ରାଜଧାନୀ ଭୁବନେଶ୍ୱର ପାଳିବ ୭୧ ତମ ଜନ୍ମ ଦିବସ, ଜାଣନ୍ତୁ କିଛି ଅଜଣା କଥା

୧୯୪୮ ମସିହା ଏପ୍ରିଲ ୧୩ ତାରିଖ । ଏହି ଦିନ ଜନ୍ମ ନେଇଥିଲା ରାଜଧାନୀ ଭୁବନେଶ୍ୱର । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ଏଇ ସହରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଆଉ ଏହାକୁ ଏକ ଯୋଜନାବଦ୍ଧ ସହରର ରୂପ ଦେଇଥିଲେ ଜର୍ମାନୀର

FOUNDATION STONE

ଆର୍କିଟେକ୍ଟ ଓଟ୍ଟୋ କୋଏନିଙ୍ଗସ ବର୍ଜର । ସମ୍ପୂର୍ଣ୍ଣ ମାଷ୍ଟର ପ୍ଲାନ୍‌ରେ ତିଆରି ହୋଇଥିଲା ଭୁବନେଶ୍ୱର । ତେବେ ୪୦ ହଜାର ଲୋକଙ୍କ ପାଇଁ ନିର୍ମାଣ ହୋଇଥିଲା ଏହି ସହର । ୧୯୪୯ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱର ହେଲା ଓଡ଼ିଶାର ନୂଆ ରାଜଧାନୀ ।

MUKTESWAR TEMPLE
ଏବେ କିନ୍ତୁ ଏହାର ଆକାର ବହୁଗୁଣ ବଢ଼ି ଯାଇଛି । ଲୋକସଂଖ୍ୟା ୨୦ ଲକ୍ଷରୁ ଅଧିକ । ଦିନେ ଶାନ୍ତ, ଶୀତଳ ବାତାବରଣ ପାଇଁ ପ୍ରସିଦ୍ଧ ଥିବା ଏଇ ନଗରୀ ମନ୍ଦିର ମାଳିନୀରୁ ପାଲଟି ଯାଇଛି କଂକ୍ରିଟ୍‌ ଜଙ୍ଗଲରେ ।

LINGARAJ TEMPLEପୁରୁଣା ଭୁବନେଶ୍ୱରକୁ ସାଥୀରେ ନେଇ ନାଁ ପାଇଥିଲା ମନ୍ଦିର ମାଳିନୀ । ହେଲେ ନୂଆ ଭୁବନେଶ୍ୱର କେବଳ ୟୁନିଟ-୧ ଓ ବିହାର ଏବଂ ନଗର ଭିତରେ ସୀମିତ ଥିଲା । ପରେ ପରେ ସବୁ ଲୋକଙ୍କ ଲକ୍ଷ୍ୟ ସ୍ଥଳ ପାଲଟି ଗଲା ଭୁବନେଶ୍ୱର । ଶିକ୍ଷାରୁ ଚାକିରି, ରୋଜଗାର, ରାଜନୀତି ପୁଣି ରାଜଧାନୀରେ ରହିବାର ନିଶା ଯୋଗୁଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ଲୋକଙ୍କୁ ଆକର୍ଷିତ କରି ଟାଣି ଆଣିଲା ଭୁବନେଶ୍ୱର । ବଡ଼ ବଡ଼ କୋଠା ଘର ନିର୍ମାଣ ହେଲା ।

BHUBANESWAR ARIEL VIEW-1

ପୁଣି ମୁଣ୍ଡ ଟେକି ଠିଆ ହେଲା ବିଶାଳ ଆପାର୍ଟମେଣ୍ଟ । ତା ପାଖକୁ ଛୋଟ ଛୋଟ ବସ୍ତି ସବୁ ଜନ୍ମ ନେଲା । ଧୀରେ ଧୀରେ ଏଇ ଐତିହାସିକ ସହର, ଦେବଭୂମି ତାର କାୟା ବିସ୍ତାର କରି ଗୋଟିଏ ପଟେ କଟକ ଓ ଅନ୍ୟପଟେ ଖୋର୍ଦ୍ଧା ଆଡ଼କୁ ମାଡ଼ି ଚାଲିଲା । ସେହିପରେ ଅପର ପାର୍ଶ୍ୱରେ ଲମ୍ବିଗଲା ବାରଙ୍ଗ ଓ ଜଟଣୀ ଆଡ଼କୁ । ସମସ୍ତେ ଖୋଜିଲେ ଘରଟିଏ କିଣି ରାଜଧାନୀରେ ରହିବା ଲାଗି । ଯାହାର ପରିଣାମ ସ୍ୱରୂପ ମାଷ୍ଟର ପ୍ଲାନ୍‌ରେ ନିର୍ମିତ ଭୁବନେଶ୍ୱରର ଚେହେରା ବଦଳିଗଲା । ଯୋଜନା ସବୁ ଫେଲ୍‌ ମାରିଗଲା ଏହାକୁ ନିର୍ମାଣ ମାନଚିତ୍ରକୁ ସଠିକ୍‌ ରୂପ ଦେବାରେ ।

FLY OVER-2
ଏବେବି ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି ରାଜଧାନୀ ଭୁବନେଶ୍ୱର । ଏହା ମହାନଗରର ମାନ୍ୟତା ପାଇଛି । ସ୍ମାର୍ଟ ସିଟି ଭାବେ ଖ୍ୟାତି ଲାଭ କରିଛି । ୨୦୧୭ରେ ଏହାକୁ ମିଳିଥିଲା ସବୁଠାରୁ ଯୋଜନାବଦ୍ଧ ସହର ଭାବେ ଅନ୍ତର୍ଜାତୀୟ ପୁରସ୍କାର । ବିଶେଷ କରି ବସ୍ତି ଲୋକଙ୍କୁ ଥଇଥାନ ବାବଦରେ ଏହା ଆଗୁଆ ରହିଛି । ପୁଣି ନିକଟରେ ଏହାକୁ ମିଳିଛି ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗତ ହକି ବିଶ୍ୱ କପ୍‌ ବେଳେ ପୁଣି ବଦଳି ଯାଇଛି ଭୁବନେଶ୍ୱରର ଚେହେରା । ଅନେକ ଅସଜଡ଼ା ଜିନିଷ ସବୁ ସଜାଡ଼ି ହୋଇଯାଇଛି ।

KALINGA STADIUM
ତଥାପି ରହିଛି ଟ୍ରାଫିକ୍‌ ସମସ୍ୟା, ଅପରାଧ, ମାଷ୍ଟର ପ୍ଲାନ୍‌ ପରେ ଗଢ଼ି ଉଠିଥିବା ଅଞ୍ଚଳକୁ ଶୃଙ୍ଖଳିତ କରିବା ବିଶେଷ କରି ଜଳ ନିଷ୍କାସନ ସମସ୍ୟାର ବାକିଆ କାମ । ତେବେ ଏଥିରେ ପ୍ରଶାସନର ଉଦ୍ୟମ ଯେତିକି ଦରକାର ସେତିକି ଆବଶ୍ୟକ ରାଜଧାନୀ ବାସିନ୍ଦାଙ୍କ ସହଯୋଗ ।

ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍‌

Leave A Reply

Your email address will not be published.