ରାଜ୍ୟ

ଚାରି ଛୁଆର ବାପାଙ୍କୁ ପ୍ରେମ କରି ଜୀବନ ହାରିଲା ପ୍ରେମିକା, କାଜୁ ଜଙ୍ଗଲରେ ମିଳିଲା ଝୁଲନ୍ତା ମୃତଦେହ

ରାଇରଙ୍ଗପୁର(କେ ନ୍ୟୁଜ): ପ୍ରେମ ନେଲା ଜୀବନ । ଜୀବନ ହାରିଲେ ନାବାଳିକା ପ୍ରେମିକା , ଆଉ ବନ୍ଧା ହେଲା ବିବାହିତ ପ୍ରେମିକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଭାଲୁବସା କାଜୁ ଜଙ୍ଗଲରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଏବେ ଉନ୍ମୋଚନ ହେବାରେ ଲାଗିଛି । ନାବାଳିକା ଜଣକ ପ୍ରେମ ପାଇଁ ଜୀବନ ହାରିଥିବା ବେଳେ ମୃତ୍ୟୁ ପାଇଁ ପ୍ରେମିକ ଦାୟୀ ବୋଲି ଜଣାପଡିଛି । ଭାଲୁବସା ବୁଡାମରା ଅଂଚଳର କୃଷ୍ଣ ଚନ୍ଦ୍ର କାରୁଆଙ୍କ ଅଲିଅଳି ଝିଅ ସନ୍ଧ୍ୟା କାରୁଆ । ସନ୍ଧ୍ୟା ଭାଲୁବସା ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଗରିବ ବାପା ମା ଙ୍କ ସ୍ୱପ୍ନ ଥିଲା ତାଙ୍କ ଝିଅ ପାଠ ପଢି ସେମାନଙ୍କ ପାଇଁ ଆଶା ବାଡ଼ି ସାଜିବ । ତେଣୁ କଷ୍ଟକରି ଝିଅଙ୍କୁ ପାଠ ପଢ଼ାଉଥିଲେ । ତେବେ ସେହିଭିତରେ ଝିଅ ସନ୍ଧ୍ୟାଙ୍କୁ ଭୁଲବେଡ଼ା ଗ୍ରାମର ଅମୂଲ୍ୟ ପାତ୍ର ନାମକ ଜଣେ ବିବାହିତ ଯୁବକ ପ୍ରେମ କରିବାକୁ ବସିଲେ ।

ଆଉ ସନ୍ଧ୍ୟା ତା ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ପ୍ରେମିକ ଜଣକ ୪ଛୁଆର ବାପା ଜାଣିବା ପରେ ମଧ୍ୟ ପରିବାରକୁ ପଛରେ ପକେଇ ନିଜ ପ୍ରେମିକ ସହ ସୁନାର ସଂସାର ଗଢିବା ସ୍ୱପ୍ନ ଦେଖି ଆଉ ପଛକୁ ଚାହିଁ ଦେଖି ନଥିଲେ । କିନ୍ତୁ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସିନା ରଖିଲେ କିନ୍ତୁ ବୋହୁ କରି ଘରକୁ ନେଇ ନଥିଲେ । ପରିବାର ଲୋକେ ପୋଲିସର ସହାୟତା ଲୋଡ଼ିବାରୁ ସନ୍ଧ୍ୟାକୁ ଫେରାଇ ଆଣିଥିଲେ ପୋଲିସ । କିନ୍ତୁ ମେ ୪ ତାରିଖ ସନ୍ଧ୍ୟା ସମୟରୁ ଝିଅ ସନ୍ଧ୍ୟା ଯେଉଁ ନିଖୋଜ ହେଲେ ତାପର ଦିନ ଶବ ହୋଇ ଘରକୁ ଫେରିଲେ ! କାଜୁ ଜଙ୍ଗଲ ନିକଟରେ ମୃତ୍ୟଦେହ ଝୁଲୁଥିବା ଦେଖି ଫାଟି ଉଠିଥିଲା ବାପା ମାଙ୍କ ଛାତି ।ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଆରମ୍ଭ କରିଦେଲା ତନାଘନା , ସାଇଣ୍ଟିଫିକ ଟିମ ପହଞ୍ଚି ଜାରି କଲା ତଦନ୍ତ ।

ଚଢ଼ାଉ ଆରମ୍ଭ ହେଲା ପ୍ରେମିକଙ୍କ ଘରେ , ପୂର୍ବରୁ ଫେରାର ହୋଇଯାଇଥିଲା ପ୍ରେମିକ ।ଗୋଟେ ପଟେ ଝିଅ ଚାଲିଯିବା ଦୁଃଖରେ ଲୁହ ଶୁଖୁନଥିବା ବେଳେ ଅନ୍ୟପଟେ ପୋଲିସର ଯୁବକଙ୍କୁ ଗିରଫ ଯୁବକଙ୍କ ସ୍ତ୍ରୀ ଓ ଛୁଆଙ୍କ ଆଖିରେ ଲୁହ ଦେଇ ଚାଲିଗଲା । ସ୍ୱାମୀଙ୍କ ଜେଲ ଯିବା ପରେ କିଭଳି ଛୁଆଙ୍କୁ ମଣିଷ କରିବେ ସେନେଇ ଚିନ୍ତାରେ ଯୁବକଙ୍କ ପରିବାର । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ,ଯଦିଓ ହତ୍ୟା ଏଥିରେ ଆଉ କିଏ ସାମିଲ ଅଛନ୍ତି ସମ୍ପୂର୍ଣ୍ଣ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ରହସ୍ୟ ଉପରୁ ପର୍ଦା ହଟିବ ବୋଲି ସୂଚନା ଦେଇଛି ପୋଲିସ ।

 

KNews Bureau

Recent Posts

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

15 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

18 mins ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁର ପଲ୍ଲୀ । ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ବିଶେଷ…

22 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

33 mins ago

ଫ୍ରିରେ ଏସି ଚଲାଇବାକୁ ଚାହୁଁଛନ୍ତି କି ? ଘର ଛାତ ଉପରେ ଲଗାନ୍ତୁ ଏହି ମେସିନ୍‌

ଆପଣ ଏହି ଗରମରେ ନିଜ ଘରେ ନିଶ୍ଚିତ ଭାବେ ଏସି ଲଗାଇଥିବେ । ଏସିର ବିଲ୍‌ ବି ଅଧିକ ଆସୁଥିବ…

36 mins ago

ଆସନ୍ତାକାଲି ଇଦ ଉଲ ଜୁହା ପର୍ବ, ୪୦ରୁ ଉର୍ଦ୍ଧ୍ବ ମସଜିଦରେ ସମୂହ ନମାଜ ପାଠ

କଟକ : ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ ଉଲ ଜୁହା…

40 mins ago