Below header

ସଙ୍ଗରୋଧ କେନ୍ଦ୍ରରେ ମଦ୍ୟପଙ୍କ ଉନ୍ମତ କାଣ୍ଡ! ନାକେଦମ୍ ହେଲା ପୋଲିସ

ଟାଙ୍ଗୀ(କେନ୍ଯୁଜ୍): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଛକରେ ହଠାତ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ବିଦେଶରୁ ଆସି ସଙ୍ଗରୋଧରେ ଥିବା ଏକ ମଦ୍ୟପ ଯୁବକ ଭୋରରୁ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ବାଣପୁର ତହସିଲ କାର୍ଯ୍ୟାଳୟ ସାମ୍ନାରେ ବୁଲୁଥିବା ବେଳେ ଗ୍ରାମବାସୀ ଓ ବାଣପୁର ପୋଲିସ ତାଙ୍କୁ ପୁଣିଥରେ ଜବରଦସ୍ତି ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି ।

ସୂଚନା ମୁତାବକ ବାଣପୁର ବ୍ଲକ୍ ଭୀମପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲି ବିଦେଶରୁ ଆସି ଗାଲୁଆ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରାତି ୨ଟାରେ ପହଞ୍ଚିଥିଲେ । ସେ ନିଶାଶକ୍ତ ଅବସ୍ଥାରେ ସଙ୍ଗରୋଧ କେନ୍ଦ୍ରରେ ହୋ-ହଲ୍ଲା କରିଥିଲେ । ସମସ୍ତେ ଶୋଇ ପଡ଼ିବାର ସୁଯୋଗ ନେଇ ସକାଳୁ ସକାଳୁ ବିଦେଶରୁ ଆସିଥିବା ଯୁବକ ସଙ୍ଗରୋଧ କେନ୍ଦ୍ର ପଛ ପାଖ ବାଡ ଡେଇଁ ଫେରାର ହୋଇ ବାଣପୁର ତହସିଲ ପାଖେ ବୁଲୁଥିବା ବେଳେ ଗ୍ରାମବାସୀମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ଯୁବକକୁ କାବୁ କରିଥିଲେ । ଏହାପରେ ସରପଞ୍ଚ ଓ ଗ୍ରାମବାସୀ ପୋଲିସର ସହାୟତାରେ ତାଙ୍କୁ ପୁଣି ସଙ୍ଗରୋଧ କେନ୍ଦ୍ରରେ ନେଇ ରଖାଯାଇଛି । ଏହି ଘଟଣା ପରେ ସଙ୍ଗରୋଧ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.