Below header

ରାତ୍ରୀର ଅନ୍ଧକାରରେ ରାସ୍ତା ଉପରେ କଣ କରୁଥିଲେ ‘ମହାକାଶ ଯାତ୍ରୀ’ ! ଦୃଶ୍ୟ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲରୁରେ ଲୋକମାନେ ରାତିରେ ଜଣେ ଆଷ୍ଟ୍ରୋନଟଙ୍କୁ ସଡକ ଉପରେ ଚାଲୁଥିବାର ଦେଖି ଆଶ୍ଚଯ୍ୟ ହୋଇଗଲେ। ମହାକାଶଚାରୀଙ୍କୁ ଏଭଳି ଭାବେ ରାସ୍ତା ଉପରେ ଚାଲୁଥିବାର ଦେଖି ଏମିତି ଲାଗୁଥିଲା ଯେ ସେ ବାସ୍ତବରେ ଚନ୍ଦ୍ରରେ ଥିବା ଉବଡ ଖାବଡ ଏବଂ ଖାଲ ଢ଼ିପରେ ଚାଲୁଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ଅନ୍ତରୀକ୍ଷଙ୍କ ପୋଷାକ ପିନ୍ଧି ସଡକ ଉପରେ ଏବେ ବଡ ବଡ ଖାଲରେ ଚାଲୁଛନ୍ତି ତାହା ଯେମିତି ଦେଖାଯାଉଛି ଯେ ସେ ଅନ୍ତରିକ୍ଷରେ ଚାଲୁଛନ୍ତି।

କଣ ରହିଥିଲା ପୂରା ମାମଲା

astronutଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବେଙ୍ଗାଲୁରୁର ଯସବନ୍ତପୁର ସଂସଦୀୟ କ୍ଷେତ୍ରର ତୁଙ୍ଗ ନଗର ଏବଂ ଆଖପାଖ ଅଞ୍ଚଳର ରାସ୍ତାରେ ବଡ ବଡ ଖାଲ ଏବଂ ଢ଼ିପ କାରଣରୁ ଚଳପ୍ରଚଳ କରିବା ପାଇଁ ବହୁତ ଅସୁବିଧା ହେଉଥିଲା। ଏଥିପାଇଁ ଏହାକୁ ବିରୋଧ କରିବା ଏବଂ ପ୍ରଶାସନଙ୍କ ଧ୍ୟାନକୁ ଆଣିବା ପାଇଁ ପ୍ରସିଦ୍ଧ ଆର୍ଟିଷ୍ଟ ବାଦଲ ନାନଜୁନ୍ଦାସ୍ବାମୀ ନିଜର ଆର୍ଟୱାର୍କ ଜରିଆରେ ବେଙ୍ଗାଲୁରୁରେ ରାସ୍ତାର ସୋଚନୀୟ ଅବସ୍ଥା ଦେଖାଇଲେ। ଏହି ଆର୍ଟିଷ୍ଟ ଜଣକ ଲୋକଙ୍କର ସମସ୍ୟାକୁ ସରକାର ଏବଂ ପ୍ରଶାସନଙ୍କ ଧ୍ୟାନକୁ ଆଣିବା କାମ କରି ପରିଚିତ ହୋଇଛନ୍ତି।

ଏହା ସହ ପଢ଼ନ୍ତୁ : ଏମିତି କେବଳ ଭାରତରେ ସମ୍ଭବ ! କୁହନ୍ତୁ ତ ଏମାନଙ୍କୁ କେତେ ହେବ ଫାଇନ୍

ରାତିରେ ଯେତେବେଳେ ସେ ମହାକାଶଚାରୀଙ୍କ ପୋଷାକ ପିନ୍ଧି ରାସ୍ତା ଉପରେ ଚାଲିଲେ ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ମହାକାଶଯାତ୍ରୀଙ୍କ ଭଳି ‘ମୁନୱାର୍କ’ ମଧ୍ୟ କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ପ୍ରଥମେ ଯିଏ କେହି ବି ଦେଖିବେ ଏମିତି ଲାଗିବ ଯେମିତି ସତରେ କୌଣସି ବ୍ୟକ୍ତି ଚନ୍ଦ୍ରରେ ଚାଲୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ମାତ୍ର କିଛି ସମୟ ମଧ୍ୟରେ ୫୬,୦୦୦ରୁ ଅଧିକ ଥର ଦେଖିସାରିଲେଣୀ। ଭିଡିଓକୁ ୧୪୦୦ରୁ ଅଧିକ ଲାଇକ୍ ମିଳିସାରିଛି। ଏହାକୁ ୨,୫୦୦ରୁ ଅଧିକ ସେୟାର କରାଯାଇଛି।

https://www.facebook.com/royalbaadal/videos/813090012418317/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.