Below header

ଏସ୍‌ଏଚ୍‌ଜି ଘର ଆଜବେଷ୍ଟସ୍ ଭାଙ୍ଗି ଧୂପକାଠି ଚୋରି କରିନେଲେ ଦୁର୍ବୃତ୍ତ

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ଗ୍ରାମରେ ଭାଗ୍ୟଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ତରଫରୁ ଏକ ଧୂପକାଠି ନିର୍ମିତ ଅନୁଷ୍ଠାନ ତିନି ବର୍ଷ ହେଲା ଛତିଶି ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିଲା । ମହିଳାମାନଙ୍କ ସହଯୋଗରେ ଲକ୍ଷ ଲକ୍ଷ ଟଙ୍କା ଋଣକୁ ଆଣି ଧୂପକାଠି ମେସିନ ବସାଇ ଗ୍ରାମାଞ୍ଚଳର ମହିଳାମାନେ ସ୍ୱାବଲମ୍ବୀ ହୋଇଥିଲେ । ଧୂପକାଠି ତିଆରି ହୋଇ ହଜାର ହଜାର ଟଙ୍କାର ଧୂପକାଠି ରହିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ସବୁ ବେପାର ଠପ୍ ହୋଇଥିବାରୁ ଧୂପକାଠି ଷ୍ଟ୍ରକ ହୋଇ ରହିଥିଲା ।

ssgଲକଡାଉନ ସମୟରେ ଧୂପକାଠି ନିର୍ମିତ ଘରେ ରାତିରେ କେହି ରହୁ ନଥିବାର ସୁଯୋଗ ପାଇ କେତେ ଜଣ ଦୁର୍ବୃତ୍ତ ଘରର ଆଜବେଷ୍ଟସ୍ ଓ ଝରକା ଭାଙ୍ଗି ଭିତରେ ପ୍ରବେଶ କରି ଘର ଭିତରେ ଥିବା ଆଲମାରୀ ଭାଙ୍ଗି ନଗଦ ୨୦ ହଜାର ଟଙ୍କା, ତିରିଶ ପକେଟ ଧୂପକାଠି କାଟୁନ, ଧୂପକାଠି ମେସିନର ସ୍ପେୟାର ପାର୍ଟସ ଓ ଆଲମାରୀରେ ଥିବା ଆସବା ପାତ୍ର ଲୁଟି ନେଇଛନ୍ତି । ଏ ସମ୍ପର୍କରେ ମହିଳା ସଂଘ ତରଫରୁ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଓ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.