ବିବାହର ୭ବର୍ଷ ପରେ ଥିଲେ ଗର୍ଭବତୀ, ହେଲେ ବଞ୍ଚିଲାନି ଜୀବନ
ମାରି ଦେଇଛନ୍ତି ମୋ ଭଉଣୀକୁ । ମୋ ଉଭଣୀ ନିଜେ ମରିନି । ଶାଶୁ ଘର ଲୋକେ ତାକୁ ମାର୍ ପିଟ୍ କରି ତାର ଜୀବନ ନେଇଯାଇଛନ୍ତି । ଏମିତି କିଛି କହିଛନ୍ତି ପ୍ରାଣ ହାରିଥିବା ମହିଳାଙ୍କ ବଡ ଭଉଣୀ । ବାହାଘରର ୭ ବର୍ଷ ପରେ ଗର୍ଭବତୀ ହୋଇଥିଲେ ସସ୍ମିତା ବେହେରା ।
ସୋର(କେନ୍ୟୁଜ୍): ମାରି ଦେଇଛନ୍ତି ମୋ ଭଉଣୀକୁ । ମୋ ଉଭଣୀ ନିଜେ ମରିନି । ଶାଶୁ ଘର ଲୋକେ ତାକୁ ମାର୍ ପିଟ୍ କରି ତାର ଜୀବନ ନେଇଯାଇଛନ୍ତି । ଏମିତି କିଛି କହିଛନ୍ତି ପ୍ରାଣ ହାରିଥିବା ମହିଳାଙ୍କ ବଡ ଭଉଣୀ । ବାହାଘରର ୭ ବର୍ଷ ପରେ ଗର୍ଭବତୀ ହୋଇଥିଲେ ସସ୍ମିତା ବେହେରା । ଏହି ଖବର ପାଇବା ପରେ ସେ ବହୁତ ଖୁସି ଥିଲେ । ହେଲେ ସେହି ଖୁସିର ମୁହୂର୍ତ୍ତକୁ କିନ୍ତୁ ଅନୁଭବ କରିବା ପାଇଁ ସେ ରହିଲେନାହିଁ ।
ସସ୍ମିତା କୁଆଡେ ନିଜେ ନିଜର ଜୀବନ ନେଇଥିବା ଶାଶୁ ଘର ଲୋକେ କହୁଥିବାବେଳେ, ସସ୍ମିତାଙ୍କ ଘର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ । ଖବର ମୁତାବକ, ବାଲେଶ୍ଵର ଜିଲ୍ଲା ଖଇରା ଥାନା ଶ୍ୟାମ ସୁନ୍ଦରପୁର ପଂଚାୟତ ମହିଁଷାମୁଣ୍ଡା ଗ୍ରାମର ଦୀପକ ବେହେରା ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ, ଫେରିବା ପରେ ସ୍ତ୍ରୀ ସସ୍ମିତା ଏତେ ବିଳମ୍ବ କାହିଁକି ହେଲା ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପରେ ଉଭୟ କୁଆଡେ ଖାଇପିଇ ଶୋଇଥିଲେ ।
ଦୀପକ ସକାଳ ଉଠି ଦେଖିବା ପରେ ସ୍ତ୍ରୀ ସସ୍ମିତା ବେହେରା ନିଜ ଶୋଇବା ଘରେ ନିଜ ଜୀବନ ହାରିସାରିଛନ୍ତି । ଦୀପକ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଡାକି ସସ୍ମିତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବାର ତାଙ୍କ ବାପ ଘର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ସସ୍ମିତା ବିଵାହ ୭ବର୍ଷ ପରେ ୪ମାସର ଗର୍ଭଵତୀ ଥିଵାରୁ ସେ କେବେବି ଏଭଳି ନିଷ୍ପତି ନଥିବେ ବୋଲି ପରିବାର ଲୋକ କହିଛନ୍ତି । ଏପଟେ ଶାଶୁ ଘର ଲୋକେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।
ତେବେ ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫକି ଟିମ ତଦନ୍ତ ଚଳାଇଛି । ମୃତ ସସ୍ମିତାଙ୍କ ସ୍ୱାମୀ ଦୀପକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଉଚିତ୍ ତଦନ୍ତ କରି ଦୋଷୀକୁ ଶାସ୍ତି ଦେବାକୁ ସସ୍ମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।