୧୦ ବର୍ଷରୁ କମ ସେବା ଯୋଗାଇଥିବା ସଶସ୍ତ୍ର ସେନା ଯବାନଙ୍କୁ ଏଣିକି ମିଳିବ ପେନସନ

ନୂଆଦିଲ୍ଲୀ: କେନ୍ଦ୍ର ରକ୍ଷା ମନ୍ତ୍ରାଳୟ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁଯାୟୀ, ଏଣିକି ୧୦
ବର୍ଷରୁ ସେବା ଯୋଗାଇଥିବା ସେନକର୍ମୀଙ୍କୁ ପେନସନ ମିଳିବ । ସୂଚନା ଦେବା ଯୋଗ୍ୟକି, ପୂର୍ବରୁ ୧୦ ବର୍ଷରୁ କମ ସେବା ଯୋଗାଇଥିବା ସେନା ଅଧିକାରୀଙ୍କୁ ପେନସନ ସୁବିଧା ମିଳୁନଥିଲା । ମନ୍ତ୍ରାଳୟ ଅନୁଯାୟୀ, ପୂର୍ବରୁ ସରକାର ଅତି କମରେ ୧୦ ବର୍ଷର ସେବା ଯୋଗାଇଥିବା ସେନା ଅଧିକାରୀଙ୍କୁ ହିଁ ଅବସର ପରେ ପେନସନ ସୁବିଧା ଦେଇ ଆସୁଥିଲେ । କିନ୍ତୁ ଏହି ନିୟମରେ କିଛିଟା ପରିବର୍ତ୍ତନ ଅଣାଯାଇଛି ।

ମନ୍ତ୍ରାଳୟ ତରଫରୁ ଏହା ମଧ୍ୟ କୁହାଯାଇଛିଯେ, ସରକାର ଶସସ୍ତ୍ର ସୀମା ବଳର ସେହି ଅଧିକାରୀଙ୍କ ପାଇଁ ଏହି ସୁବିଧା ଜାରି କରିଛନ୍ତି, ଯେଉଁମାନେ ଶାରୀରିକ ଭାବେ ଆହତ କାରଣରୁ ଅଥବା ମାନସିକ ସନ୍ତୁଳନ ହରାଇଥିବା କାରଣରୁ ସେବା ଯୋଗାଇ ପାରିନଥିବେ । ଅଥବା ଏହି କାରଣରୁ ସେମାନଙ୍କ ସେବା ବାତିଲ କରାଯାଇଥିବ । ଅନ୍ୟପକ୍ଷରେ, କେନ୍ଦ୍ର ରକ୍ଷାମନ୍ତ୍ରୀ ମନ୍ତ୍ରୀ ମଧ୍ୟ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ୨୦୧୯ ମସିହା ଜାନୁଆରୀ ୪ ତାରିଖ ବା ଏହା ପରେ ସେବାରେ ଯୋଗ ଦେଇଥିବା ଅଧିକାରୀଙ୍କୁ ଏହି ସୁବିଧା ମିଳିପାରିବ ବୋଲି ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.