ସ୍ପେଶାଲ

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଆସନ୍ତା ବର୍ଷ ଆସିବ ମହା ପ୍ରଳୟ

କିଛି ଭଲ ଓ କିଛି ଖରାପ ସ୍ମୃତି ସହିତ ବିଦାୟ ନେବାକୁ ଯାଉଛି ୨୦୨୧ ଓ ନୂଆ ଆଶାର କିରଣ ନେଇ ଆସୁଛି ନୂତନ ବର୍ଷ ୨୦୨୨। ବର୍ଷ ୨୦୨୧ ସରିବାକୁ ଆଉ କିଛି ଦିନ ବାକି ଅଛି। ଏହି ବର୍ଷ ଆଉ କିଛି ଦିନରେ ଇତିହାସ ହେବାକୁ ଯାଉଛି। ନୂଆ ବର୍ଷ ୨୦୨୨ ଆପଣ ସମସ୍ତଙ୍କ ପାଇଁ ନୂଆ ଆଶାର କିରଣ ଆଣିବା ସହ ନୂଆ ସ୍ୱପ୍ନ ଏବଂ ନୂଆ ସଫଳତା ନେଇ ଆସୁ, ଆମେ ଆମ ପାଠକଙ୍କ ପାଇଁ ଏହି କାମନା କରୁଛୁ। ୨୦୨୧ ଶେଷ ହେବାକୁ ଆସିଲାଣି ଆଉ ୨୦୨୨କୁ ସ୍ୱାଗତ କରିବା ପାଇଁ ଲୋକେ ଦିନ ଗଣିବା ଆରମ୍ଭ କରିଦେଲେଣି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ରହିବ ଆପଣଙ୍କ ନୂତନ ବର୍ଷ। ଏହାସହ ୨୦୨୨କୁ ନେଇ ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ଭବିଷ୍ୟବାଣୀ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟବକ୍ତା। ଯାହାଙ୍କର ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ଏମିତି କି ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ୨୦୨୨ ବର୍ଷ ପାଇଁ ସେ କ’ଣ ଭବିଷ୍ୟବାଣୀ କରିଛନ୍ତି ଭିଡିଓକୁ ଶେଷ ଯାଏ ଦେଖି ଜାଣନ୍ତୁ।

ଦୁନିଆରେ ଦେଖାଦେବ ଜଳର ଅଭାବ

ଭେଙ୍ଗା ବାବାଙ୍କ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱରେ ଜଳ ସଙ୍କଟ ଆହୁରି ବୃଦ୍ଧି ପାଇବାକୁ ଯାଉଛି । ଅନେକ ସହରରେ ପାନୀୟ ଜଳର ଅଭାବ ଦେଖାଦେବ । ନଦୀଗୁଡ଼ିକର ଜଳ ପ୍ରଦୂଷିତ ହେବ ଏବଂ ହ୍ରଦ ଓ ପୋଖରୀଗୁଡ଼ିକର ପାଣି ଶୁଖିବାକୁ ଲାଗିବ । ଜଳ ଅଭାବରୁ ଲୋକମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହେବେ ।

ଲୋକଙ୍କୁ ଲାଗିଯିବ ଗ୍ୟାଜେଟର ନିଶା

ଭବିଷ୍ୟବାଣୀ ଅନୁଯାୟୀ, ଚଳିତ ବର୍ଷ ଲୋକମାନେ ମୋବାଇଲ୍, ଲାପଟପ୍ ଏବଂ କମ୍ପ୍ୟୁଟରରେ ଅଧିକ ସମୟ ଅତିବାହିତ କରିବେ ସେମାନଙ୍କର ଏହି ଅଭ୍ୟାସ ଧୀରେ ଧୀରେ ନିଶାର ରୂପ ନେବ, ଯେଉଁଥିପାଇଁ ଲୋକଙ୍କ ମାନସିକ ଅବସ୍ଥା ଖରାପ ହେବ ଓ ସେମାନେ ମାନସିକ ସ୍ତରରେ ରୋଗଗ୍ରସ୍ତ ହୋଇଯିବେ ।

ସାଇବରିଆରେ ଚିହ୍ନଟ ହେବ ବିପଜ୍ଜନକ ଭାଇରସ

ଦୁନିଆରେ ବୃଦ୍ଧି ପାଉଥିବା ଗ୍ଲୋବାଲ ୱାର୍ମିଂ ଚଳିତ ବର୍ଷ ପ୍ରଳୟକାରୀ ପ୍ରମାଣିତ ହେବ । ଗରମ ହେତୁ ରୁଷର ସାଇବେରିଆ ଅଞ୍ଚଳରେ ବରଫ ତରଳିବା ଆରମ୍ଭ କରିବ, ଯେଉଁ କାରଣରୁ ବୈଜ୍ଞାନିକଙ୍କ ଦଳକୁ ଏକ ମାରାତ୍ମକ ଭୂତାଣୁ ମିଳିବ । ଏହି ଭୂତାଣୁ ଅତ୍ୟଧିକ ସଂକ୍ରମିତ ହେବ ଓ ଶୀଘ୍ର ବିସ୍ତାର ହେବ । ଏହି ସଂକ୍ରମଣର ମୁକାବିଲା କରିବାରେ ଦୁନିଆର ସମସ୍ତ ବ୍ୟବସ୍ଥା ବିଫଳ ହେବ ବୋଲି ଭବିଷ୍ୟବାଣୀରେ କୁହାଯାଉଛି ।

ଭାରତରେ ୫୦ ଡିଗ୍ରୀ ପହଞ୍ଚିବ ତାପମାତ୍ରା

ଭାରତ ଉପରେ ମଧ୍ୟ ଗ୍ଲୋବାଲ ୱାର୍ମିଂର ପ୍ରଭାବ ପଡ଼ିବ । ଏହି କାରଣରୁ ଦେଶର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ତାପମାତ୍ରା ବୃଦ୍ଧି ହେତୁ ପଙ୍ଗପାଳର ଉତ୍ପାଦନ ବୃଦ୍ଧି ପାଇବ ଓ ସେମାନେ କୋଟି କୋଟି ସଂଖ୍ୟାରେ ସବୁଜ ଅଞ୍ଚଳ ଉପରେ ଆକ୍ରମଣ କରିବେ ଏବଂ ନଷ୍ଟ କରିବେ । ଏହାଦ୍ୱାରା ଦେଶରେ ଖାଦ୍ୟ ସଂକଟ ସୃଷ୍ଟି ହେବ ।

(ନୋଟ୍ : ଏହି ଲେଖାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ମୁତାବକ ଏବଂ ମାନ୍ୟତା ଉପରେ ଆଧାରିତ)

Pritiparna

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

2 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

4 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

12 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

37 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

46 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago