ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପୁସ୍ତକ, ଯାହାର ଲେଖକ ହେଉଛନ୍ତି ଓଡ଼ିଆ ପୁଅ ସତ୍ୟାର୍ଥ ନାୟକ
ମୁମ୍ୱାଇ: ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଲେଡି ସୁପର୍ଷ୍ଟାର୍ ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପୁସ୍ତକ। ନନ୍-ଫିକ୍ସନ୍ କାଟେଗୋରୀର ଏହି ପୁସ୍ତକର ଅଥର୍ ହେଉଛନ୍ତି ଓଡ଼ିଆ ପୁଅ ସତ୍ୟାର୍ଥ ନାୟକ । ପେଙ୍ଗୁଇନ୍ ପ୍ରକାଶନୀ ସଂସ୍ଥା ପକ୍ଷରୁ ଏହା ବଜାରକୁ ଆସିବ ଯାହାଦ୍ୱାରା ଶ୍ରୀଦେବୀଙ୍କ ଫ୍ୟାନ୍ ତଥା ପ୍ରଂଶସକମାନେ ତାଙ୍କୁ ଆହୁରି ପାଖରୁ ଜାଣିପାରିବେ ।
ଏହି ପୁସ୍ତକ ରେ ସ୍ୱର୍ଗତ ଶ୍ରୀଦେବୀଙ୍କ ପିଲାଦିନୁ ବଡ଼ ପର୍ଯ୍ୟନ୍ତ, କେବଳ ହିନ୍ଦୀ ନୁହେଁ ବରଂ ତାମିଲ୍, ତେଲୁଗୁ ଓ ମଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କାମ, ସଫଳତା, ବିଫଳତା ଓ ସଂଘର୍ଷର କଥା ବି ସ୍ଥାନ ପାଇବ । ପେଙ୍ଗୁଇନ୍ ପ୍ରକାଶନୀ ସଂସ୍ଥା ପକ୍ଷରୁ ଏହି ପୁସ୍ତକଟି ବଜାରକୁ ଆସିବ ।
୨୦୧୭ ମସିହାରେ ଭାରତୀୟ ସିନେମାରେ ଶ୍ରୀଦେବୀଙ୍କର ପଚାଶ ବର୍ଷ ପୂର୍ତ୍ତୀ ହୋଇଥିଲା । ନିଜେ ସତ୍ୟାର୍ଥ ନାୟକ ପିଲାଦିନୁ ଶ୍ରୀଦେବୀଙ୍କର ଜଣେ ବଡ଼ ଫ୍ୟାନ୍ । ତେଣୁ ଶ୍ରୀଦେବୀଙ୍କର ଏହି ଜର୍ଣ୍ଣୀକୁ ନେଇ ଗୋଟିଏ ପୁସ୍ତକ କରିବା ପାଇଁ ସେ ମନସ୍ତ କରିଥିଲେ । ଏନେଇ ସେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁରଙ୍କ ସହ କଥା ବି ହୋଇଥିଲେ । ହେଲେ ଝିଅ ଜାହ୍ନବୀର ପ୍ରଥମ ଫିଲ୍ମ ରିଲଜ୍ ପରେ
ଏହି ପୁସ୍ତକ ଉପରେ କାମ ଆରମ୍ଭ କରିବାକୁ ଶ୍ରୀଦେବୀ ସହମତି ପ୍ରକାଶ କରିଥିଲେ ।
୨୦୧୮ ରେ ଶ୍ରୀଦେବୀଙ୍କର ଆକସ୍ମିକ ମୃତ୍ୟୁ ସତ୍ୟାର୍ଥଙ୍କୁ ଭାଙ୍ଗିଦେଇଥିଲା । ହେଲେ କିଛି ଦିନ ପରେ ଏହି ପୁସ୍ତକଟି ଶ୍ରୀଦେବୀଙ୍କୁ ତାଙ୍କର ସଚ୍ଚା ଶ୍ରଦ୍ଧାଞ୍ଜଳୀ ଭାବି ସେ ପୁଣିଥରେ ଅଣ୍ଟାଭିଡ଼ିଥିଲେ । ବୋନି କାପୁରଙ୍କ ସହାୟତାରେ ସେ ଶ୍ରୀଦେବୀଙ୍କ ସହ ପିଲାଦିନୁ ଏଯାଏ କାମ କରିଥିବା ହିନ୍ଦୀ ସିନେମା ଜଗତ ସହ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ କଳାକାରଙ୍କୁ ଭେଟିଥିଲେ । ନିକଟରେ ଶ୍ରୀଦେବୀ-ଗାର୍ଲ ୱିମେନ୍ …ସୁପର୍ଷ୍ଟାର ର କଭର୍ପେଜ୍ ରିଲିଜ୍ ହୋଇଛି ।
ସତ୍ୟାର୍ଥ ନାୟକଙ୍କର ପ୍ରଥମ ପୁସ୍ତକ ଥିଲା…ଦ ଏମ୍ପରର୍ସ ରିଡ୍ଲସ୍ । ଯାହାକି ବେଷ୍ଟ୍ ସେଲର୍ ହୋଇଥିଲା । ଶ୍ରୀଦେବୀଙ୍କ ଉପରେ ଏହି ବହିଟି ସତ୍ୟାର୍ଥଙ୍କର ଦ୍ୱିତୀୟ ପୁସ୍ତକ ହେବ । ତେବେ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବହିଟି ରିଲିଜ୍ ହେବାର ଲକ୍ଷ୍ୟ ରଖାଯାଇଛି ।