କ୍ରୀଡା

ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ ଘୋଷଣା, ଟିମରୁ ଫେରିଲେ ବୁମରା

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ମଧ୍ୟରୁ ଆଉ ଗୋଟିଏ ବାକି ରହିଛି । ଏହି ସିରିଜର ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଭାରତ ୩-୧ରେ ସିରିଜରେ ଆଗୁଆ ରହିଛି । ଏହାରି ମଧ୍ୟରେ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ଏହି ଟେଷ୍ଟ ମ୍ୟାଚ ପାଇଁ ଟିମକୁ ଷ୍ଟାର ଖେଳାଳି ଜସପ୍ରୀତ ବୁମରା ଫେରିଛନ୍ତି । ବୁମରା ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିଲେ । ଏବେ ଧର୍ମଶାଳା ଟେଷ୍ଟକୁ ଫେରିଛନ୍ତି ।

ପ୍ରଥମେ ଦୁଇଟି ଟେଷ୍ଟ ପାଇଁ ଟିମ୍‌ ଘୋଷଣା ହୋଇଥିଲା । ଏଥିରେ ପ୍ରଥମ ମ୍ୟାଚରେ କିଛି ଖେଳାଳି ଆହତଜନିତ ସମସ୍ୟା ଯୋଗୁଁ ବାଦ୍‌ ପଡିଥିଲେ । ଓ୍ଵାଂଶିଟନ ସୁନ୍ଦର ଟିମ୍‌ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସାମିଲ ହୋଇଥିଲେ । ଏହାପରେ ଶେଷ ୩ଟି ମ୍ୟାଚ ପାଇଁ ସ୍କ୍ଵାଡ ଘୋଷଣା କରାଯାଇଥିଲା । ଏଥିରେ ସୁନ୍ଦରଙ୍କ ନାମ ଥିଲା । କିନ୍ତୁ ୫ମ ଟେଷ୍ଟ ଦଳରେ ତାଙ୍କ ନାମ ସାମିଲ ନାହିଁ ।

କେଏଲ ରାହୁଲ ଲଣ୍ଡନ ଚିକିତ୍ସା ପାଇଁ ଯାଇଥିବା ବେଳେ ଟିମରୁ ବାଦ୍‌ ପଡିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚରେ ଆହତ ଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍‌ ପଡିଥିଲେ । ବିସିସିଆଇ ତାଙ୍କୁ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ପାଇଁ ଟିମରୁ ବାଦ୍‌ ଦେଇଥିଲା ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ୍‌, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ(ଓ୍ଵିକେଟ କିପର), କେଏସ ଭାରତ (ଓ୍ଵିକେଟକିପର), ଦେବଦତ୍ତ ପାଡିକ୍କିଲ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ।

Swagatika

Recent Posts

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

17 mins ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

36 mins ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

37 mins ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

1 hour ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

1 hour ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

1 hour ago