ସ୍ପେଶାଲ

ବ୍ୟାଗ ତିଆରି ଗାଁ ହୀରାପୁର, ଦେଖନ୍ତୁ କେମିତି ପ୍ରସ୍ତୁତ ହେଉଛି

ପିପିଲି (କେନ୍ୟୁଜ) : ଆମେମାନେ ଜୀବନରେ ଅନେକ କିଛି ବସ୍ତୁ ବା ପଦାର୍ଥକୁ ଦୈନଦିନ ଜୀବନରେ ବ୍ୟବହାର କରିଥାଉ । ପନି ପରିବା ହେଉ କି ତେଜରାତି ଜିନିଷ ଅଥବା ଅନ୍ୟ କିଛି ଆମେ ଯାହାବି ଆମ ଜୀବନରେ ଅବଶ୍ୟକ କରିଥାଉ ତାହା ଆଣିବା ପାଇଁ ବ୍ୟାଗଟିଏ ନିଶ୍ଚିତ ଦରକାର ପଡ଼ିଥାଏ । ସାଇକେଲ ଅଥବା ମୋଟର ସାଇକେଲ ଅଧିକାଂଶ ଲୋକେ ଯିବା ଆସିବା କରୁଥିବାବେଳେ ବ୍ୟାଗଟିଏ ଝୁଲିଥାଏ । ଏହି ବ୍ୟାଗରେ ଆମେ ଆମର ଆବଶ୍ୟକତା ଜିନିଷ ଆଣିଥାଉ । ବେଳେବେଳେ ଏହି ବ୍ୟାଗକୁ ଦେଖିଲେ ଇଚ୍ଛା ହୁଏ ଏହାକୁ କେମିତି ପ୍ରସ୍ତୁତ କରାଯାଉଛି। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ବ୍ୟାଗ କେଉଁଠି ତିଆରି ହୁଏ ଆଉ କେମିତି ତିଆରି ହେଉଛି।

ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିଆ ବ୍ଲକ ହୀରାପୁର ଗାଁ। ଯେଉଁଠି ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ବ୍ୟାଗ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତିା ଗ୍ରାମର ଅଧିକାଂଶ ମହିଳାମାନେ ବିଭିନ୍ନ ନାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବ୍ୟାଗ ତିଆରି କରୁଛନ୍ତିା ଘରେ କାମରୁ ଫୁରୁସତ ମିଳିଲେ ଏମାନେ ଲାଗି ପଡ଼ନ୍ତି ବ୍ୟାଗ ପ୍ରସ୍ତୁତିରେ ।

ପ୍ରଥମେ ସିମେଂଟ ଜରି ଅଖାକୁ ସଂଗ୍ରହ କରାଯାଏ । ଏହାପରେ ତାହାକୁ ଭଲଭାବରେ ଧୋଇ ଖରାରେ ଶୁଖାଇ ଦିଆଯାଏ । ଶୁଖିଗଲା ପରେ ତାହାକୁ କଂଇଚି ସାହାଯ୍ୟରେ କଟାଯାଏ । ଏହାପରେ ତାହାକୁ ମେସିନ ସାହାଯ୍ୟରେ ସିଲେଇ କରାଯାଇ ଫିତା ଲଗାଯାଇ ପ୍ରସ୍ତୁତି କରାଯାଏ । ତେବେ ଏହି ବ୍ୟାଗ ବିଭିନ୍ନ ପ୍ରକାରର ରହିଛି । ସେଗୁଡ଼ିକ ଦଶ ଟଙ୍କା ଠାରୁ ଆରମ୍ଭ କରି ପଚାଶ ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଦିନକୁ ଶହେରୁ ଦେଢ ଶହ ବ୍ୟାଗ ତିଆରି କରି ବେଶ ଦୁଇ ପଇସା ରୋଜଗାର କରି ଆତ୍ମ ନିର୍ଭରଶୀଳ ହୋଇ ପାରୁଛନ୍ତି ଏହି ମହିଳାମାନେ । ତେବେ ମହିଳମାନଙ୍କୁ ସେମାନଙ୍କର ପରିବାର ଲୋକେ ସହଯୋଗ କରିବା ସହିତ ବ୍ୟାଗ ବିକ୍ରି କରିବାରେ ମଧ୍ୟ ସହଯୋଗର ହାତ ବଢାଉଛନ୍ତ।ା

ମେସିନ ସାହାଯ୍ୟରେ ବ୍ୟାଗ ତିଆରି କରି ବେଶ ଦୁଇ ପଇସା ରୋଜଗାର କରିବା ସହିତ ଅନ୍ଯମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ଗ୍ରାମର ମହିଳାମାନେ। ଯେଉଁଠି ଗାଁ ସମସ୍ତ ମହିଳାମାନେ ବ୍ୟାଗ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତିା

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago