Below header

ଗୁଗୁଲ ଡୁଓ ଆଣିଲା ଡାଟା ସେଭିଙ୍ଗ ସୁବିଧା, ଜାଣନ୍ତୁ କଣ ରହିଛି ଫିଚର

ଭିଡିଓ କଲିଙ୍ଗ ର ସୁବିଧା ଦେଉଥିବା ଗୁଗୁଲ ଡୁଓ ଏବେ ଡାଟା ସେଭିଙ୍ଗ ଫିଚର ଜାରୀ କରିଛି । ବର୍ତ୍ତମାନ ଏହି ଫିଚର କିଛି ଆଣ୍ଡ୍ରଏଡ ୟୁଜରଙ୍କ ପାଖରେ ପହଞ୍ଚିଛି । ଏହି ମୋଡ୍କୁ ମୋବାଇଲରେ ସେଟିଙ୍ଗସକୁ ଯାଇ ଆକ୍ସେସ କରାଯାଇ ପାରିବ ଓ ଟଗଲକୁ ଟ୍ୟାପ କରି ବଦଳା ଯାଇ ପାରିବ ।

ଡାଟା ସେଭିଙ୍ଗ ମୋଡ ଅନ ହେବାପରେ ଏହା ମୋବାଇଲ ଡାଟାକୁ ସେଭ କରିବା ପାଇଁ ଭିଡିଓ କ୍ବାଲିଟୀକୁ କମ୍ କରିଦେଇଥାଏ । ଗୁଗୁଲ ଡୁଓକୁ ବିସ୍ତାର କରି କିଛି ସମୟ ପୁର୍ବରୁ ତାହାର ୱେବ ଭର୍ସନକୁ ଅଣାଯାଇଥିଲା ଯାହା ମାଧ୍ୟମରେ ଅଡିଓ ଓ ଭିଡିଓ କଲ କରାଯାଇପାରିବ।

ଡାଟା ସେଭିଙ୍ଗ ମୋଡ ଆକ୍ଟିଭ କରିବା ପରେ ଏକ ମେସେଜ ଦେଖାଯିବ ଯେଉଁଥିରେ ଲେଖାଯାଇଥିବ ଗୁଗୁଲ ଡୁଓ ଅଟୋମେଟିକାଲି ମୋବାଇଲ ନେଟୱାର୍କ ରେ ଡାଟା ବ୍ୟବହାର ସୀମିତ କରିଦେବ । ଏହି ଫିଚର ଆଣ୍ଡ୍ରଏଡ ୟଜୁରଙ୍କ ପାଇଁ ତ ଜାରି କରାଯାଇଛି । ହେଲେ ଆଇଓଏସ ୟୁଜରଙ୍କ ପାଖରେ ଏହା କେବେ ପହଞ୍ଚିବ ତାହାର ସୁଚନା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.