ସ୍ପେଶାଲ

ଅଯୋଧ୍ୟାର ରାମ ମନ୍ଦିର ନୁହେଁ , ଏହା ହେଉଛି ଭାରତର ସବୁଠାରୁ ବଡ ମନ୍ଦିର

ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ତାରିଖ ସ୍ଥିର ହୋଇସାରିଛି । ଅନେକ ବର୍ଷର ସଂଘର୍ଷ ପରେ ଏହି ଭବ୍ୟ ରାମ ମନ୍ଦିରର ନିର୍ମାଣ ହୋଇଛି । ଯାହା ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବାକୁ ଯାଉଛି । ଆସନ୍ତା ୨୨ ଜାନୁଆରି ୨୦୨୪ରେ ଭଗବାନ ରାମଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବ । ଏହା ପରେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯିବ । ଅନେକ ଲୋକ ଭାବନ୍ତି ଯେ, ଅଯୋଧ୍ୟାର ଏହି ରାମ ମନ୍ଦିର ଭାରତର ସବୁଠାରୁ ବଡ ମନ୍ଦିର ହେବାକୁ ଯାଉଛି । କିନ୍ତୁ ଏହା ସତ ନୁହେଁ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭାରତର ସବୁଠାରୁ ବଡ ମନ୍ଦିର ବିଷୟରେ । ଯାହା ବିଷୟରେ ଆପଣ ହୁଏତ ପୂର୍ବରୁ ଜାଣି ନଥିବେ । ଏହି ମନ୍ଦିରର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ବର୍ତ୍ତମାନ ଦେଶର ସବୁଠାରୁ ବଡ ମନ୍ଦିର ତାମିଲନାଡୁରେ ଅବସ୍ଥିତ । ତିରୁଚିରାପଲ୍ଲୀରେ ଅବସ୍ଥିତ ଏହି ମନ୍ଦିର ରଙ୍ଗନାଥସ୍ୱାମୀଙ୍କର । ଦ୍ରାବିଡ ଶୈଳୀରେ ଏହି ମନ୍ଦିର ତିଆରି ହୋଇଛି । ଏଥିରେ ଅନେକ ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି । ମନ୍ଦିରର ୱେବସାଇଟରୁ ଜଣାପଡିଛି ଯେ ଏହି ମନ୍ଦିର ୧୫୬ ଏକର ପର୍ଯ୍ୟନ୍ତ ବ୍ୟାପିରହିଛି । ଏହାର ଅର୍ଥ ମନ୍ଦିରଟି ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଉଚ୍ଚତା ୨୩୬ ଫୁଟ୍‌ ହୋଇଥିବା ବେଳେ ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍‌ ରହିଛି ଏବଂ ଏହା ୧୦୮ ଏକରରେ ବ୍ୟାପିରହିଛି । ଏହି ସବୁ କାରଣରୁ ଏହି ମନ୍ଦିରକୁ ଭାରତର ବଡ଼ ମନ୍ଦିର କୁହାଯାଏ । ଏହି ମନ୍ଦିରର ଭବ୍ୟତା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକମାନେ ଏଠାକୁ ଆସନ୍ତି । ବିଶ୍ୱାସ ରହିଛି ଭକ୍ତମାନେ ଯାହା ମାନସିକ କରନ୍ତି ତାହା ନିଶ୍ଚିତ ପୂରଣ ହୁଏ ।

ଏହି ମନ୍ଦିର ଦୁନିଆର ସବୁଠାରୁ ବଡ ମନ୍ଦିର ବୋଲି ମଧ୍ୟ ଦାବି କରାଯାଏ । କାରଣ ଦୁନିଆର ସବୁଠାରୁ ବଡ ମନ୍ଦିର ହେଉଛି କମ୍ବୋଡିଆର ଅଂଗରକୋଟ ୱାଟ ମନ୍ଦିର । ଯାହା ପ୍ରାୟତଃ ୬୦୦ ଏକର ପର୍ଯ୍ୟନ୍ତ ବ୍ୟାପିଛି । କିନ୍ତୁ ଏହି ମନ୍ଦିର ଏବେ କାର୍ଯ୍ୟକ୍ଷମ ନାହିଁ । ଏହି କାରଣରୁ ସ୍ୱାମୀ ରଙ୍ଗନାଥସ୍ୱାମୀ ମନ୍ଦିର ସବୁଠାରୁ ବଡ ବୋଲି ଦାବି କରାଯାଉଛି ।

ବର୍ତ୍ତମାନ ଭାରତରେ ଏପରି ଏକ ମନ୍ଦିର ନିର୍ମାଣ ହେଉଛି ଯାହା ଦୁନିଆର ସବୁଠୁ ବଡ ମନ୍ଦିର ହେବ । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ମାୟାପୁରରେ ଏହି ମନ୍ଦିର ନିର୍ମାଣ କରାଯାଉଛି । ଇସ୍କନ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଯାଉଛି । ୨୦୦୯ ମସିହାରୁ ଏହି ମନ୍ଦିରକୁ ନିର୍ମାଣ କରାଯାଉଛି, ଯାହା ୨୦୨୪ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି । ଏହା ଦୁନିଆର ସବୁଠାରୁ ବଡ ବୈଦିକ ମନ୍ଦିର ହେବାକୁ ଯାଉଛି । ପ୍ରାୟ ୨୮ ଲକ୍ଷ ବର୍ଗମିଟର ପର୍ଯ୍ୟନ୍ତ ଏହି ମନ୍ଦିରର ପରିସର ବ୍ୟାପିରହିଛି । ତିରୁଚିରାପଲ୍ଲୀ ରେ ଥିବା ରଙ୍ଗନାଥସ୍ୱାମୀଙ୍କ ମନ୍ଦିରର କାରୁକାର୍ଯ୍ୟ ଦେଖିଲେ ଆଖି ଲାଖି ରହିଯିବ । ଦେଖଣାହାରୀଙକ ମନକୁ ପାଇଲା ଭଳି ଅତି ସୁନ୍ଦର ଶୈଳୀରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଜାଣିଲେ ତ ଏହି ମନ୍ଦିରର ବିଶେଷତ୍ୱ ବିଷୟରେ । ଏନେଇ ଅନେକ ଲୋକ ଏହି ମନ୍ଦିର ପରିଦର୍ଶନ ପାଇଁ ଆସନ୍ତି ।

 

KNews Bureau

Recent Posts

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି

ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା…

44 mins ago

କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…

1 hour ago

ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା…

1 hour ago

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…

2 hours ago

ଓଡ଼ିଶାରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର: ଜାଣନ୍ତୁ ଆଉ କେଉଁଠି କେତେ ଅଛି ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

2 hours ago