ଦୁନିଆର ଅଜବ ଚୋରି : ଏଟିଏମକୁ ଜେସିବିରେ ଉଠାଇ ନେଲେ ଚୋର, ଭିଡିଓ ଦେଖି ମୁଣ୍ଡ ହୋଇଯିବ ଗୋଲ

ଆଜି ପର୍ଯ୍ୟନ୍ତ ଆପଣମାନେ ବହୁତ ଚୋରି ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଚୋରି ବିଷୟରେ କହିବାକୁ ଯାଉଛୁ ଯାହକୁ ଜାଣିଲା ପରେ ଆପଣଙ୍କ ଆଖି ଖୋଲା ହିଁ ରହିବ। ଚୋର ଚୋରି କରିବା ପାଇଁ ଜେସିବି ନେଇ ପୂରା ଏଟିଏମ ମେସିନକୁ ହିଁ ଉଠାଇ ନେଲେ । ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଏହା କେମିତି ସମ୍ଭବ।

ଏହି ଘଟଣାଟି ଉତ୍ତର ଆୟର୍ଲ୍ୟାଣ୍ଡର । ଚୋରମାନେ କପଡାରେ ମୁହଁକୁ ଘୋଡେଇ ରଖିଥିଲେ। ଚୋରି କରିବା ପାଇଁ ନିଜ ସହିତ ଏକ ଜେସିବି ମେସିନ ନେଇ ଆସିଥିଲେ। ମେସିନକୁ ତାଡ଼ି ତାକୁ ନିଜ ସହିତ ନେଇ ଯାଇଛନ୍ତି।

jcb mechineପୋଲିସ ଘଟଣାର ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଦେଖା ଯାଉଛି ଯେ ଚୋର ପ୍ରଥମେ ବିଲ୍ଡିଂର ଛାତ ଏବଂ କାନ୍ଥକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଲେ। ଏହାପରେ ସେ ମେସିନକୁ ଉପାଡି ଜେସିବିରେ ଭର୍ତ୍ତି କରି ନେଇଗଲେ ।
ରିପୋର୍ଟ ଅନୁଯାୟୀ ଏହି ଘଟଣା କାଉଣ୍ଟୀ ଲଣ୍ଡନସ୍ଥିତ ଏକ ଦୋକାନର ବାହାରେ ଘଟିଛି । ଏହି ବିରଳ ଚୋରି ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଜେସିବି ମେସିନ୍‌ ଏଟିଏମ୍‌ ଭିତରକୁ ନ ପଶିବାରୁ ଚୋରମାନେ ପୂରା ଏଟିଏମ୍‌କୁ ଉଠାଇ ନେଲେ ।

ଯାଞ୍ଚ ପରେ ଜଣାପଡିଲା ଯେ ଚୋର ନିକଟସ୍ଥ ଏକ ବିଲ୍ଡିଂରୁ ଜେସିବି ଚୋରି କରିଥିଲେ। ଏହି ଆଶ୍ଚର୍ଯ୍ୟଜନକ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି। ଏହି ଘଟଣା ପରେ ପୋଲିସ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି। ଚଳିତ ବର୍ଷ ଉତ୍ତର ଆୟରଲାଣ୍ଡରେ ଆଠଟି ଏଟିଏମ ଚୋରି ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.