Categories: ସ୍ପେଶାଲ

ବିବାହ ପାଇଁ ପ୍ଲାନିଂ କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର, ଝିଅକୁ ସୁନା ଉପହାର ଦେବେ ସରକାର

ଗରିବ ହୁଅନ୍ତୁ କିମ୍ବା ଧନୀ ପ୍ରତ୍ୟେକ ପରିବାରର ପିତା-ମାତାଙ୍କର ଝିଅର ବିବାହ ଚିନ୍ତା ରହିଥାଏ। ସବୁ ପିତା-ମାତା ଚାହିଁଥାନ୍ତି ତାଙ୍କ ଝିଅ ଠିକ୍ ସମୟରେ ଠିକ୍ ଜୀବନସାଥୀଙ୍କ ସହ ବିବାହ କରନ୍ତୁ। ଲୋକମାନେ ନିଜ ଝିଅକୁ କନ୍ୟାଦାନ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। କେବଳ ଏତିକି ନୁହେଁ ଅନେକ ରାଜ୍ୟର ସରକାର ମଧ୍ୟ ବିବାହରେ ସାହାଯ୍ୟ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ଅନୁଯାୟୀ ଆସାମ ରାଜ୍ୟର ସରକାର ଅରୁନ୍ଧତି ସ୍ୱର୍ଣ୍ଣ ଯୋଜନା ନାମରେ ବିବାହ ପାଇଁ ଏକ ଖାସ୍ ଯୋଜନା ଆରମ୍ଭ କରିଛନ୍ତି।

ଆସାମ ସରକାର ବାଲ୍ୟ ବିବାହ ରୋକିବା ଏବଂ ବିବାହ ରେଜିଷ୍ଟ୍ରେସନକୁ ବୃଦ୍ଧି କରିବା ଉଦେଶ୍ୟରେ ଏହି ଖାସ୍ ସ୍କିମ୍ ଆରମ୍ଭ କରିଛନ୍ତି। ଅରୁନ୍ଧତି ସ୍ୱର୍ଣ୍ଣ ଯୋଜନା ସାହାଯ୍ୟରେ ରାଜ୍ୟର ପ୍ରତ୍ୟେକ ଝିଅମାନଙ୍କୁ ବିବାହ ସମୟରେ ୧୦ଗ୍ରାମ ସୁନା ଉପହାରରେ ଦିଆଯିବ। ଏହି ସ୍କିମ୍ ଆସନ୍ତା ଜାନୁଆରୀ ମାସରେ ଆରମ୍ଭ ହେବ।

ଅରୁନ୍ଧତି ସ୍ୱର୍ଣ୍ଣ ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ସ୍କିମର ଲାଭ ସେହି ଝିଅମାନଙ୍କୁ ମିଳିବ ଯେଉଁମାନେ ୧୦ମ ପର୍ଯ୍ୟନ୍ତ ପଢିଥିବେ ଏବଂ ନିଜ ବିବାହ ପାଇଁ ରେଜିଷ୍ଟର୍ଡ କରିଥିବେ। ଏହାବ୍ୟତୀତ ଏହି ଯୋଜନାର ଲାଭ ଉଠାଇବା ପରିବାରର ବର୍ଷକୁ ଆୟ ପାଞ୍ଚ ଲକ୍ଷରୁ କମ ହୋଇଥିବ।

ଏହି ସ୍କିମର ଲାଭ କେବଳ ଝିଅର ପ୍ରଥମ ଥର ବିବାହରେ ମିଳିବ ଏବଂ ଏହାକୁ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ୧୯୫୪ ଜରିଆରେ ରେଜିଷ୍ଟର କରିବାକୁ ପଡିବ। ଅରୁନ୍ଧତି ସ୍ୱର୍ଣ୍ଣ ଯୋଜନାରେ ସୁନା ହାତକୁ ଦିଆନଯାଇ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଦିଆଯିବ। ବିବାହର ରେଜିଷ୍ଟ୍ରେସନ ଏବଂ ଭେରିଫିକେସନ ପରେ ୩୦,୦୦୦ ଟଙ୍କା ଝିଅର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଏହାପରେ ସୁନା କିଣିବାର ରସିଦ୍ ଜମା କରିବାକୁ ପଡିବ।

ଏହାସହ ପଢନ୍ତୁ: ‘କଳା ଆମ୍ବ’ ଗଛକୁ କାଟିଲେ ବାହାରୁଥିଲା ରକ୍ତ, ଜାଣନ୍ତୁ ଏଭଳି ନାମକରଣ ପଛରେ କ’ଣ ରହିଛି କାରଣ

୧୦ ଗ୍ରାମ୍ ସୁନା ପାଇଁ ୩୦,୦୦୦ ଟଙ୍କାର ଆମାଉଣ୍ଟ ପୁରା ବର୍ଷ ସୁନାର ମୂଲ୍ୟ ଉପରେ ସ୍ଥିର କରାଯିବ। ଏହାକୁ ପ୍ରତ୍ୟେକ ବଜେଟ୍‌ରେ ସଂଶୋଧି୍‌ତ କରାଯିବ। ବିବାହକୁ ଡିପ୍ଟି କମିଶର୍ସ ଅଫିସରଙ୍କ ବ୍ୟତୀତ ସର୍କିଲ ଅଫିସେଜ୍‌ରେ ମଧ୍ୟ ପଞ୍ଜିକୃତ କରିବାର ଅନୁମତି ଦିଆଯିବ।

KNews Bureau

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

9 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

15 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

16 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

22 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

39 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

44 mins ago