ଭେଟନ୍ତୁ ସେନାର ସେହି “ବାହୁବଳୀ” ଯବାନଙ୍କୁ , ଯାହାଙ୍କଠୁ ଟ୍ରେନିଙ୍ଗ୍ ନେବା ପାଇଁ ପଛରେ ପଡିଛି ୪ ରାଜ୍ଯର ପୋଲିସ୍

ଏମିତି କେଉଁ କଥା ଅଛି ଯେ ଚାରିଟି ରାଜ୍ଯର ପୋଲିସ୍ ଫୋର୍ସ ଜଣେ ୪୨ ବର୍ଷର ବାହୁବଳୀ ପଛରେ ପଡିଛି । ଜମ୍ମୁ-କଶ୍ମୀର, ହରିୟାଣା, ପଂଜାବ, ଏବଂ ଉତ୍ତର ପ୍ରଦେଶର ପୋଲିସ୍ ବିଭାଗ ଚାହେଁ ଯେ ବାହୁବଳୀ ତାଙ୍କ ସହ କାମ କରୁ ବୋଲି । ତେବେ କିଏ ଏହି ବାହୁବଳୀ ?

୬ଫୁଟ୍ ୨ ଇଂଚ ଲମ୍ବା ରାଜୀବ ପନୱର୍ ଦେଶର ସବୁଠାରୁ ପ୍ରଭାବଶାଳୀ ଡିଫେନ୍ସ ଟ୍ରେନର୍ । କିନ୍ତୁ ସମସ୍ତେ ତାଙ୍କର ପଦ ଏବଂ ପ୍ରତିଭା ପାଇଁ ବହୁବଳୀ କୁହନ୍ତି । ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ଯୁରିଟି ଫୋର୍ସ (CISF) ରେ ଡେପୁଟି କମାଣ୍ଡାଟ୍ ପଦରେ ଅଛନ୍ତି ରାଜୀବ । ଏହା ସହ National Industrial Security Academy ରେ ଟ୍ରେନିଙ୍ଗ୍ ଦିଅନ୍ତି ।

ନିକଟରେ ରାଜୀବ ଜମ୍ମୁ କଶ୍ମୀରର ୪୦ ଜଣ ଖାସ୍ ପୋଲିସ୍ କର୍ମୀଙ୍କୁ ଆଣ୍ଟି – ଫିଦାଇନ୍ ସ୍କ୍ବାର୍ଡ ପାଇଁ ଟ୍ରେନିଙ୍ଗ୍ ଦେଇଛନ୍ତି । ଚଳିତ ଅକ୍ଟୋବର ମାସରେ ପୁଣି ୪୦ ଅଫିସରଙ୍କୁ ଟ୍ରେନିଙ୍ଗ୍ ଦେବେ ରାଜୀବ । ଏହା ବ୍ଯତୀତ ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୮ ହଜାର CISF ଯବାନଙ୍କୁ ମଧ୍ୟ ଟ୍ରେନିଙ୍ଗ୍ ଦେଇଛନ୍ତି ।  ଅନ୍ଯପଟେ ହରିୟାଣା, ପଂଜାବ ଏବଂ ଉତ୍ତର ପ୍ରଦେଶ ପୋଲିସ୍ ବିଭାଗ ଚାହାଁନ୍ତି ରାଜୀବ ସେମାନଙ୍କୁ ସ୍ପେଶାଲ୍ ଟ୍ରେନିଙ୍ଗ୍ ଦିଅନ୍ତୁ ବୋଲି ।

cisfତେବେ ରାଜୀବଙ୍କ ସୁଟ୍ କରିବା ଏବଂ ଶତ୍ରୁଙ୍କୁ ଜବାବ ଦେବା ଭଳି କ୍ଷମତାକୁ ୨୦୦୨ ରେ ନୋଟିସ୍ କରାଯାଇଥିଲା । ଯେତେବେଳେ ସୀମା ସୁରକ୍ଷା ବଳ ଦ୍ବାରା କରାଯାଉଥିବା ଟ୍ରେନିଙ୍ଗ୍ କାର୍ଯ୍ଯାନୁଷ୍ଠାନରେ ଟପ୍ କରିଥିଲେ । ଏହା ପରେ ଦେଶ ବିଦେଶରେ ହୋଇଥିବା ୩୦ ରୁ ଅଧିକ କାର୍ଯ୍ଯାନୁଷ୍ଠାନ ଟ୍ରେନିଙ୍ଗ୍ କୋର୍ସରେ ଭାଗ ନେଇଥିଲେ । ସେଥିମଧ୍ୟରୁ ୨୦୧୧ରେ Anti-Terrorism Course ରେ , ୨୦୧୩ ଏବଂ ୨୦୧୫ରେ ଆମେରିକାରେ Crisis Response Team, Post Blast Investigation Course ସାମିଲ୍ ହୋଇଥିଲେ ।

ଏହି କୋର୍ସ ଯୋଗୁଁ ଏବେ ରାଜୀବ ଏସବୁର ମାଷ୍ଟର ହୋଇଯାଇଛନ୍ତି । ୨୦୧୬ରେ ରାଜୀବଙ୍କୁ ଦେଖାକରିଥିଲେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର । ତେବେ ରାଜୀବଙ୍କ ସହ ମିଶି ଏତେ ପ୍ରଭାବିତ ହୋଇଥିଲେ ଅକ୍ଷୟ ଯେ ନିଜ ଫିଲ୍ମ ପାଇଁ ତାଙ୍କଠାରୁ ଟ୍ରେନିଙ୍ଗ୍ ନେବା ପାଇଁ ଇଛା ଜାହିର୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.