ଟେକ୍

USB ଟାଇପ୍ ସି ପୋର୍ଟ ସହିତ ଆପଲ୍ ଲଞ୍ଚ କଲା ଲାଟେଷ୍ଟ ପେନସିଲ୍‌, ଜାଣନ୍ତୁ କେତ ରହିଛି ଦାମ

USB ଟାଇପ୍ ସି ପୋର୍ଟ ସହିତ ଆପଲ୍ ଏହାର ନେକ୍ସଟ ଜେନେରେସନର ଲାଟେଷ୍ଟ ପେନସିଲ୍‌ ଲଞ୍ଚ କରିଛି । ଆପଲର ଏହି ଲାଟେଷ୍ଟ ପେନସିଲର ମୂଲ୍ୟ ୭,୯୦୦ ଟଙ୍କା ଏବଂ ଏହି ପେନସିଲରେ ଏକ ସ୍ଲାଇଡିଂ କ୍ୟାପ୍ ଡିଜାଇନ୍ ଅଛି ଯାହା USB ଟାଇପ୍ ସି ପୋର୍ଟ ସହିତ ଆସିଥାଏ । ବର୍ତ୍ତମାନ ଆଇପ୍ୟାଡ୍ ସହିତ ଆପଲ୍ ପେନସିଲକୁ ଯୋଡିବା ପୂର୍ବ ଅପେକ୍ଷା ବହୁତ ସହଜ ହେବ । ଏହା ସହିତ ଆଇପ୍ୟାଡର ସାଇଡ ଧାରରେ ମଧ୍ୟ ଏହା ଯୋଡ଼ି ହୋଇ ରହିପାରିବ ।

ଆପଲ୍ ଲାଟେଷ୍ଟ ପେନସିଲକୁ ମାତ୍ର ୭,୯୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରିଛି, ଯାହା ଗତ ବର୍ଷ ଜାରି କରାଯାଇଥିବା ଦଶମ ଜେନେରେସେନର ପେନସିଲ ତୁଳନାରେ ବହୁତ ଶସ୍ତା ହୋଇଥାଏ । ଆପଲ୍ ଗତ ବର୍ଷ ୧୧,୯୦୦ ଟଙ୍କାରେ ଏହି ପେନସିଲ ଲଞ୍ଚ କରିଥିଲା । ଆପଲ୍ ପେନସିଲର କମ୍ ମୂଲ୍ୟ ରଖିବା ସହିତ ଏଥିରେ ଆଡଭାନ୍ସ କାଉଣ୍ଟରପାର୍ଟ ଦେଇଛି । ଏହା ସହିତ ଏଥିରେ କିଛି ମିସିଙ୍ଗ ରହିଛି । ଯେପରିକି ଏଥିରେ ପ୍ରେସର ସେନ୍ସିଟିଭିଟି, େଓ୍ଵୟାରଲେସ୍‌ ପେୟାରିଙ୍ଗ୍‌ ଏବଂ ଚାର୍ଜିଂ ଏବଂ ଡବଲ୍ ଟ୍ୟାପ୍ ଫଙ୍କସନ୍ ନାହିଁ ।

ଆପଲ୍ ଏହାର ଶିକ୍ଷା ପ୍ଲାନ ଅଧିନରେ ଛାତ୍ରମାନଙ୍କୁ ଅଫର୍ ଦେଇଛି । ନୂଆ ଆପଲ୍ ପେନସିଲ୍ ଛାତ୍ର ଏବଂ ଶିକ୍ଷକମାନଙ୍କ ପାଇଁ ୬,୯୦୦ ଟଙ୍କାରେ ଉପଲବ୍ଧ ହେବ । ଏହି ଅଫର କଲେଜ ଛାତ୍ର ଏବଂ ସେମାନଙ୍କ ଅଭିଭାବକ ଏବଂ ସମସ୍ତ ଶ୍ରେଣୀର କର୍ମଚାରୀ ଏବଂ ହୋମର ସ୍କୁଲର ଶିକ୍ଷକମାନଙ୍କ ପାଇଁ ସୁବିଧା ରହିଛି ।

 

Subhalaxmi Das

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago