Categories: ସ୍ପେଶାଲ

ଆସୁଛି ବିରଟକାୟ ଭୂକମ୍ପ, ଦୋହଲି ଯାଇପାରେ ପୂରା ହିମାଳୟ

ଆସୁଛି ବଡ଼ ଭୂକମ୍ପ। ଦୋହଲି ଯାଇପାରେ ପୂରା ହିମାଳୟ। ପୃଥିବୀର ସବୁଠୁ ବଡ଼ ଭୂକମ୍ପ ଜୋନ ଉପରେ ଛିଡ଼ା ହୋଇଛି ୨ ହଜାର ୪୦୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ହିମାଳୟ ଫଲ୍‌ଟ ଲାଇନ୍‌। ଏହି ସୁଦୀର୍ଘ ଅଞ୍ଚଳ ଭୂକମ୍ପ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଭୂଗର୍ଭରେ ଭାରତୀୟ ଓ ୟୁରାସୀୟ ପ୍ଲେଟ୍‌ ମଧ୍ୟରେ ଲଗାତାର ସଂଘର୍ଷ ଜାରି ରହିଛି। ଦୁଇ ମହାଦେଶୀୟ ପ୍ଲେଟ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଆଗାମୀ ଦିନରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି କରିପାରେ। ପ୍ରତିବର୍ଷ ଭାରତୀୟ ପ୍ଲେଟ୍‌ ଉତ୍ତରଦିଗକୁ ୧ ସେଣ୍ଟିମିଟର ଘୁଂଚି ଚାଲିଛି। ନିକଟରେ ୟୁରାସୀୟ ପ୍ଲେଟ୍‌ ସହ ଏହାର ବଡ଼ ସଂଘର୍ଷ ସଂଘଟିତ ହୋଇପାରେ। ହିମାଳୟ ଉପତ୍ୟାକାରେ ଏହା ଭୟାବହ ଭୂକମ୍ପ ସୃଷ୍ଟିର କାରଣ ହେବ। କିନ୍ତୁ ଏହି ସଂଘର୍ଷ ତେତେବେଳେ ହେବ ତାହ କହିହେବ ନାହିଁ। ଗତ ମଙ୍ଗଳବାର ଭାରତ -ପାକିସ୍ତାନ ସୀମାନ୍ତରେ ଯେଉଁ ଭୂକମ୍ପ ସୃଷ୍ଟି ହୋଇଥିଲା ତାଠାରୁ ମଧ୍ୟ ଅଧିକ ଶକ୍ତିିଶାଳୀ ହେବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

ସମଗ୍ର ଉତ୍ତର ଭାରତକୁ ଦୋହଲାଇ ଦେଇଥିବା ଏହି ଭୂକମ୍ପର ତୀବ୍ରତା ଥିଲା ୬.୩ ମ୍ୟାଗ୍ନିଚୁଡ୍‌। ପିଓକେ ଅଞ୍ଚଳକୁ ଏହା ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ଏଥିରେ ପ୍ରଭାବିତ ହୋଇଥିଲା ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ, ହରିଆଣା, ଏବଂ ରାଜଧାନୀ ଦିଲ୍ଲୀ। ୭୮ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଆସୁଥିବା ଭୂକମ୍ପ ଏହାଠାରୁ ଅଧିକ ଶକ୍ତିଶାଳୀ ହେବ। ଏପରିକି ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଠାରୁ ମଧ୍ୟ ଏହା ଅଧିକ ଶକ୍ତିଶାଳୀ ହେବା ଅନୁମାନ ଲଗାଇଛନ୍ତି ବୈଜ୍ଞାନିକ। ନେପାଳରେ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା। ଯାହା ପାଖାପାଖି ୯ ହଜାର ଲୋକଙ୍କ ଜୀବନ ନେଇଥିଲା। ଆସୁଥିବା ଭୂକମ୍ପର ତୀବ୍ରତା ୮ ମ୍ୟାଗ୍ନିଚୁଡ୍‌ରୁ ଅଧିକ ହୋଇପାରେ। କିନ୍ତୁ ଏହା ତେତେବେଳେ ହେବ ତାହା ସମୟ କହିବ। ତେବେ ଏହାର ମୁକାବିଲ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରି ଦେଇଛନ୍ତି ମଣିପାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ପ୍ରଫେସର ଏଚ.ଏନ୍‌ ଉଦୟ ଶଙ୍କର।

Sasmita

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

9 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

14 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago