ସ୍ପେଶାଲ

ସୁନ୍ଦରତା ପଛରେ ଏହି ଜୀବ ଲୁଚାଇ ରଖଛନ୍ତି ବିଷ, ଭୁଲରେ ବି ପାଖ ମାଡ଼ନ୍ତୁ ନାହିଁ

ଦୁନିଆରେ ଅନେକ ପ୍ରକାରର ଜୀବ ଯନ୍ତୁ ଅଛନ୍ତି । ଏହି ଜୀବ ମାନଙ୍କ ମଧ୍ୟରୁ ବହୁତ ଜୀବ ସୁନ୍ଦର ଦେଖାଯାନ୍ତି କିନ୍ତୁ କେତେକ ଜୀବ ନିଜ ସୁନ୍ଦରତା ପଛରେ ଲୁଚାଇ ରଖିଥାନ୍ତି ବିଷ । କିଛି ଜୀବ କେବଳ ସେମାନଙ୍କର ବିଷ ପାଇଁ ବେଶ ଜଣାଶୁଣା । ଏହି ଜୀବମାନଙ୍କ ସଂସ୍ପର୍ଶରେ ଆସିଲେ ମଣିଷର ମୃତ୍ୟୁ ସୁନିଶ୍ଚିତ । ଯଦି ଆପଣ ଭୁଲରେ ବି ଏପରି ଜୀବମାନଙ୍କ ସାମ୍ନାରେ ପଡ଼ିଯାନ୍ତି ତେବେ ଆପଣ ଯଥାସମ୍ଭବ ସେଠାରୁ ପଳାଇ ଆସନ୍ତୁ । ନଚେତ ଆପଣଙ୍କ ଜୀବନ ଯିବାରୁ କେହି ଅଟକାଇ ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଯେଉଁ ଜୀବ ମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ ସେଗୁଡ଼ିକ ହେଉଛନ୍ତି ସବୁଠାରୁ ଭୟଙ୍କର ଜୀବ । ଏମାନଙ୍କ ବିଷର ପ୍ରଭାବରେ ମଣିଷର କ୍ଷଣିକ ମାତ୍ରେ ଜୀବନ ଚାଲିଯିବ ।

ବକ୍ସ ଜେଲିଫିସ୍: ବକ୍ସ ଜେଲିଫିସ୍ ଦୁନିଆର ସବୁଠାରୁ ବିଷାକ୍ତ ଜୀବମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ପ୍ରଶାନ୍ତ ଏବଂ ଭାରତ ମହାସାଗରରେ ଏହି ଜେଲିଫିସ୍ ମିଳିଥାଏ । ଏହାର ବିଷ ଅତ୍ୟନ୍ତ ମାରାତ୍ମକ ହୋଇଥାଏ । ଏହି ଜେଲିଫିସର ବିଷ ସିଧାସଳଖ ମଣିଷର ହୃଦୟରେ ପ୍ରଭାବ ପକାଏ । ଏହା ଦ୍ୱାରା ମଣିଷର ହୃଦୟ ସ୍ପନ୍ଦନ ବନ୍ଦ ହୋଇଯାଏ ଏବଂ ସେ ମରିଯାଏ । ଏହି ଜେଲିଫିସ କାମୁଡ଼ାରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।

କିଙ୍ଗ କୋବ୍ରା: କିଙ୍ଗ କୋବ୍ରା ବିଷାକ୍ତ ଜୀବ ଲିଷ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହା ଅତ୍ୟନ୍ତ ବିଷାକ୍ତ । ଏହାର ବିଷର ପ୍ରଭାବ ବିଷୟରେ କହିବାକୁ ଗଲେ ଏହାର ୭ml ବିଷ ଗୋଟିଏ ହାତୀ ଏବଂ ୨୦ ଜଣଙ୍କ ଜୀବନ ନେଇପାରେ । ଏହାର ବିଷ ମଣିଷ ରକ୍ତରେ ପ୍ରବେଶ କରିବା ମାତ୍ରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରେ । ଭାରତ ବ୍ୟତୀତ ଆପଣ ଚାଇନାର ଜଙ୍ଗଲରେ ସହଜରେ କିଙ୍ଗ କୋବ୍ରାକୁ ପାଇପାରିବେ ।

ମାର୍ବଲ କୋନ ସ୍ନେଲ: ଏହି ପ୍ରଜାତିର ସ୍ନେଲ ବା ଗେଣ୍ଡା ମହୁମାଛି ପରି ଦେଖାଯାଏ । ଏହାର ଲମ୍ବ ୬ ଇଞ୍ଚ କିନ୍ତୁ ଏହା ବହୁତ ବିଷାକ୍ତ ହୋଇଥାଏ । ଏହାର ବିଷ ଯୋଗୁଁ ଜଣେ ବ୍ୟକ୍ତି ଦୃଷ୍ଟି ଶକ୍ତି ହରାଇଥାଏ । ଅନେକ କ୍ଷେତ୍ରରେ ମଣିଷର ମୃତ୍ୟୁ ମଧ୍ୟ ହୋଇଯାଏ । ଏହାର ବିଷ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିକାର ବାହାରି ନାହିଁ ।

ବ୍ଲୁ ରିଙ୍ଗ ଅକ୍ଟୋପସ୍: ଏହାର ଆକାର ଏକ ଗଲ୍ଫ ବଲର ଆକାର ଭଳି ହେବ । ଏହା ସାଧାରଣତଃ ଅଷ୍ଟ୍ରେଲିଆ, ଜାପାନ ଏବଂ ଇଣ୍ଡୋନେସିଆରେ ଦେଖାଯାଏ । ଏହାର ବିଷ ଜଣେ ବ୍ୟକ୍ତିଙ୍କୁ ପାରାଲିସିସ ଭଳି ରୋଗରେ ଆକ୍ରାନ୍ତ କରିପାରେ ଏବଂ ଆଖିର ରେଟିନାକୁ ମଧ୍ୟ ଆଘାତ କରିଥାଏ ।

ଡେଥ୍ ଷ୍ଟକର ବିଛା : ହାଲୁକା ହଳଦିଆ ରଙ୍ଗର ଏହି ବିଛା ଅତ୍ୟନ୍ତ ବିପଜ୍ଜନକ ଏବଂ ବିଷାକ୍ତ । ଏଗୁଡ଼ିକ ସାଧାରଣତଃ ଦକ୍ଷିଣ ଆଫ୍ରିକାରେ ଦେଖାଯାଏ । ଯଦି ଏହା ମଣିଷକୁ କାମୁଡ଼େ ତେବେୁ ପ୍ରଥମେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହା ପରେ ମଣିଷର ଜୀବନ ଯାଇଥାଏ ।

Subhalaxmi Das

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

46 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago