Categories: ସ୍ପେଶାଲ

ରାଜଧାନୀ ଭୁବନେଶ୍ୱର ପାଳିବ ୭୧ ତମ ଜନ୍ମ ଦିବସ, ଜାଣନ୍ତୁ କିଛି ଅଜଣା କଥା

୧୯୪୮ ମସିହା ଏପ୍ରିଲ ୧୩ ତାରିଖ । ଏହି ଦିନ ଜନ୍ମ ନେଇଥିଲା ରାଜଧାନୀ ଭୁବନେଶ୍ୱର । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ଏଇ ସହରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଆଉ ଏହାକୁ ଏକ ଯୋଜନାବଦ୍ଧ ସହରର ରୂପ ଦେଇଥିଲେ ଜର୍ମାନୀର

ଆର୍କିଟେକ୍ଟ ଓଟ୍ଟୋ କୋଏନିଙ୍ଗସ ବର୍ଜର । ସମ୍ପୂର୍ଣ୍ଣ ମାଷ୍ଟର ପ୍ଲାନ୍‌ରେ ତିଆରି ହୋଇଥିଲା ଭୁବନେଶ୍ୱର । ତେବେ ୪୦ ହଜାର ଲୋକଙ୍କ ପାଇଁ ନିର୍ମାଣ ହୋଇଥିଲା ଏହି ସହର । ୧୯୪୯ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱର ହେଲା ଓଡ଼ିଶାର ନୂଆ ରାଜଧାନୀ ।


ଏବେ କିନ୍ତୁ ଏହାର ଆକାର ବହୁଗୁଣ ବଢ଼ି ଯାଇଛି । ଲୋକସଂଖ୍ୟା ୨୦ ଲକ୍ଷରୁ ଅଧିକ । ଦିନେ ଶାନ୍ତ, ଶୀତଳ ବାତାବରଣ ପାଇଁ ପ୍ରସିଦ୍ଧ ଥିବା ଏଇ ନଗରୀ ମନ୍ଦିର ମାଳିନୀରୁ ପାଲଟି ଯାଇଛି କଂକ୍ରିଟ୍‌ ଜଙ୍ଗଲରେ ।

ପୁରୁଣା ଭୁବନେଶ୍ୱରକୁ ସାଥୀରେ ନେଇ ନାଁ ପାଇଥିଲା ମନ୍ଦିର ମାଳିନୀ । ହେଲେ ନୂଆ ଭୁବନେଶ୍ୱର କେବଳ ୟୁନିଟ-୧ ଓ ବିହାର ଏବଂ ନଗର ଭିତରେ ସୀମିତ ଥିଲା । ପରେ ପରେ ସବୁ ଲୋକଙ୍କ ଲକ୍ଷ୍ୟ ସ୍ଥଳ ପାଲଟି ଗଲା ଭୁବନେଶ୍ୱର । ଶିକ୍ଷାରୁ ଚାକିରି, ରୋଜଗାର, ରାଜନୀତି ପୁଣି ରାଜଧାନୀରେ ରହିବାର ନିଶା ଯୋଗୁଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ଲୋକଙ୍କୁ ଆକର୍ଷିତ କରି ଟାଣି ଆଣିଲା ଭୁବନେଶ୍ୱର । ବଡ଼ ବଡ଼ କୋଠା ଘର ନିର୍ମାଣ ହେଲା ।

ପୁଣି ମୁଣ୍ଡ ଟେକି ଠିଆ ହେଲା ବିଶାଳ ଆପାର୍ଟମେଣ୍ଟ । ତା ପାଖକୁ ଛୋଟ ଛୋଟ ବସ୍ତି ସବୁ ଜନ୍ମ ନେଲା । ଧୀରେ ଧୀରେ ଏଇ ଐତିହାସିକ ସହର, ଦେବଭୂମି ତାର କାୟା ବିସ୍ତାର କରି ଗୋଟିଏ ପଟେ କଟକ ଓ ଅନ୍ୟପଟେ ଖୋର୍ଦ୍ଧା ଆଡ଼କୁ ମାଡ଼ି ଚାଲିଲା । ସେହିପରେ ଅପର ପାର୍ଶ୍ୱରେ ଲମ୍ବିଗଲା ବାରଙ୍ଗ ଓ ଜଟଣୀ ଆଡ଼କୁ । ସମସ୍ତେ ଖୋଜିଲେ ଘରଟିଏ କିଣି ରାଜଧାନୀରେ ରହିବା ଲାଗି । ଯାହାର ପରିଣାମ ସ୍ୱରୂପ ମାଷ୍ଟର ପ୍ଲାନ୍‌ରେ ନିର୍ମିତ ଭୁବନେଶ୍ୱରର ଚେହେରା ବଦଳିଗଲା । ଯୋଜନା ସବୁ ଫେଲ୍‌ ମାରିଗଲା ଏହାକୁ ନିର୍ମାଣ ମାନଚିତ୍ରକୁ ସଠିକ୍‌ ରୂପ ଦେବାରେ ।


ଏବେବି ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି ରାଜଧାନୀ ଭୁବନେଶ୍ୱର । ଏହା ମହାନଗରର ମାନ୍ୟତା ପାଇଛି । ସ୍ମାର୍ଟ ସିଟି ଭାବେ ଖ୍ୟାତି ଲାଭ କରିଛି । ୨୦୧୭ରେ ଏହାକୁ ମିଳିଥିଲା ସବୁଠାରୁ ଯୋଜନାବଦ୍ଧ ସହର ଭାବେ ଅନ୍ତର୍ଜାତୀୟ ପୁରସ୍କାର । ବିଶେଷ କରି ବସ୍ତି ଲୋକଙ୍କୁ ଥଇଥାନ ବାବଦରେ ଏହା ଆଗୁଆ ରହିଛି । ପୁଣି ନିକଟରେ ଏହାକୁ ମିଳିଛି ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗତ ହକି ବିଶ୍ୱ କପ୍‌ ବେଳେ ପୁଣି ବଦଳି ଯାଇଛି ଭୁବନେଶ୍ୱରର ଚେହେରା । ଅନେକ ଅସଜଡ଼ା ଜିନିଷ ସବୁ ସଜାଡ଼ି ହୋଇଯାଇଛି ।


ତଥାପି ରହିଛି ଟ୍ରାଫିକ୍‌ ସମସ୍ୟା, ଅପରାଧ, ମାଷ୍ଟର ପ୍ଲାନ୍‌ ପରେ ଗଢ଼ି ଉଠିଥିବା ଅଞ୍ଚଳକୁ ଶୃଙ୍ଖଳିତ କରିବା ବିଶେଷ କରି ଜଳ ନିଷ୍କାସନ ସମସ୍ୟାର ବାକିଆ କାମ । ତେବେ ଏଥିରେ ପ୍ରଶାସନର ଉଦ୍ୟମ ଯେତିକି ଦରକାର ସେତିକି ଆବଶ୍ୟକ ରାଜଧାନୀ ବାସିନ୍ଦାଙ୍କ ସହଯୋଗ ।

ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍‌

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

11 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

26 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

36 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

47 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago