆସିବ । ସେଥିମଧ୍ୟରୁ ଗୋଟିଏ ହେଉଛି ମ୍ୟାନୁଫ୍ୟାକଚରିଂ ଡେଟ୍‌ ବା ଔଷଧ ପ୍ରସ୍ତୁତ କରାଯାଇଥିବା ତାରିଖ ଏବଂ ଅନ୍ୟଟି ହେଉଛି ଏକ୍ସପାୟରି ଡେଟ୍‌ ବା ଔଷଧର ପ୍ରଭାବ ଶେଷ ହେବାର ଦିନ । ଏହି ତାରିଖ ପରେ ଯଦି କେହି ଔଷଧକୁ ବ୍ୟବହାର କରେ ଏବଂ ତା ଦ୍ୱାରା କିଛି କ୍ଷତି ହୁଏ ତେବେ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଦାୟୀ ରହିବେ ନାହିଁ । ଏକ୍ସପାୟରି ଡେଟ୍‌ ଏକ ବୈଧାନିକ ଚେତାବନୀ ।

ସାଧାରଣତଃ ଔଷଧ ଏକ ପ୍ରକାରର କେମିକାଲରୁ ହିଁ ପ୍ରସ୍ତୁତ ହୋଇଥାଏ । ସବୁ କେମିକାଲର ଏକ ବିଶେଷ ପ୍ରଭାବ ମଧ୍ୟ ରହିଥାଏ । ସମୟ ବିତିବା ସହିତ ଏହାର ପ୍ରଭାବରେ ପରିବର୍ତ୍ତନ ହୋଇଥାଏ । ତାପମାତ୍ରା, ଜଳବାୟୁ, ଆର୍ଦ୍ରତା ଆଦି କାରଣରୁ ଅନେକ ଥର ସମୟ ସହିତ ଔଷଧର ପ୍ରଭାବ ମଧ୍ୟ ଧୀରେ ଧୀରେ କମିବାରେ ଲାଗେ । ଏହି କାରଣରୁ ଔଷଧର ସାଇଡ ଇଫେକ୍ଟ ବା ଖରାପ ପ୍ରଭାବ ମଧ୍ୟ ହୋଇଥାଏ । ସେଥିପାଇଁ ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ କୌଣସି ପ୍ରକାରର ଆଇନଗତ ଝାମେଲାରୁ ବଂଚିବା ପାଇଁ ନିଜର ଉତ୍ପାଦ ଉପରେ ଏକ ନିର୍ଦ୍ଧାରିତ ତାରିଖ ଲେଖିଥାନ୍ତି ।

ଏକ୍ସପାୟରି ହେବା ମାତ୍ରେ ଔଷଧ ଖରାପ ହୋଇଯାଏ କି ?

ଆମେରିକାର ମେଡିକାଲ ସଂଗଠନ (AMA) ୨୦୦୧ ମସିହାରେ ଏକ ଗବେଷଣା କରିଥିଲେ । ଯେଉଁଥିରେ ସେମାନେ ୧୨୨ଟି ଭିନ୍ନ ଭିନ୍ନ ପ୍ରକାର ଔଷଧର ଟିକିନିଖି ଯାଞ୍ଚ କରିଥିଲେ । ଏହି ସ୍ଥିରତା ଆଧାରରେ AMA ପାଖାପାଖି ୮୮ ପ୍ରତିଶତ ଔଷଧର ଏକ୍ସପାୟରି ଡେଟ୍‌କୁ ୬୬ ମାସ ଲେଖାଏଁ ଆଗକୁ ବଢ଼ାଇ ଦେଇଥିଲେ । ଯାହାର ଅର୍ଥ ହେଉଛି ଅଧିକାଂଶ ଔଷଧର କାର୍ଯ୍ୟ କ୍ଷମତା ସେଗୁଡିକ ଉପରେ ଲେଖା ଯାଇଥିବା ଏକ୍ସପାୟରି ଡେଟ୍‌ ଠାରୁ ଅଧିକ ହୋଇଥାଏ । ଯେଉଁ ଔଷଧ ଗୁଡିକର ଏକ୍ସପାୟରି ଡେଟ୍‌କୁ ଆଗକୁ ବଢା ଯାଇଥିଲା ସେଥିମଧ୍ୟରେ amoxicillin, ciprofloxacin, morphine sulfate ଇତ୍ୟାଦି ରହିଥିଲା । ଯଦିଓ ୧୮ ପ୍ରତିଶତ ଔଷଧଗୁଡିକୁ ଏକ୍ସପାୟରି ଡେଟ ସହିତ ଫୋପାଡ଼ି ଦିଆଯାଇଥିଲା ।

ଏକ୍ସପାୟରି ଔଷଧ ଖାଇ ପାରିବେ କି ?

ଏକ୍ସପାୟରି ଔଷଧ ଖାଇବା ଉଚିତ କି ନୁହେଁ ? ଯଦିଓ ଏ ବିଷୟରେ ଏପର୍ଯ୍ୟନ୍ତ ସଠିକ ତଥ୍ୟ ମିଳି ପାରିନାହିଁ କିନ୍ତୁ ସୂଚନା ଅନୁଯାୟୀ ଯଦି କୌଣସି ଟାବଲେଟ କିମ୍ବା କ୍ୟାପସୁଲ ଭାବେ ରହିଛି ତାହେଲେ ତାର ପ୍ରଭାବ ଏକ୍ସପାୟରି ଡେଟ ପରେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ ତାକୁ ଖାଇ ହେବ । ତେବେ ସିରପ, ଆଖି ଓ କାନରେ ପକା ଯାଉଥିବା ଡ୍ରପ ଏବଂ ଇଞ୍ଜେକ୍ସନ ଆଦିକୁ ବ୍ୟବହାର କରିବା ଉଚିତ ନୁହେଁ ।

ଏକ୍ସପାୟରି ପରେ କେଉଁ କେଉଁ ଔଷଧ ଜହର ହୋଇଯାଇଥାଏ ?

  • ମେଡିକାଲ ଆସୋସିଏସନ ତରଫରୁ କିଛି ଏପରି ଔଷଧ ବିଷୟରେ କୁହାଯାଇଛି ଯାହାକୁ ଏକ୍ସପାୟରି ଡେଟ ପରେ କେବେବି ବ୍ୟବହାର କରିବା ଉଚିତ ନୁହେଁ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଔଷଧ ।
  • ଇନ୍‌ସୁଲିନ୍‌ : ଡାଇବେଟିସ ରୋଗୀମାନଙ୍କ ପାଇଁ ଏହି ଔଷଧ ବହୁତ ଜରୁରୀ କିନ୍ତୁ ଏକ୍ସପାୟରି ଡେଟ ପରେ ଏସବୁ ଔଷଧ ଖରାପ ହୋଇଯାଇଥାଏ ।
  • ନାଇଟ୍ରୋଗ୍ଲିସେରିନ: ହାର୍ଟ ରୋଗୀଙ୍କର ଛାତିରେ ଯନ୍ତ୍ରଣା ହେବା ବେଳେ ଏହି ଔଷଧ ଦିଆଯାଇଥାଏ । ତେବେ ଏହାକୁ ଖୋଲିବା ମାତ୍ରେ ଏହାର ପ୍ରଭାବ ଅତି ଶୀଘ୍ର ଶେଷ ହୋଇଯାଇଥାଏ ।
  • ଠିକ ସେହିପରି ରକ୍ତ, vaccine ଭଳି ଔଷଧକୁ କେବେ ବି ନିର୍ଦ୍ଧାରିତ ସମୟ ପରେ ବ୍ୟବହାର କରିବା ଉଚିତ ନୁହେଁ ।
  • ଆଖିରେ ପକାଯାଉଥିବା ଡ୍ରପ କିମ୍ବା ଅନ୍ୟ କୌଣସି ଲିକୁଇଡ୍‌ ଔଷଧକୁ ଏକ୍ସପାୟରି ପରେ ତୁରନ୍ତ ଫୋପାଡ଼ିଦେବା ଆବଶ୍ୟକ । ଅନେକ ସମୟରେ ଏହା ଖରାପ ହୋଇଯାଇଥିବାର ସ୍ପଷ୍ଟ ଜଣାପଡ଼େ ।

ଅନେକ ସମୟରେ ଆମେ ଇଣ୍ଟରନେଟରେ ପଢି ନିଜକୁ ଜଣେ ବଡ଼ ଡାକ୍ତର ବୋଲି ଭାବି ନେଇଥାଉ ଏବଂ ରୋଗ ସହ ଜଡିତ ନିଷ୍ପତ୍ତି ନିଜେ ହିଁ ନେଇଥାଉ । ମନେ ରଖନ୍ତୁ ଯଦି କୌଣସି ଔଷଧକୁ ନେଇ ଟିକିଏ ବି କିଛି ସନ୍ଦେହ ରହୁଛି ତାହେଲେ ଭଲ ହେବ ଯେ ତାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ । ଯାହା ଦ୍ୱାରା ଟଙ୍କା ନଷ୍ଟ ହୋଇପାରେ ସତ କିନ୍ତୁ ନିଜର କିମ୍ବା ନିଜ ପରିବାରର ଲୋକଙ୍କ ସ୍ୱାସ୍ଥ୍ୟ ନଷ୍ଟ ହେବ ନାହିଁ ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

6 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

7 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

21 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

22 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago