Below header

ଗଛ ଉଚ୍ଚା ଲମ୍ବା ସାପ, ଅଗ ଯାଏଁ ଚଢ଼ିଥିଲେ ବି ଲାଞ୍ଜ ତଳେ ବାଜୁଛି; ଆଗରୁ କେବେ ଦେଖିନଥିବେ ଏତେ ବଡ଼ ସାପ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ ବିଭିନ୍ନ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ସେୟାର କରୁଥିବା ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଆଜି ବିଶ୍ୱ ସର୍ପ ଦିବସ ଅବସରରେ ସାପର ଭିଡିଓ ସେୟାର କରିଛନ୍ତି। ସର୍ପ ଦିବସରେ ସେ ଦୁନିଆର ସବୁଠୁ ବଡ଼ ସାପର ଏକ ଭିଡିଓ ସେୟାର କରିଛନ୍ତି। ସାପଟି ଏତେ ବଡ଼ ଯେ ଯେକେହି ଦେଖିଲେ ବିଶ୍ୱାସ କରିପାରିବ ନାହିଁ।

Indonesian police use snake to scare Papuan man - BBC News

ସୁଶାନ୍ତ ନନ୍ଦ ସେୟାର କରିଥିବା ଭିଡିଓରେ ଏକ ବିରାଟକାୟ ସାପ ଗଛରେ ଚଢ଼ୁଥିବା ଦେଖାଯାଇଛି। ସାପଟି ଏତେ ଲମ୍ବା ଯେ ସେ ଗଛର ପୂରା ଉପରକୁ ଚଢ଼ିଲେ ବି ଲାଞ୍ଜ ତଳେ ବାଜୁଛି। ସାପଟି ଦେଖିବାକୁ ଯେତିକି ଲମ୍ବା ସେତିକି ମୋଟା ମଧ୍ୟ। ଏହା ଏକ ଭୟଙ୍କର ବିଷଧର ସାପ ଭଳି ଜଣାପଡ଼ୁଛି। ସାପର ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ସାପ ନିଜ ଚର୍ମ ଓ ଚିହ୍ନ ଯୋଗୁ ପୁନର୍ଜନ୍ମ ମୃତ୍ୟୁ ଓ ନୈତିକତାକୁ ଦର୍ଶାଇଥାଏ। ଆଜି ସର୍ପ ଦିବସ ଅବସରରେ ଦେଖନ୍ତୁ ସବୁଠୁ ଲମ୍ବା ସାପ।’

ଦେଖନ୍ତୁ ଭିଡିଓ:

୩୭ ସେକେଣ୍ଡର ଏହି ସର୍ପ ଭିଡିଓକୁ ସୁଶାନ୍ତ ନନ୍ଦ ସେୟାର କରିବାର ଘଣ୍ଟାଏ ନ ପୂରୁଣୁ ଏହାକୁ ୨ ହଜାରରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ୭୦ରୁ ଅଧିକ ଲୋକ ରିଟ୍ଵିଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.