ସ୍ପେଶାଲ

ଚୁଇଁଗମ୍‌ରେ କଳାକୃତି, ୧୦୦୦ରୁ ଊର୍ଦ୍ଧ୍ୱ ବ୍ୟବହୃତ ଚୁଇଁଗମ୍‌ରେ କାରିଗରୀ ଦେଖାଇଛନ୍ତି ଏହି ବ୍ୟକ୍ତି

ଚୁଇଁଗମ୍‌କୁ ଚୋବାଇ ସାରିବା ପରେ ଲୋକମାନେ ତାହାକୁ ଫିଙ୍ଗି ଦେଇଥାନ୍ତି। ଏହା କେତେବେଳେ କାହା ପାଦରେ ଲାଗେ ତ କାହା ହାତରେ। ଛାଡ଼ିବାକୁ ସମସ୍ୟା ହେଉଥିବାରୁ ଥରେ ଦେହରେ ଲାଗିଲେ ଲୋକେ ବିରକ୍ତ ହୋଇଯାଆନ୍ତି ଓ ଛଡ଼ାଇବାକୁ ନାନାଦି ଉପାୟ ଆପଣାଇଥାନ୍ତି। କିନ୍ତୁ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯିଏ ଚୋବାଇସାରିବା ପରେ ଫିଙ୍ଗାଯାଇଥିବା ଚୁଇଁଗମ୍‌କୁ ଭଲ ପାଆନ୍ତି ଓ ସଂଗ୍ରହ କରିଥାନ୍ତି। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ।

ଲଣ୍ଡନର ଜଣେ ବ୍ୟକ୍ତି ଚୁଇଁଗମ୍‌ ସଂଗ୍ରହ କରି ଏହା ଉପରେ କଳାକୃତି କରୁଥିବା ଦେଖିବାକୁ ମିଳିଛି। ଲଣ୍ଡନରେ ରହୁଥିବା ବେନ୍‌ ଓ୍ଵିଲସନ୍‌ ଲୋକମାନେ ଚୋବାଇ ସାରି ଫିଙ୍ଗିଥିବା ଚୁଇଁଗମ୍‌ରେ ନିଜ କଳା କାରିଗରୀର ନମୁନା ଦେଖାଇଛନ୍ତି। ୫୭ ବର୍ଷୀୟ ଓ୍ଵିଲସନ୍‌ ଗତ ୧୫ ବର୍ଷ ଧରି ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ସେଠାରୁ ଫିଙ୍ଗାଯାଇଥିବା ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଚୁଇଁଗମ୍‌ ସଂଗ୍ରହ କରିଛନ୍ତି।

ଓ୍ଵିଲସନ୍‌ କହିଛନ୍ତି ଯେ ସେ ଚୁଇଁଗମ୍‌କୁ ପୁନଃବ୍ୟବହାରକ୍ଷମ କରିବାକୁ ଏଭଳି ଅଦ୍ଭୁତ କାମ କରୁଛନ୍ତି। ସେ କହିଛନ୍ତି ଲୋକମାନେ ଯାହାକୁ ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ମୁଁ ସେଥିରେ ନୂଆ ନୂଆ କଳାକୃତି କରୁଛି। ଚୁଇଁଗମ୍‌ ଉପରେ କରାଯାଇଥିବା କଳା ରିସଇକେଲର ଏକ ରୂପ ବୋଲି ସେ କହିଛନ୍ତି।

ଅଧିକାଂଶ କଳାକୃତି ସେ ଲଣ୍ଡନ୍‌ର ଥେମ୍‌ସ ନଦୀ କୂଳରେ ବସି କରିଥାନ୍ତି। ପୂର୍ବରୁ ସେ କାଠରେ ମଧ୍ୟ ନିଜ କଳା ଦର୍ଶାଇସାରିଛନ୍ତି। ଏବେ ସେ ଚୁଇଁଗମ୍‌ରେ ନିଜ କଳା ଦର୍ଶାଉଛନ୍ତି। ଓ୍ଵିଲସନ୍‌ଙ୍କ ଏହି କଳା ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକ ଆସିଥାନ୍ତି। ଏଭଳି ଏକ ନିଆରା କାମ ପାଇଁ ଓ୍ଵିଲସନ୍‌କୁ କିଛି ଲୋକ ଚୁଇଁଗମ୍‌ ମ୍ୟାନ୍‌ ମଧ୍ୟ କହୁଛନ୍ତି। ସେ କହିଛନ୍ତି ଯେ ଏହି କଳାକୃତି ପାଇଁ କୌଣସି ଜିନିଷ କିଣିନଥାନ୍ତି କି କାହାଠାରୁ ଟଙ୍କା ମଧ୍ୟ ନେଇନଥା’ନ୍ତି। ସମସ୍ତ ପୁରୁଣା ତଥା ଅବ୍ୟବହୃତ ବାଲ୍‌ଟି, ରଙ୍ଗ, ବ୍ରଶ ଓ ବାର୍ଣ୍ଣିସ୍‌ ବୋତଲ ନେଇ ସେ ଚୁଇଁଗମ୍‌ କଳାକୃତି କରିଥାନ୍ତି ବୋଲି କହିଛନ୍ତି ଓ୍ଵିଲସନ୍‌।

WCW 11

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

15 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

40 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

44 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

47 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

52 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago