Below header

ତିନି ପଳାତକଙ୍କ ୧୮ ହଜାର ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ(କେ ନ୍ୟୁଜ): ୩ ପଳାତକଙ୍କ ସଂପତ୍ତି ଜବତ । ଭାରତ ଛାଡି ବିଦେଶରେ ଶରଣ ନେଇଥିବା ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ୍‌ ଚୋକ୍‌ସିଙ୍କ ୧୮ ହଜାର ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସେଭିତରୁ ୯ ହଜାର ୩ଶହ ୭୧ କୋଟି ଟଙ୍କା ବିିଭିନ୍ନ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଛି । ୨୦୦୯ରୁ ୨୦୧୧ ମଧ୍ୟରେ ବିଜୟ ମାଲ୍ୟାଙ୍କ କିଙ୍ଗ ଫିସର ଏୟାରଲାଇନ୍‌ସ ଏସବିଆଇ ସମେତ ଅନ୍ୟାନ୍ୟ ବ୍ୟାଙ୍କରୁ ପ୍ରାୟ ୯ହଜାର କୋଟିର ଋଣ ନେଇଥିଲା। ଏହାର ସଂପୂର୍ଣ୍ଣ ନିୟନ୍ତ୍ରଣ ବିଜୟ ମାଲ୍ୟାଙ୍କ ନିକଟରେ ରହିଥିଲା।

ସେ କିନ୍ତୁ ଅର୍ଥ ପରିଶୋଧ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଠକେଇ ଓ ମନିଲଣ୍ଡ୍ରିଂ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୧୬ରେ ସେ ଲଣ୍ଡନ ଚାଲିଯାଇଥିଲେ। ସେହିପରି ପିଏନବି ବ୍ୟାଙ୍କ ମହାଦୁର୍ନୀତି ମାମଲାରେ ନୀରବ ମୋଦି, ମେହୁଲ୍‌ ଚୋକ୍‌ସିଙ୍କ ସଂପୃକ୍ତି ରହିଛି । ଉଭୟ ଏବେ ବିଦେଶରେ ଆତ୍ମଗୋପନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.