ସ୍ପେଶାଲ

ଭାଗ୍ୟ ହେବ ତ ଏମିତି, ଚାଇନାର ଜଣେ ୨୮ ବର୍ଷ ବୟସ୍କ ବ୍ୟକ୍ତି ଜିତିଲେ ୭୯୫ କୋଟି ଟଙ୍କାର ଲଟେରୀ

ଶୀଘ୍ର ଧନୀ ହେବାକୁ କିଏ ବା ଚାହେଁ ନାହିଁ? ସମସ୍ତେ ଭାବନ୍ତି କିଭଳି ଭାବେ ଅଧିକ ପଇସା କମେଇବେ ଏବଂ ଏକ ବିଳାସପୂର୍ଣ୍ଣ ଜୀବନ ବିତାଇବେ । ହେଲେ ଧନୀ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ । କିନ୍ତୁ କିଛି ଏଭଳି ଲୋକ ମଧ୍ୟ ଥାନ୍ତି ଯେଉଁମାନଙ୍କ ଭାଗ୍ୟ ହଠାତ ଚମକିଉଠେ । ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ କିଛି ଲୋକଙ୍କର ଲଟେରୀ ଲାଗିଯାଏ ଆଉ ତାଙ୍କ ଭାଗ୍ୟ ଖୋଲିଯାଏ ଅର୍ଥାତ ସେମାନେ କୋଟିପତି ହୋଇଯାଆନ୍ତି । ତେବେ ବର୍ତ୍ତମାନ ଏହିପରି ଜଣେ ବ୍ୟକ୍ତି ଖୁବ ଚର୍ଚ୍ଚାରେ ଅଛନ୍ତି, ଯିଏ ଲଟେରୀ ଜିତିବା ମାତ୍ରେ ହିଁ କୋଟିପତି ହୋଇଯାଇଛନ୍ତି ଏବଂ ନିଜ ଦେଶରେ ପ୍ରସିଦ୍ଧ ହୋଇପାରିଛନ୍ତି, କାରଣ ତାଙ୍କ ଦେଶରେ ଅନ୍ୟ କେହି ଏଭଳି ଲଟେରୀ ଜିତିବାରେ ସକ୍ଷମ ହୋଇ ନାହାଁନ୍ତି ।

ଏହି ବ୍ୟକ୍ତି ଜଣଙ୍କ ଚାଇନାର ବାସିନ୍ଦା । ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଜଣେ ୨୮ ବର୍ଷ ବୟସ୍କ ବ୍ୟକ୍ତି ୯୬ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୭୯୫ କୋଟି ଟଙ୍କା ଲଟେରୀ ଜ୍ୟାକପଟ୍ ଜିତିଛନ୍ତି, ଯାହା ଚାଇନାର ସବୁଠୁ ବଡ ଜ୍ୟାକପଟ୍ । ଚାଇନା ୱେଲଫେୟାର ଲଟେରୀ ୱେବସାଇଟ୍ ଅନୁଯାୟୀ, ଲଟେରୀ ଜିତିଥିବା ଏହି ବ୍ୟକ୍ତି ଦକ୍ଷିଣ-ପଶ୍ଚିମ ଚାଇନାର ଗୁଇଜୋ ପ୍ରଦେଶର ବାସିନ୍ଦା । ତେବେ ଉକ୍ତ ବ୍ୟକ୍ତିଙ୍କ ନାମ ଏବେ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ପ୍ରତ୍ୟେକ ଥର ସାତୋଟି ନମ୍ବରର ସମାନ ସେଟରେ ବାଜି ଲଗାଇ ଟିକେଟ୍ ପିଛା ପ୍ରାୟ ୨୩ ଟଙ୍କା ଦେଇ ମୋଟ ୧୩୩ଟି ଟିକେଟ୍ କିଣିଥିଲେ ଏବଂ ପ୍ରତ୍ୟେକ ଟିକେଟରୁ ୫.୧୬ ମିଲିୟନ୍ ୟୁଆନ୍ ଅର୍ଥାତ ମୋଟ ଭାବରେ ୭୯୫ କୋଟି ଟଙ୍କା ଜିତିଥିଲେ । ଲଟେରୀ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ ଏହି ବ୍ୟକ୍ତି ଫେବୃଆରୀ ୭ ରେ ନିଜ ୭୯୫ କୋଟି ଟଙ୍କାର ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ । ରିପୋର୍ଟରେ କୁହାଯାଇଛି ଯେ ବ୍ୟକ୍ତିଗତ ଆୟକର ଆଇନର ନିୟମ ଅନୁଯାୟୀ ତାଙ୍କୁ ଲଟେରୀ ଆୟର ଏକ ପଞ୍ଚମାଂଶ ଟ୍ୟାକ୍ସ ଭାବରେ ଦେବାକୁ ପଡିବ ।

ବ୍ୟକ୍ତି ଜଣକ କହିଥିଲେ ଯେ ରାତିରେ ଲଟେରୀ ଅଧିକାରୀଙ୍କଠାରୁ ତାଙ୍କୁ ଏକ କଲ ଆସିଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ ସେ କୋଟି କୋଟି ମୂଲ୍ୟର ଲଟେରୀ ଜିତିଛନ୍ତି । ଏହା ଶୁଣିବା ପରେ, ତାଙ୍କ ଖୁସିର ସୀମା ନଥିଲା । ସେ ଏତେ ଉତ୍ସାହିତ ଥିଲେ ଯେ ସେ ସାରା ରାତି ଶୋଇ ପାରିନଥିଲେ । ଯଦିଓ ପ୍ରଥମେ ସେ ବିଶ୍ୱାସ କରିପାରିନଥିଲେ ଯେ ସେ ଏତେ ବଡ ଜ୍ୟାକପଟ୍ ଜିତିଛନ୍ତି, ତେଣୁ ସେ ଲଟେରୀ ଅଧିକାରୀଙ୍କ ସହ ଏହାକୁ ଅନେକ ଥର ନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ । ଏହା ପରେ, ପରଦିନ ସକାଳେ ସେ ସିଧା ଲଟେରୀ କାର୍ଯ୍ୟାଳୟକୁ ଯାଇ ଚେକ୍ ନେଇ ଆସିଥିଲେ । ତେବେ ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଯାହା ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

4 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

13 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

22 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

38 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

53 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago