Categories: ସ୍ପେଶାଲ

ରାତ୍ରୀର ଅନ୍ଧକାରରେ ରାସ୍ତା ଉପରେ କଣ କରୁଥିଲେ ‘ମହାକାଶ ଯାତ୍ରୀ’ ! ଦୃଶ୍ୟ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲରୁରେ ଲୋକମାନେ ରାତିରେ ଜଣେ ଆଷ୍ଟ୍ରୋନଟଙ୍କୁ ସଡକ ଉପରେ ଚାଲୁଥିବାର ଦେଖି ଆଶ୍ଚଯ୍ୟ ହୋଇଗଲେ। ମହାକାଶଚାରୀଙ୍କୁ ଏଭଳି ଭାବେ ରାସ୍ତା ଉପରେ ଚାଲୁଥିବାର ଦେଖି ଏମିତି ଲାଗୁଥିଲା ଯେ ସେ ବାସ୍ତବରେ ଚନ୍ଦ୍ରରେ ଥିବା ଉବଡ ଖାବଡ ଏବଂ ଖାଲ ଢ଼ିପରେ ଚାଲୁଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ଅନ୍ତରୀକ୍ଷଙ୍କ ପୋଷାକ ପିନ୍ଧି ସଡକ ଉପରେ ଏବେ ବଡ ବଡ ଖାଲରେ ଚାଲୁଛନ୍ତି ତାହା ଯେମିତି ଦେଖାଯାଉଛି ଯେ ସେ ଅନ୍ତରିକ୍ଷରେ ଚାଲୁଛନ୍ତି।

କଣ ରହିଥିଲା ପୂରା ମାମଲା

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବେଙ୍ଗାଲୁରୁର ଯସବନ୍ତପୁର ସଂସଦୀୟ କ୍ଷେତ୍ରର ତୁଙ୍ଗ ନଗର ଏବଂ ଆଖପାଖ ଅଞ୍ଚଳର ରାସ୍ତାରେ ବଡ ବଡ ଖାଲ ଏବଂ ଢ଼ିପ କାରଣରୁ ଚଳପ୍ରଚଳ କରିବା ପାଇଁ ବହୁତ ଅସୁବିଧା ହେଉଥିଲା। ଏଥିପାଇଁ ଏହାକୁ ବିରୋଧ କରିବା ଏବଂ ପ୍ରଶାସନଙ୍କ ଧ୍ୟାନକୁ ଆଣିବା ପାଇଁ ପ୍ରସିଦ୍ଧ ଆର୍ଟିଷ୍ଟ ବାଦଲ ନାନଜୁନ୍ଦାସ୍ବାମୀ ନିଜର ଆର୍ଟୱାର୍କ ଜରିଆରେ ବେଙ୍ଗାଲୁରୁରେ ରାସ୍ତାର ସୋଚନୀୟ ଅବସ୍ଥା ଦେଖାଇଲେ। ଏହି ଆର୍ଟିଷ୍ଟ ଜଣକ ଲୋକଙ୍କର ସମସ୍ୟାକୁ ସରକାର ଏବଂ ପ୍ରଶାସନଙ୍କ ଧ୍ୟାନକୁ ଆଣିବା କାମ କରି ପରିଚିତ ହୋଇଛନ୍ତି।

ଏହା ସହ ପଢ଼ନ୍ତୁ : ଏମିତି କେବଳ ଭାରତରେ ସମ୍ଭବ ! କୁହନ୍ତୁ ତ ଏମାନଙ୍କୁ କେତେ ହେବ ଫାଇନ୍

ରାତିରେ ଯେତେବେଳେ ସେ ମହାକାଶଚାରୀଙ୍କ ପୋଷାକ ପିନ୍ଧି ରାସ୍ତା ଉପରେ ଚାଲିଲେ ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ମହାକାଶଯାତ୍ରୀଙ୍କ ଭଳି ‘ମୁନୱାର୍କ’ ମଧ୍ୟ କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ପ୍ରଥମେ ଯିଏ କେହି ବି ଦେଖିବେ ଏମିତି ଲାଗିବ ଯେମିତି ସତରେ କୌଣସି ବ୍ୟକ୍ତି ଚନ୍ଦ୍ରରେ ଚାଲୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ମାତ୍ର କିଛି ସମୟ ମଧ୍ୟରେ ୫୬,୦୦୦ରୁ ଅଧିକ ଥର ଦେଖିସାରିଲେଣୀ। ଭିଡିଓକୁ ୧୪୦୦ରୁ ଅଧିକ ଲାଇକ୍ ମିଳିସାରିଛି। ଏହାକୁ ୨,୫୦୦ରୁ ଅଧିକ ସେୟାର କରାଯାଇଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago