Categories: ରାଜ୍ୟ

ଭଦ୍ରକ: ପବିତ୍ର ସମ୍ପର୍କରେ ପାପର ଛିଟା, ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଭିଡିଓ ରଖି ଦାଦା କରୁଥିଲା ବ୍ଲାକମେଲ୍‌

ଭଦ୍ରକ(କେନ୍ୟୁଜ୍):  ପବିତ୍ର ସମ୍ପର୍କରେ ପାପର ଛିଟା । ପ୍ରଥମେ ନାବାଳିକା ଝିଆରୀକୁ ଦୁଷ୍କର୍ମ ଅଭିଯୋଗ । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ମୋବାଇଲରେ ରଖି ତିନି ମାସ ହେବ ବ୍ଲାକମେଲ୍‌ କରୁଥିଲା ସଂପର୍କୀୟ ଦାଦା । ଏ ସଂପର୍କରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଅଞ୍ଚଳରୁ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବିଚିତ୍ର ମାଝି ପୀଡିତାଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲା । ଏହାର ଭିଡିଓ ସୁଟିଂ କରି ବ୍ଲାକମେଲ୍‌ କରିଆସୁଥିଲା । ଏନେଇ ପୀଡିତାଙ୍କ ପରିବାର ଅଭିଯୁକ୍ତଙ୍କ ପରିବାରକୁ ପଚାରିବାରୁ ସେମାନେ ଓଲଟା ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତ ବିଚିତ୍ରକୁ ଗିରଫ କରିଛି । ଅଭିଯୁକ୍ତର ଦୁଇ ଭାଇଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

 

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

25 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago