ସୋସିଆଲ ମିଡିଆରେ ସବୁବେଳେ ବିଭିନ୍ନ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ସେୟାର କରୁଥିବା ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଆଜି ବିଶ୍ୱ ସର୍ପ ଦିବସ ଅବସରରେ ସାପର ଭିଡିଓ ସେୟାର କରିଛନ୍ତି। ସର୍ପ ଦିବସରେ ସେ ଦୁନିଆର ସବୁଠୁ ବଡ଼ ସାପର ଏକ ଭିଡିଓ ସେୟାର କରିଛନ୍ତି। ସାପଟି ଏତେ ବଡ଼ ଯେ ଯେକେହି ଦେଖିଲେ ବିଶ୍ୱାସ କରିପାରିବ ନାହିଁ।
ସୁଶାନ୍ତ ନନ୍ଦ ସେୟାର କରିଥିବା ଭିଡିଓରେ ଏକ ବିରାଟକାୟ ସାପ ଗଛରେ ଚଢ଼ୁଥିବା ଦେଖାଯାଇଛି। ସାପଟି ଏତେ ଲମ୍ବା ଯେ ସେ ଗଛର ପୂରା ଉପରକୁ ଚଢ଼ିଲେ ବି ଲାଞ୍ଜ ତଳେ ବାଜୁଛି। ସାପଟି ଦେଖିବାକୁ ଯେତିକି ଲମ୍ବା ସେତିକି ମୋଟା ମଧ୍ୟ। ଏହା ଏକ ଭୟଙ୍କର ବିଷଧର ସାପ ଭଳି ଜଣାପଡ଼ୁଛି। ସାପର ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ କ୍ୟାପ୍ସନ୍ରେ ଲେଖିଛନ୍ତି ‘ସାପ ନିଜ ଚର୍ମ ଓ ଚିହ୍ନ ଯୋଗୁ ପୁନର୍ଜନ୍ମ ମୃତ୍ୟୁ ଓ ନୈତିକତାକୁ ଦର୍ଶାଇଥାଏ। ଆଜି ସର୍ପ ଦିବସ ଅବସରରେ ଦେଖନ୍ତୁ ସବୁଠୁ ଲମ୍ବା ସାପ।’
୩୭ ସେକେଣ୍ଡର ଏହି ସର୍ପ ଭିଡିଓକୁ ସୁଶାନ୍ତ ନନ୍ଦ ସେୟାର କରିବାର ଘଣ୍ଟାଏ ନ ପୂରୁଣୁ ଏହାକୁ ୨ ହଜାରରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଲାଇକ୍ ମିଳିଥିବା ବେଳେ ୭୦ରୁ ଅଧିକ ଲୋକ ରିଟ୍ଵିଟ୍ କରିଛନ୍ତି।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…