ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା, ଟିମରୁ ଫେରିଲେ ବୁମରା
ଧର୍ମଶାଳା ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଏହି ଟେଷ୍ଟ ମ୍ୟାଚ ପାଇଁ ଟିମକୁ ଷ୍ଟାର ଖେଳାଳି ଜସପ୍ରୀତ ବୁମରା ଫେରିଛନ୍ତି । ବୁମରା ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିଲେ ।

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ମଧ୍ୟରୁ ଆଉ ଗୋଟିଏ ବାକି ରହିଛି । ଏହି ସିରିଜର ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଭାରତ ୩-୧ରେ ସିରିଜରେ ଆଗୁଆ ରହିଛି । ଏହାରି ମଧ୍ୟରେ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଏହି ଟେଷ୍ଟ ମ୍ୟାଚ ପାଇଁ ଟିମକୁ ଷ୍ଟାର ଖେଳାଳି ଜସପ୍ରୀତ ବୁମରା ଫେରିଛନ୍ତି । ବୁମରା ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିଲେ । ଏବେ ଧର୍ମଶାଳା ଟେଷ୍ଟକୁ ଫେରିଛନ୍ତି ।
ପ୍ରଥମେ ଦୁଇଟି ଟେଷ୍ଟ ପାଇଁ ଟିମ୍ ଘୋଷଣା ହୋଇଥିଲା । ଏଥିରେ ପ୍ରଥମ ମ୍ୟାଚରେ କିଛି ଖେଳାଳି ଆହତଜନିତ ସମସ୍ୟା ଯୋଗୁଁ ବାଦ୍ ପଡିଥିଲେ । ଓ୍ଵାଂଶିଟନ ସୁନ୍ଦର ଟିମ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସାମିଲ ହୋଇଥିଲେ । ଏହାପରେ ଶେଷ ୩ଟି ମ୍ୟାଚ ପାଇଁ ସ୍କ୍ଵାଡ ଘୋଷଣା କରାଯାଇଥିଲା । ଏଥିରେ ସୁନ୍ଦରଙ୍କ ନାମ ଥିଲା । କିନ୍ତୁ ୫ମ ଟେଷ୍ଟ ଦଳରେ ତାଙ୍କ ନାମ ସାମିଲ ନାହିଁ ।
କେଏଲ ରାହୁଲ ଲଣ୍ଡନ ଚିକିତ୍ସା ପାଇଁ ଯାଇଥିବା ବେଳେ ଟିମରୁ ବାଦ୍ ପଡିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚରେ ଆହତ ଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଥିଲେ । ବିସିସିଆଇ ତାଙ୍କୁ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ପାଇଁ ଟିମରୁ ବାଦ୍ ଦେଇଥିଲା ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ(ଓ୍ଵିକେଟ କିପର), କେଏସ ଭାରତ (ଓ୍ଵିକେଟକିପର), ଦେବଦତ୍ତ ପାଡିକ୍କିଲ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ।
🚨 NEWS 🚨#TeamIndia‘s squad for the 5th @IDFCFIRSTBank Test against England in Dharamsala announced.
Details 🔽 #INDvENG https://t.co/SO0RXjS2dK
— BCCI (@BCCI) February 29, 2024