Below header

ଏକ ତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ପ୍ରେମିକାକୁ ହତ୍ୟା କରିଛନ୍ତି ଜଣେ ପ୍ରେମିକ। ବିଚ୍‌ ରାସ୍ତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏମିତି ଏକ ଘଟଣା ଭୁବନେଶ୍ୱର କ୍ୟାପିଟାଲ ଥାନା ବାପୁଜିନଗର ଠାରେ ଘଟିଛି ।

ପ୍ରେମ ଅନ୍ଧ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏହି ପ୍ରେମରେ ଅନ୍ଧ ହୋଇ ଜଣେ ଏପରି କାଣ୍ଡ କରି ବସିବ ତାହା କେହି କେବେ ସ୍ୱପ୍ନରେ ଭାବିନଥିଲେ । ପ୍ରେମ ଉଭୟଙ୍କ ପକ୍ଷରୁ ହୋଇଥାଏ । ହେଲେ ସେହି ପ୍ରେମ ଯଦି ଏକତରଫା ହେବ ତାହା ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ନେଇଥାଏ । କାରଣ ଏକତରଫା ପ୍ରେମ ଜଣେ ଚାହୁଁନଥିବା ବେଳେ ଅନ୍ୟ ଜଣେ ତାଙ୍କ ପକ୍ଷରୁ ପ୍ରେମ କରିଥାଆନ୍ତି । ଆଉ ତାଙ୍କର ସେହି ପ୍ରେମ ନିବେଦନକୁ ଯଦି ଅନ୍ୟ ଜଣେ ଗ୍ରହଣ ନ କରେ ତେବେ ସେ ଏଥିରେ ରାଗିଯାଇ ଏପରି କିଛି କାଣ୍ଡ କରି ବସନ୍ତି ଯେ ସେ ନିଜର ହିତାହିତ ଜ୍ଞାନ ଭୁଲି ଯାଇ ପିଶାଚ ପାଲଟି ଯାଆନ୍ତି ।

ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ପ୍ରେମିକାକୁ ହତ୍ୟା କରିଛନ୍ତି ଜଣେ ପ୍ରେମିକ। ବିଚ୍‌ ରାସ୍ତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏମିତି ଏକ ଘଟଣା ଭୁବନେଶ୍ୱର କ୍ୟାପିଟାଲ ଥାନା ବାପୁଜିନଗର ଠାରେ ଘଟିଛି । ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ତାଙ୍କ ଘର ବାଲେଶ୍ଵର ଜଳେଶ୍ବରରେ ବୋଲି ଜଣାପଡିଛି । ତେବେ ସେ ଶିଶୁଭବନ ଛକ ନିକଟରେ ଭଡାରେ ରହୁଥିଲେ ଗୀତାଞ୍ଜଳି। ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏ ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ ।

ତେବେ କୁଞ୍ଜବିହାରିଙ୍କର ବାପୁଜି ନଗରରେ ଏକ ମୋବାଇଲ ମରାମତି ଦୋକାନ ରହିଛି । ଗତକାଲି ସନ୍ଧ୍ୟା ୭ ଟା ରେ ସ୍ୱାମୀଙ୍କ ଦୋକାନକୁ ଯାଇଥିଲେ । ଫେରିବା ବେଳେ ଜଣେ ଦୁର୍ବୁର୍ତ୍ତ ତାଙ୍କୁ ପିଛା କରି ଅଟକାଇଥିଲେ । କୌଣସି କଥାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଅତର୍କିତ ଭାବେ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ମହିଳା ଜଣଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

ପ୍ରେମ ସତ୍ୟ, ବିଶ୍ୱାସ, ଚିରନ୍ତନ । ଏଣୁ ପ୍ରେମ କରିବା ପାପ ନୁହେଁ । ହେଲେ ଏହି ପ୍ରେମ ପାଇଁ ଜଣକ ଜୀବନ ନେଇଯିବା ତା ଉପରେ ମରଣାନ୍ତକ ଆକ୍ରମଣ କରିବା ତାହା ଆଦୌ ଠିକ୍‌ କଥା ନୁହେଁ । ଯୁବକଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.