Categories: ସ୍ପେଶାଲ

ଛୋଟ ରୁଦ୍ରାକ୍ଷ ହେଲେ ବଡ ଲାଭ, ହୃଦ ରୋଗୀମାନେ ନିଶ୍ଚିନ୍ତ କରନ୍ତୁ ଧାରଣ

ଭଗବାନ ଶିବଙ୍କ ପୂଜା ଏବଂ ସେଥିରେ ଯଦି ରୁଦ୍ରାକ୍ଷ ନଥାଏ ତେବେ ଏହି ପୂଜା ସମ୍ଭବ ହୋଇନଥାଏ। ଏହିକାରଣରୁ ଭଗବାନ ଶଙ୍କରଙ୍କ ଉପାସକ ରାଶି ଏବଂ ଗ୍ରହ ଅନୁରୂପ ରୁଦ୍ରାକ୍ଷ ଧାରଣ କରିଥାନ୍ତି। ସୁଖ, ସମୃଦ୍ଧି ଏବଂ ସମ୍ପନ୍ନତା ପ୍ରଦାନ କରିବା ସହ ଧାରକଙ୍କୁ ନିରୋଗୀ କରିବାରେ ସହାୟକ ହେଉଥିବା ଛୋଟ ରୁଦ୍ରାକ୍ଷର ବ୍ଯବହାର ଖୁବ୍ ସାହାଯ୍ଯ କରିଥାଏ। ଲୋକମାନେ ଏହାକୁ ଫ୍ଯାସନ ପାଇଁ ମଧ୍ଯ ପିନ୍ଧିଥାନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯଜନକ କଥା ହେଉଛି ଭାରତରେ କେବଳ ୩ ପ୍ରତିାତ ରୁଦ୍ରାକ୍ଷ ଉତ୍ପାଦନ ହୋଇଥାଏ। ଅଧିକାଂଶ ରୁଦ୍ରାକ୍ଷ ଇଣ୍ଡୋନେସିଆ ଏବଂ ନେପାଳରୁ ଅଣାଯାଇଥାଏ।

ଭଗବାନ ଶିବଙ୍କୁ ଜପ କରିବା ସମୟରେ, ଯଜ୍ଞ ଏବଂ ପୂଜାରେ ରୁଦ୍ରାକ୍ଷର ବ୍ଯବହାର ଅନିବାର୍ଯ୍ଯ। ଠିକ୍ ସେହିଭଳି ଧ୍ଯାନ, ଯୋଗ ଭଳି ବୈକଳ୍ପିକ ଚିକିତ୍ସାରେ ମଧ୍ଯ ରୁଦ୍ରାକ୍ଷ ବ୍ଯବହାର କରାଯାଇଥାଏ। ଏହାର ଗୁଣ କାରଣରୁ ବହୁ ପ୍ରାଚୀନ କାଳରୁ ଏହାକୁ ମୁନି-ଋଷିମାନେ ଧାରଣ କରିଥାନ୍ତି। ରୁଦ୍ରାକ୍ଷ ପରିଧାନ କରିଥିବା ବ୍ଯକ୍ତିମାନଙ୍କ ଆଖ-ପାଖରେ ସକରାତ୍ମକ ଶକ୍ତି ଘେରି ହୋଇ ରହିଥାଏ। ରୁଦ୍ରାକ୍ଷ ଧାରଣ କରିଥିବା ବ୍ଯକ୍ତିମାନେ ଉତ୍ତମ ସ୍ବାସ୍ଥ୍ଯ, ପ୍ରସନ୍ନତା, ଆଧ୍ଯାତ୍ମିକ ଉନ୍ନତି, ସମୃଦ୍ଧି, ପରିବାରରେ ସାମଞ୍ଜସ୍ଯ ଏବଂ ମାନସିକ ଶାନ୍ତି ମିଳିଥାଏ। ଏହାବ୍ଯତୀତ ରୁଦ୍ରାକ୍ଷରେ କାର୍ବନ, ହାଇଡ୍ରୋଜେନ୍, ନାଇଟ୍ରୋଜେନ୍, ଅକ୍ସିଜେନ୍, କ୍ଯାଲସିୟମ, କ୍ଯାଲୋରୀ, କପର, ମ୍ଯାଗ୍ନେସିୟମ, ମାଙ୍ଗାନିଜ୍, ଫସଫରସ୍, ପୋଟାସିୟମ, ସୋଡିୟମ, ସିଲିକନ ଅକ୍ସସାଇଡ ଏବଂ ଜିଙ୍କ୍ ମଧ୍ଯ ରହିଥାଏ। ଏଥିସହ ରୁଦ୍ରାକ୍ଷରେ ଚୁମ୍ବକୀୟ ଏବଂ ବିଦୁତୀୟ ଗୁଣ ମଧ୍ଯ ରହିଛି।

ଶିବଙ୍କ ପ୍ରେମ ସ୍ବରୂପ ରୁଦ୍ରାକ୍ଷ:

ସତୀ ଦେହ ତ୍ଯାଗ କରିବା ପରେ ଭଗବାନ ଶଙ୍କର ଯେତେବେଳେ ମାତାଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ନିଜ କାନ୍ଧରେ ରକି ଯାଉଥିଲେ ସେହି ସମୟରେ ଭଗବାନ ଶଙ୍କରଙ୍କ ଆଖିରୁ ଯେଉଁ ଭଲପାଇବାର ଲୁହ ପୃଥିବୀରେ ପଡିଥିଲା ସେଥିରୁ ହିଁ ରୁଦ୍ରାକ୍ଷ ବୃକ୍ଷ ସୃଷ୍ଟି। ସେହି ସମୟରୁ ହିଁ ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ପ୍ରେମ-ସ୍ବରୂପ କୁହାଯାଇଥାଏ। ଏହାବ୍ଯତୀତ ହୃଦୟ ରୋଗ ଥିବା ବ୍ଯକ୍ତିମାନେ ରୁଦ୍ରାକ୍ଷ ଧାରଣ କଲେ ଲାଭ ମିଳିଥାଏ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

9 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

42 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

44 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

50 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

59 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

59 mins ago