Categories: ସ୍ପେଶାଲ

ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ, ଯିଏ ନିଜକୁ ମାନନ୍ତି ୭୦ ପ୍ରତିଶତ ପୁରୁଷ ଆଉ ୩୦ ପ୍ରତିଶତ ମହିଳା!

ଏହି ବ୍ୟକ୍ତିଙ୍କୁ ଦେଖିଲେ, ଆପଣ ନିଶ୍ଚିତ ଭାବେ ଭ୍ରମରେ ପଡ଼ିଯିବେ। କାରଣ, ଆପଣ ଜାଣିପାରିବେ ନାହିଁ ସେ ପ୍ରକୃତରେ ପୁରୁଷ ନା ମହିଳା। ଆମେ କହୁଛୁ ରିଚର୍ଡ ଓ ବ୍ରାୟନଙ୍କ କଥା, ଯିଏ କି ଜଣେ ପ୍ରସିଦ୍ଧ ଆକ୍ଟର, ଲେଖକ, ସଙ୍ଗୀତକାର ଏବଂ ଟେଲିଭିଜନ ପ୍ରେଜେଣ୍ଟର। ବର୍ଷ ୧୯୭୩ରେ ସେ ଏକ ମ୍ୟୁଜିକାଲ୍‌ ଷ୍ଟେଜ୍‌ ଶୋ’ ‘ଦ ରକି ହରର୍‌ ଶୋ’ ଲେଖିଥିଲେ, ଯାହାକି ଅନ୍ତରାଷ୍ଟ୍ରୀୟ ସ୍ତରରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଆଉ ଏହାପରେ ତାଙ୍କର ସ୍ୱତନ୍ତ୍ର ପରିଚୟ ବନିଯାଇଥିଲା।

ରିଚର୍ଡ ନିଜକୁ ନା ପୁରୁଷ ଭାବନ୍ତି ନା ମହିଳା। ସେ ନିଜକୁ ଏହାର ମଝିଆ ମଝି ଭାବିଥାଆନ୍ତି। ରିଚର୍ଡ କୁହନ୍ତି, ‘ମୁଁ ଯାହା ନୁହେଁ, ତାହା ଦେଖାଇବାକୁ ଚାହୁଁନି। ଜଣେ ଆକ୍ଟର ମୋତେ କହିଥିଲେ, ତୁମେ ମହିଳା ଏବଂ ପୁରୁଷ ବଦଳରେ କିଛି ଅଲଗା ଅଟ। ମୁଁ ବି ଭାବିଲି, ଏହା ଠିକ୍‌। ଏହି ମନୋଭାବ ମୋତେ ପସନ୍ଦ’।
୨୦୧୩ରେ ରିଚର୍ଡ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ୭୦ ପ୍ରତିଶତ ପୁରୁଷ ଏବଂ ୩୦ ପ୍ରତିଶତ ମହିଳା’। ୨୦୧୭ରେ ରିଚର୍ଡ ବିବାଦରେ ଫସିଯାଇଥିଲେ। ସେ କହିଥିଲେ, ଟ୍ରାନ୍ସଜେଣ୍ଡରମାନେ କେବେ ବି ଅସଲି ମହିଳାଙ୍କ ଭଳି ହୋଇପାରି ନ ଥାଆନ୍ତି। କିଛି ବର୍ଷ ତଳେ ଏକ ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲା ଯେ ପାସ୍‌ପୋର୍ଟ ଆବେଦନ କରିବା ସମୟରେ ଆପଣ କ’ଣ ଲେଖିବେ ପୁରୁଷ ନା ମହିଳା? ରିଚର୍ଡ କହିଥିଲେ, ପୁରୁଷ। କିନ୍ତୁ ମୁଁ ଅଧିକ ‘ଅନ୍ୟ’ ଅପ୍‌ଶନରେ ହିଁ ଚିହ୍ନ ଲଗାଇବି।

୭୭ ବର୍ଷୀୟ ରିଚର୍ଡ ୩ ଥର ବିବାହ କରିଛନ୍ତି ଏବଂ ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। ତାଙ୍କର ଏବଂ ଅଭିନେତ୍ରୀ କିମି ବାଙ୍ଗଙ୍କ ବିବାହ ୧୯୭୧, ୪ ଡିସେମ୍ବରରେ ହୋଇଥିଲା। ୧୯୭୨ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ସେ ଦ୍ୱିତୀୟ ଥର ଡିଜାଇନର ଜେନ୍‌ ମାନ୍ସଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଓ ଝିଅ ଅଛନ୍ତି। ୨୦୧୩ରେ ସେ ତୃତୀୟ ବିବାହ କରିଥିଲେ। ଜର୍ମାନୀର ୩୫ ବର୍ଷୀୟା ସବ୍‌ରିନା ଗ୍ରାଫ୍‌ଙ୍କ ସହ ତାଙ୍କର ବିବାହ ହୋଇଥିଲା। ସେ ପୂର୍ବରୁ ସବ୍‌ରିନାଙ୍କୁ ଡେଟ୍‌ କରୁଥିଲେ। ଏହାପରେ ସେ ବିବାହ ପାଇଁ ୨୦୧୨ ଜୁଲାଇ ୭ରେ ତାଙ୍କୁ ପ୍ରପୋଜ କରିଥିଲେ।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

10 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

19 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

22 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

56 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

58 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago