Categories: ସ୍ପେଶାଲ

ବାଜପେୟୀଙ୍କ ୫ ଅଟଳ ପଦକ୍ଷେପ : ଯାହା ତିଆରି କରିଛି ନୂଆ ଭାରତର ନୂଆ ପଥ

ସଙ୍କଟାପନ୍ନ ଅଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା । ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତ ୩୬ ଘଣ୍ଟା ଭିତରେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ଏମ୍ସ ମେଡିକାଲ କର୍ତ୍ତୃପକ୍ଷ ଜାରି କରିଥିବା ନୂଆ ବୁଲେଟିନରେ ଏହି ସୂଚନା ଦିଆଯାଇଛି । ବାଜପେୟୀ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି ।

ଜଣେ ପ୍ରଖର ପ୍ରବକ୍ତା ଏବଂ ସଫଳ ରାଜନେତାରେ ଗଣା ଯାଉଥିବା ଅଟଳ ବିହାରୀ ଅର୍ଥବ୍ୟବସ୍ଥାର ମୋର୍ଚ୍ଚାରେ ହିଁ ନିଜର ପତାକା ଉଡାଇଥିଲେ । ୧୯୯୧ରେ ଅର୍ଥବ୍ୟବସ୍ଥାର ମୋର୍ଚ୍ଚାରେ ସେ ପିବି ନରସିଂହା ରାଓ ସରକାରଙ୍କ ତରଫରୁ ଅଣାଯାଇଥିବା ରିଫର୍ମକୁ ଆଗକୁ ନେବା ପାଇଁ କାମ କରିଥିଲେ । ଏହାର ହିଁ ପରିଣାମ ଥିଲା ଯେତେବେଳେ ୨୦୦୪ରେ ମନମୋହନ ସିଂହ ହୋଇଥିଲେ ସେତେବେଳେ ଆମର ଅର୍ଥବ୍ୟବସ୍ଥା ସୁଦୃଢ ଥିଲା । ଏହି ସମୟରେ ସଫଳ ଘରୋଇ ଉତ୍ପାଦ (GDP)ର ଦର ୮ ପ୍ରତିଶତ ଥିଲା । ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଭଲ ସ୍ଥିତିରେ ଥିଲା ।

ଏବେ ନଜର ପକାନ୍ତୁ ବାଜପେୟୀଙ୍କ ୫ ଅଟଳ ପଦକ୍ଷେପ ଯାହା ନୂଆ ଭାରତ ଗଢିବାରେ ବହନ କରିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା ।

ସଡକରେ ଯୋଡିଥିଲେ ଦେଶ :

ଅଟଳ ବିହାରୀ କେବଳ ସହରରେ ନୁହେଁ ବରଂ ଗାଁ ଗୁଡିକୁ ମଧ୍ୟ ସଡକ ଦ୍ବାରା ଯୋଡିବାକୁ ଯୋଜନା ଆରମ୍ଭ କରିଥିଲେ । ଯେଉଁଥିରେ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ବର୍ଣ୍ଣିମ ଚତୁର୍ଭୁଜ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ସ୍ବର୍ଣ୍ଣିମ ଚତୁର୍ଭୁଜ ଯୋଜନା ଚେନ୍ନାଇ, କୋଲକାତା, ଦିଲ୍ଲୀ ଏବଂ ମୁମ୍ବାଇକୁ ଯୋଡିବାରେ ସହାଯ୍ୟ କରିଥିଲା । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦେଶର କୋଣ ଅନୁକୋଣରେ ଥିବା ଗାଁ ଯାଏଁ ପହଂଚିବା ପାଇଁ କାମ କରିଥିଲା । ଯାହାଦ୍ବାରା ଏହି ସବୁ ଗାଁ ଯୋଡି ହୋଇପାରିଥିଲା ସହର ସହ ।

ଆର୍ଥିକ ସମସ୍ୟାର ସମାଧାନ :

ପ୍ରଧାନମନ୍ତ୍ରୀ ଥିବା ସମୟରେ ଆର୍ଥିକ ଉତ୍ତରଦାୟିତ୍ବ ଅଧିନିୟମ ଆଣିଥିଲେ ଅଟଳ ବିହାରୀ ବାଜପେୟୀ । ଯାହାର ଲକ୍ଷ ଥିଲା ଦେଶର ରାଜକୋଷର କ୍ଷତିକୁ କମ୍ କରିବା । ବାଜପେୟୀଙ୍କ ଏହି ପଦକ୍ଷେପ ପବ୍ଲିକ୍ ସେକ୍ଟର ସେଭିଙ୍ଗସକୁ ବଢାଇଦେଇଥିଲା । ଯାହା ଦ୍ବାରା ୨୦୦୦ରେ ଯେଉଁ ସଂଚୟ ଜିଡିପିର ୦.୮ ପ୍ରତିଶତ ଥିଲା ତାହା ୨୦୦୫ରେ ବଢି ହୋଇଥିଲା ୨.୩ ପ୍ରତିଶତ ।

ସଂଚାର କ୍ରାନ୍ତି :

ଦେଶରେ ସଂଚାର କ୍ରାନ୍ତି ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥଲେ ବାଜପେୟୀ ସରକାର । ଏହା ବାଜପେୟୀ ସରକାର ହିଁ ଥିଲା ଯିଏ ଟେଲିକମ୍ ଫର୍ମ୍ସ ପାଇଁ ଫିକ୍ସଡ ଫିସ୍ ହଟାଇ ରେଭିନ୍ୟୁ ସେୟାରିଂ ବ୍ୟବସ୍ଥା କରିଥିଲେ । ଏହି ସମୟରେ ଭାରତ ସଂଚାର ନିଗମ ଲିମିଟେଡର ଗଠନ କରାଯାଇଥିଲା । ଏହା ଜରିଆରେ ନୀତି ନିର୍ଦ୍ଧାରଣ ଏବଂ ସେବାଗୁଡିକର ପ୍ରାବଧାନକୁ ଭିନ୍ନ ଭିନ୍ନ କରାଯାଇଥିଲା । ଏହା ସହ ଟେଲିକମ୍ ଡିସପ୍ୟୁଟ୍ ସେଟେଲମେଂଟର ଗଠନ ବାଜପେୟୀ ସରକାର ହିଁ କରିଥିଲେ ।

ଘରୋଇକରଣ :

ଅଟଳ ବିହାରୀ ବାଜପେୟୀ ନିଜ କାର୍ୟ୍ୟକାଳ ସମୟରେ ବ୍ୟବସାୟରେ ସରକାରଙ୍କ ହସ୍ତକ୍ଷେପକୁ କମ୍ କରିବା ପାଇଁ ଘରୋଇକରଣକୁ ଗୁରୁତ୍ବ ଦେଇଥିଲେ । ଯାହାର ପରିଣାମ ସ୍ବରୂପ ତାଙ୍କ ସରକାର ଗୋଟିଏ ଅଲଗା ପୁଂଜି ପ୍ରତ୍ୟାହାର ମନ୍ତ୍ରାଳୟର ଗଠନ କରିଥିଲେ । ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରଥମେ ପୁଂଜି ପ୍ରତ୍ୟାହାର ମନ୍ତ୍ରୀ ଥିଲେ ।

ସର୍ବଶିକ୍ଷା ଅଭିଯାନ :

ବାଜପେୟୀଙ୍କ ସବୁଠାରୁ ସଫଳ ସାମାଜିକ ଅଭିଯାନମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା ସର୍ବ ଶିକ୍ଷା ଅଭିଯାନ । ଏହା ଜରିଆରେ ୬ ରୁ ୧୪ ବର୍ଷ ଯାଏଁ ପିଲାଙ୍କୁ ମାଗଣା ପ୍ରାଥମିକ ଶିକ୍ଷା ଦେବା ପାଇଁ ଯୋଜନା କରିଥିଲେ ସରକାର । ଆଉ ୨୦୦୧ରେ ଲଂଚ୍ ହୋଇଥିବା ଏହି ଯୋଜନାର ଫଳ ଥିଲା କି ମାତ୍ର ୪ ବର୍ଷ ମଧ୍ୟରେ ସ୍କୁଲଠାରୁ ଦୂରରେ ଥିବା ପିଲାଙ୍କ ସଂଖ୍ୟା ୬୦ ପ୍ରତିଶତ କମ୍ ହୋଇଯାଇଥିଲା।

KNews Bureau

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

49 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 hour ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago