ଚାରି ଛୁଆର ବାପାଙ୍କୁ ପ୍ରେମ କରି ଜୀବନ ହାରିଲା ପ୍ରେମିକା, କାଜୁ ଜଙ୍ଗଲରେ ମିଳିଲା ଝୁଲନ୍ତା ମୃତଦେହ

ରାଇରଙ୍ଗପୁର(କେ ନ୍ୟୁଜ): ପ୍ରେମ ନେଲା ଜୀବନ । ଜୀବନ ହାରିଲେ ନାବାଳିକା ପ୍ରେମିକା , ଆଉ ବନ୍ଧା ହେଲା ବିବାହିତ ପ୍ରେମିକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଭାଲୁବସା କାଜୁ ଜଙ୍ଗଲରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଏବେ ଉନ୍ମୋଚନ ହେବାରେ ଲାଗିଛି । ନାବାଳିକା ଜଣକ ପ୍ରେମ ପାଇଁ ଜୀବନ ହାରିଥିବା ବେଳେ ମୃତ୍ୟୁ ପାଇଁ ପ୍ରେମିକ ଦାୟୀ ବୋଲି ଜଣାପଡିଛି । ଭାଲୁବସା ବୁଡାମରା ଅଂଚଳର କୃଷ୍ଣ ଚନ୍ଦ୍ର କାରୁଆଙ୍କ ଅଲିଅଳି ଝିଅ ସନ୍ଧ୍ୟା କାରୁଆ । ସନ୍ଧ୍ୟା ଭାଲୁବସା ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଗରିବ ବାପା ମା ଙ୍କ ସ୍ୱପ୍ନ ଥିଲା ତାଙ୍କ ଝିଅ ପାଠ ପଢି ସେମାନଙ୍କ ପାଇଁ ଆଶା ବାଡ଼ି ସାଜିବ । ତେଣୁ କଷ୍ଟକରି ଝିଅଙ୍କୁ ପାଠ ପଢ଼ାଉଥିଲେ । ତେବେ ସେହିଭିତରେ ଝିଅ ସନ୍ଧ୍ୟାଙ୍କୁ ଭୁଲବେଡ଼ା ଗ୍ରାମର ଅମୂଲ୍ୟ ପାତ୍ର ନାମକ ଜଣେ ବିବାହିତ ଯୁବକ ପ୍ରେମ କରିବାକୁ ବସିଲେ ।

ଆଉ ସନ୍ଧ୍ୟା ତା ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ପ୍ରେମିକ ଜଣକ ୪ଛୁଆର ବାପା ଜାଣିବା ପରେ ମଧ୍ୟ ପରିବାରକୁ ପଛରେ ପକେଇ ନିଜ ପ୍ରେମିକ ସହ ସୁନାର ସଂସାର ଗଢିବା ସ୍ୱପ୍ନ ଦେଖି ଆଉ ପଛକୁ ଚାହିଁ ଦେଖି ନଥିଲେ । କିନ୍ତୁ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସିନା ରଖିଲେ କିନ୍ତୁ ବୋହୁ କରି ଘରକୁ ନେଇ ନଥିଲେ । ପରିବାର ଲୋକେ ପୋଲିସର ସହାୟତା ଲୋଡ଼ିବାରୁ ସନ୍ଧ୍ୟାକୁ ଫେରାଇ ଆଣିଥିଲେ ପୋଲିସ । କିନ୍ତୁ ମେ ୪ ତାରିଖ ସନ୍ଧ୍ୟା ସମୟରୁ ଝିଅ ସନ୍ଧ୍ୟା ଯେଉଁ ନିଖୋଜ ହେଲେ ତାପର ଦିନ ଶବ ହୋଇ ଘରକୁ ଫେରିଲେ ! କାଜୁ ଜଙ୍ଗଲ ନିକଟରେ ମୃତ୍ୟଦେହ ଝୁଲୁଥିବା ଦେଖି ଫାଟି ଉଠିଥିଲା ବାପା ମାଙ୍କ ଛାତି ।ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଆରମ୍ଭ କରିଦେଲା ତନାଘନା , ସାଇଣ୍ଟିଫିକ ଟିମ ପହଞ୍ଚି ଜାରି କଲା ତଦନ୍ତ ।

ଚଢ଼ାଉ ଆରମ୍ଭ ହେଲା ପ୍ରେମିକଙ୍କ ଘରେ , ପୂର୍ବରୁ ଫେରାର ହୋଇଯାଇଥିଲା ପ୍ରେମିକ ।ଗୋଟେ ପଟେ ଝିଅ ଚାଲିଯିବା ଦୁଃଖରେ ଲୁହ ଶୁଖୁନଥିବା ବେଳେ ଅନ୍ୟପଟେ ପୋଲିସର ଯୁବକଙ୍କୁ ଗିରଫ ଯୁବକଙ୍କ ସ୍ତ୍ରୀ ଓ ଛୁଆଙ୍କ ଆଖିରେ ଲୁହ ଦେଇ ଚାଲିଗଲା । ସ୍ୱାମୀଙ୍କ ଜେଲ ଯିବା ପରେ କିଭଳି ଛୁଆଙ୍କୁ ମଣିଷ କରିବେ ସେନେଇ ଚିନ୍ତାରେ ଯୁବକଙ୍କ ପରିବାର । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ,ଯଦିଓ ହତ୍ୟା ଏଥିରେ ଆଉ କିଏ ସାମିଲ ଅଛନ୍ତି ସମ୍ପୂର୍ଣ୍ଣ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ରହସ୍ୟ ଉପରୁ ପର୍ଦା ହଟିବ ବୋଲି ସୂଚନା ଦେଇଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.