ସ୍ପେଶାଲ

ପୁରୁଷ ପାର୍ଟନରଙ୍କୁ ପ୍ରେମ କରି ମା’ ହେଲେ ଏହି ବ୍ୟକ୍ତି! ଭାଇରାଲ ଫଟୋ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ; ଜାଣନ୍ତୁ କେମିତି ଥିଲା ପୂରା ପ୍ରକ୍ରିୟା

କେବେ ଆପଣ ଭାବିଛନ୍ତି କି, ଜଣେ ପୁରୁଷ ସନ୍ତାନ ଜନ୍ମ ଦେଇ ପାରିବ? ଯଦି ନୁହେଁ, ତା’ ହେଲେ ଆପଣ ଏହି ଖବର ପଢ଼ିବା ପରେ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ। ଲସ୍ ଆଞ୍ଜେଲେସ୍‌ର ୩୭ ବର୍ଷୀୟ ଟ୍ରାନ୍ସଜେଣ୍ଡର ବେନେଟ୍ କାସପର୍-ୱିଲିୟମ୍ସ ପ୍ରଥମ ଥର ଅନୁଭବ କରିଥିଲେ କି, ସେ ପ୍ରାୟ ୧୦ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୧ରେ ଟ୍ରାନ୍ସ ଥିଲେ। ପୁଣି ଛଅ ବର୍ଷ ପରେ ୨୦୧୭ରେ ନିଜର ଭାବୀ ସ୍ୱାମୀ ମଲିକଙ୍କୁ ଭେଟିଥିଲେ। ଏହାପରେ ଦୁହେଁ ୨୦୧୯ରେ ବିବାହ କରିଥିଲେ। ଏହାପରେ ଦମ୍ପତି ପିଲା ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଗର୍ଭବତୀ ହେବା ପାଇଁ ଏମିତି ପ୍ରସ୍ତୁତ ହୋଇଥିଲେ ବ୍ୟକ୍ତି

ଖବର ମୁତାବକ, ବେନେଟ୍ ଟେଷ୍ଟୋଷ୍ଟେରନ୍ ହରମୋନ୍ ଥେରାପିକୁ ରୋକୁଥିଲେ, ଯାହାକୁ ସେ ଅନେକ ବର୍ଷ ଧରି ନିଜର ଅଣ୍ଡାଶୟକୁ କାର୍ଯ୍ୟକ୍ଷମ କରିବା ପାଇଁ କରି ଆସୁଥିଲେ। ତାଙ୍କ ଶରୀରର ଉପର ଅଧା ଭାଗର ଅସ୍ତ୍ରୋପଚାର ହୋଇଥିଲା, କିନ୍ତୁ ନିମ୍ନ ଭାଗରେ ନୁହେଁ। ଏହାପରେ ବେନେଟ୍ ନିଷ୍ପତ୍ତି ନେଇଥିଲେ ଯେ ସେ ଗର୍ଭ ଧାରଣ କରିବେ ଏବଂ ଏକ ସନ୍ତାନକୁ ଏହି ଦୁନିଆକୁ ଆଣିବେ। ଆଉ ଏହାପରେ ଯେତେବେଳେ ସେ ଚେଷ୍ଟା କରିବା ଆରମ୍ଭ କରିଥିଲେ, ତ ସ୍ୱାଭାବିକ ଭାବରେ ସେ ଗର୍ଭବତୀ ହୋଇ ଯାଇଥିଲେ। ଏହି ଦମ୍ପତି ୨୦୨୦ ଅକ୍ଟୋବରରେ ସିଜେରିୟାନ ସେକ୍ସନ ମାଧ୍ୟମରେ ନିଜର ପୁଅ ହଡସନକୁ ସ୍ୱାଗତ କରିଥିଲେ।

ମାର୍ଚ୍ଚରେ ବେନେଟଙ୍କୁ ଜଣା ପଡ଼ିଥିଲା କି, ସେ ଗର୍ଭବତୀ ଅଛନ୍ତି। ବିନା କୌଣସି ଚିକିତ୍ସା ହସ୍ତକ୍ଷେପରେ ସେ ଗର୍ଭବତୀ ହୋଇଥିଲେ। ହେଲେ ତାଙ୍କର ଉତ୍ସାହ ମହାମାରୀ କାରଣରୁ ଚିନ୍ତାରେ ଭରି ଯାଇଥିଲା। ବେନେଟ କହିଥିଲେ, ମାର୍ଚ୍ଚ ୨୦୨୦ରେ ଆମର ଏଠାରେ ଲକଡାଉନ୍ ଲାଗି ଯାଇଥିଲା। ମହାମାରୀକୁ ନେଇ ଆମେ ବହୁତ ଚିନ୍ତାରେ ପଡ଼ି ଯାଇଥିଲୁ। ମୁଁ ନିଜକୁ ଏବଂ ନିଜ ପିଲାକୁ କିପରି ସୁରକ୍ଷିତ ରଖିବି, ସେ ନେଇ ଚିନ୍ତାରେ ଥିଲି। ବେନେଟ କହିଛନ୍ତି ଯେ ତାଙ୍କର ପୁରୁଷଙ୍କ ଭଳି ଦାଢ଼ି ଏବଂ ଛାତି ଥିବା ସତ୍ତ୍ୱେ ତାଙ୍କୁ ହସ୍ପିଟାଲରେ ଲଗାତାର ଭୁଲ ଲିଙ୍ଗରେ ଡକାଯାଉଥିଲା। ସେ କହିଥିଲେ, କେବଳ ଗୋଟିଏ ଜିନିଷ, ଯାହା ମୋତେ ନିଜର ଗର୍ଭାବସ୍ଥାରେ ହଇରାଣ କରିଥିଲା, ତାହା ଥିଲା ମୋ ସହିତ ହେଉଥିବା ଭୁଲ୍। ପ୍ରସବ ପରେ ଯେତେବେଳେ ମୋର ଚିକିତ୍ସା ଚାଲିଥିଲା, ସେତେବେଳେ ନର୍ସମାନେ ଶିଶୁକୁ ଚାହିଁ ‘ମମ୍‌’ ଡାକିବାକୁ ଜୋର୍‌ ପକାଉଥିଲେ।

Roshni

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago