Categories: ସ୍ପେଶାଲ

ଭେଟନ୍ତୁ ସେନାର ସେହି “ବାହୁବଳୀ” ଯବାନଙ୍କୁ , ଯାହାଙ୍କଠୁ ଟ୍ରେନିଙ୍ଗ୍ ନେବା ପାଇଁ ପଛରେ ପଡିଛି ୪ ରାଜ୍ଯର ପୋଲିସ୍

ଏମିତି କେଉଁ କଥା ଅଛି ଯେ ଚାରିଟି ରାଜ୍ଯର ପୋଲିସ୍ ଫୋର୍ସ ଜଣେ ୪୨ ବର୍ଷର ବାହୁବଳୀ ପଛରେ ପଡିଛି । ଜମ୍ମୁ-କଶ୍ମୀର, ହରିୟାଣା, ପଂଜାବ, ଏବଂ ଉତ୍ତର ପ୍ରଦେଶର ପୋଲିସ୍ ବିଭାଗ ଚାହେଁ ଯେ ବାହୁବଳୀ ତାଙ୍କ ସହ କାମ କରୁ ବୋଲି । ତେବେ କିଏ ଏହି ବାହୁବଳୀ ?

୬ଫୁଟ୍ ୨ ଇଂଚ ଲମ୍ବା ରାଜୀବ ପନୱର୍ ଦେଶର ସବୁଠାରୁ ପ୍ରଭାବଶାଳୀ ଡିଫେନ୍ସ ଟ୍ରେନର୍ । କିନ୍ତୁ ସମସ୍ତେ ତାଙ୍କର ପଦ ଏବଂ ପ୍ରତିଭା ପାଇଁ ବହୁବଳୀ କୁହନ୍ତି । ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ଯୁରିଟି ଫୋର୍ସ (CISF) ରେ ଡେପୁଟି କମାଣ୍ଡାଟ୍ ପଦରେ ଅଛନ୍ତି ରାଜୀବ । ଏହା ସହ National Industrial Security Academy ରେ ଟ୍ରେନିଙ୍ଗ୍ ଦିଅନ୍ତି ।

ନିକଟରେ ରାଜୀବ ଜମ୍ମୁ କଶ୍ମୀରର ୪୦ ଜଣ ଖାସ୍ ପୋଲିସ୍ କର୍ମୀଙ୍କୁ ଆଣ୍ଟି – ଫିଦାଇନ୍ ସ୍କ୍ବାର୍ଡ ପାଇଁ ଟ୍ରେନିଙ୍ଗ୍ ଦେଇଛନ୍ତି । ଚଳିତ ଅକ୍ଟୋବର ମାସରେ ପୁଣି ୪୦ ଅଫିସରଙ୍କୁ ଟ୍ରେନିଙ୍ଗ୍ ଦେବେ ରାଜୀବ । ଏହା ବ୍ଯତୀତ ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୮ ହଜାର CISF ଯବାନଙ୍କୁ ମଧ୍ୟ ଟ୍ରେନିଙ୍ଗ୍ ଦେଇଛନ୍ତି ।  ଅନ୍ଯପଟେ ହରିୟାଣା, ପଂଜାବ ଏବଂ ଉତ୍ତର ପ୍ରଦେଶ ପୋଲିସ୍ ବିଭାଗ ଚାହାଁନ୍ତି ରାଜୀବ ସେମାନଙ୍କୁ ସ୍ପେଶାଲ୍ ଟ୍ରେନିଙ୍ଗ୍ ଦିଅନ୍ତୁ ବୋଲି ।

ତେବେ ରାଜୀବଙ୍କ ସୁଟ୍ କରିବା ଏବଂ ଶତ୍ରୁଙ୍କୁ ଜବାବ ଦେବା ଭଳି କ୍ଷମତାକୁ ୨୦୦୨ ରେ ନୋଟିସ୍ କରାଯାଇଥିଲା । ଯେତେବେଳେ ସୀମା ସୁରକ୍ଷା ବଳ ଦ୍ବାରା କରାଯାଉଥିବା ଟ୍ରେନିଙ୍ଗ୍ କାର୍ଯ୍ଯାନୁଷ୍ଠାନରେ ଟପ୍ କରିଥିଲେ । ଏହା ପରେ ଦେଶ ବିଦେଶରେ ହୋଇଥିବା ୩୦ ରୁ ଅଧିକ କାର୍ଯ୍ଯାନୁଷ୍ଠାନ ଟ୍ରେନିଙ୍ଗ୍ କୋର୍ସରେ ଭାଗ ନେଇଥିଲେ । ସେଥିମଧ୍ୟରୁ ୨୦୧୧ରେ Anti-Terrorism Course ରେ , ୨୦୧୩ ଏବଂ ୨୦୧୫ରେ ଆମେରିକାରେ Crisis Response Team, Post Blast Investigation Course ସାମିଲ୍ ହୋଇଥିଲେ ।

ଏହି କୋର୍ସ ଯୋଗୁଁ ଏବେ ରାଜୀବ ଏସବୁର ମାଷ୍ଟର ହୋଇଯାଇଛନ୍ତି । ୨୦୧୬ରେ ରାଜୀବଙ୍କୁ ଦେଖାକରିଥିଲେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର । ତେବେ ରାଜୀବଙ୍କ ସହ ମିଶି ଏତେ ପ୍ରଭାବିତ ହୋଇଥିଲେ ଅକ୍ଷୟ ଯେ ନିଜ ଫିଲ୍ମ ପାଇଁ ତାଙ୍କଠାରୁ ଟ୍ରେନିଙ୍ଗ୍ ନେବା ପାଇଁ ଇଛା ଜାହିର୍ କରିଥିଲେ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

21 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

24 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

28 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

40 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

57 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago