ନୂଆଦିଲ୍ଲୀ(କେ ନ୍ୟୁଜ): ୩ ପଳାତକଙ୍କ ସଂପତ୍ତି ଜବତ । ଭାରତ ଛାଡି ବିଦେଶରେ ଶରଣ ନେଇଥିବା ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ୍ ଚୋକ୍ସିଙ୍କ ୧୮ ହଜାର ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସେଭିତରୁ ୯ ହଜାର ୩ଶହ ୭୧ କୋଟି ଟଙ୍କା ବିିଭିନ୍ନ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଛି । ୨୦୦୯ରୁ ୨୦୧୧ ମଧ୍ୟରେ ବିଜୟ ମାଲ୍ୟାଙ୍କ କିଙ୍ଗ ଫିସର ଏୟାରଲାଇନ୍ସ ଏସବିଆଇ ସମେତ ଅନ୍ୟାନ୍ୟ ବ୍ୟାଙ୍କରୁ ପ୍ରାୟ ୯ହଜାର କୋଟିର ଋଣ ନେଇଥିଲା। ଏହାର ସଂପୂର୍ଣ୍ଣ ନିୟନ୍ତ୍ରଣ ବିଜୟ ମାଲ୍ୟାଙ୍କ ନିକଟରେ ରହିଥିଲା।
ସେ କିନ୍ତୁ ଅର୍ଥ ପରିଶୋଧ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଠକେଇ ଓ ମନିଲଣ୍ଡ୍ରିଂ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୧୬ରେ ସେ ଲଣ୍ଡନ ଚାଲିଯାଇଥିଲେ। ସେହିପରି ପିଏନବି ବ୍ୟାଙ୍କ ମହାଦୁର୍ନୀତି ମାମଲାରେ ନୀରବ ମୋଦି, ମେହୁଲ୍ ଚୋକ୍ସିଙ୍କ ସଂପୃକ୍ତି ରହିଛି । ଉଭୟ ଏବେ ବିଦେଶରେ ଆତ୍ମଗୋପନ କରିଛନ୍ତି ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…