ସ୍ପେଶାଲ

ଭୋକିଲାଙ୍କ ଅନ୍ନଦାତା ବିଭୂତି, ସ୍ୱଳ୍ପ ରୋଜଗାରର ୫୦ ଭାଗ ଯାଏ ଅସହାୟଙ୍କୁ ଖାଇବା ଦେବାରେ

ପୁରୁଣା ନୟାଗଡ ସହରର ବିଭୂତି ପଟ୍ଟନାୟକ ଓରଫ୍‌ ଚିକୁ। ନିଜର ଏକ ଛୋଟ ଗ୍ୟାସ୍‌ ରିପାୟରିଂ ଦୋକାନରେ ଯାହା ରୋଜଗାର ହୁଏ ସେଥିରେ ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ମନ ତାଙ୍କର ସବୁବେଳେ ଅସହାୟଙ୍କ ସେବା କରିବାରେ ଥାଏ। ନିଜ ପାଖରେ ଥାଉ କି ନଥାଉ ଅନ୍ୟକୁ ସାହାଯ୍ୟ କରିବାରେ ସେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। ଏଣୁ ଦୀର୍ଘ ଦିନ ହେଲା ଜିଲ୍ଲା ରେଡକ୍ରସ୍‌ ସହାୟତାରେ ରକ୍ତଦାନ ଶିବିର, ଡିଜାଷ୍ଟାର ମ୍ୟାନେଜମେଣ୍ଟ ସହ ଅନ୍ୟ ସମାଜସେବା କାମ କରିଆସୁଛନ୍ତି। ଗତବର୍ଷ ଜାନୁଆରୀ ମାସରେ ହଠାତ ବିଭୂତିଙ୍କ ଏକ ମାତ୍ର ପୁଅର ଦୋହାନ୍ତ ହୋଇଗଲା। ପୁଅକୁ ହରାଇ ସମ୍ପୂର୍ଣ୍ଣରୂପେ ଭାଙ୍ଗିପଡ଼ିଥିଲେ ସେ। ତା ପରେ କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଏହି ସମୟରେ ଦୁଃଖୀ, ଦୀନ ଦରିଦ୍ର ଲୋକମାନେ ଖାଇବାକୁ ପାଉନଥିବା ବିଭୂତିଙ୍କ ନଜରରେ ପଡ଼ିଥିଲା। ଏଣୁ ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରିଥିଲେ ଓ ପୁଅର ପଢ଼ା ପାଇଁ ସାଇତି ଥିବା ୫୦ ହଜାର ଟଙ୍କାକୁ ସେମାନଙ୍କ ପଛରେ ଖର୍ଚ୍ଚ କରିବାକୁ ମନସ୍ତ କରିଥିଲେ।

ଲକ୍‌ଡାଉନ୍‌ ସମୟରେ ସେ ନିଜର କିଛି ସହଯୋଗୀଙ୍କ ସହାୟତାରେ ଘରେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଅନୁଭବ କରି ସେ ପ୍ରତିଦିନ ପଚାଶ ଜଣ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ବିଭୂତି ପୁରୁଣା ନୟାଗଡରୁ ବାହାରି ଖଣ୍ଡପଡା ରୋଡ, ରେଳ ଷ୍ଟେସନ୍‌, ସିନ୍ଦୁରିଆ, ନୟାଗଡ କଲେଜ ହୋଇ ପିଟିଏସ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ରାସ୍ତା ବୁଲି ବୁଲି ଗରିବ ଭୋକିଲାଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି।

ବିଭୂତିଙ୍କର ଏହି ମହତ କାର୍ଯ୍ୟରେ କିଛି ସହୃଦୟ ବ୍ଯକ୍ତି ମଧ୍ୟ ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ଚାରି ପାଞ୍ଚ ଜଣ ଲୋକ ତାଙ୍କ ସହ ବୁଲି ବୁଲି ଖାଦ୍ୟ ପରିବେଷଣ କରୁଛନ୍ତି । ଲକଡାଉନ ଖୋଲିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ ବୋଲି ସେ କହିଛନ୍ତି । ଏବେ ପ୍ରତ୍ୟେକ ଦିନ ସେ ୨୫ ଜଣ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଦିନକୁ ଗୋଟିଏ ଥର ଖାଦ୍ୟ ପରିବେଷଣ କରୁଛନ୍ତି। ନିଜର ସ୍ୱଳ୍ପ ରୋଜଗାର ଭିତରେ ବିଭୂତି କେବେ ସମାଜସେବାରୁ ବିରତି ନେଇ ନାହାନ୍ତି। ବିଭୂତିଙ୍କ ସହ ଖାଦ୍ୟ ପରିବେଷଣ କରୁଥିବା ଲୋକେ ବି କୁହନ୍ତି ଯେ ଏହି କାମ କଲେ ତାଙ୍କୁ ଆନନ୍ଦ ମିଳେ। ବିଭୂତିଙ୍କ ଏହି ମହାନ କାମ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ଏପରିକି ତାଙ୍କ ଘରେ ମଧ୍ୟ ଖୁବ୍‌ ସାହଯ୍ୟ କରୁଛନ୍ତି ।

ରୋଜଗାରର ପଚାଶ ଭାଗ ଅର୍ଥ ସେ କେବଳ ସମାଜ ସେବାରେ ଲଗାଇଥାନ୍ତି। ନିଜେ ଅନେକ ଅଭାବ ଅନଟନ ଭିତରେ ଥିଲେ ମଧ୍ୟ କେବେ ବି ନିଜକୁ ଅସହାୟ ମନେ କରିନାହାନ୍ତି ବିଭୂତି । ଅସମୟରେ ଭିକାରି, ପାଗଳ, ଦୁଃଖୀ ରଙ୍କିଙ୍କ ପେଟକୁ ଦାନା ଯୋଗାଉଥିବାରୁ ନିଜକୁ ଭାଗ୍ୟବାନ ବୋଲି କୁହନ୍ତି ବିଭୂତି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago