ବିଜ୍‌ନେସ୍‌ କିମ୍ବା ପରିବାରରେ ଏହି ୩ ଜଣଙ୍କର ନିଷ୍ପତ୍ତି ଗୋଟିଏ ହେବା ଜରୁରୀ, ନଚେତ୍‌ ଭୟଙ୍କର ହୋଇପାରେ ପରିଣାମ

ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କ’ଣ କରିବାକୁ ପଡ଼ିବ ତାହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ଚାଣକ୍ୟଙ୍କ ବାଣୀକୁ ଜୀବନରେ ଅନୁପାଳନ କଲେ କୌଣସି ସମସ୍ୟା କିଛି କ୍ଷତି କରିପାରିବ ନାହିଁ। ଚାଣକ୍ୟଙ୍କ କେତେକ ବିଚାର ମଧ୍ୟରୁ ଆଜି ଆମେ ଆପଣଙ୍କୁ ଗୋଟିଏ କହିବାକୁ ଯାଉଛୁ। ଚାଣକ୍ୟଙ୍କ ଅନୁସାରେ ରାଜା, ଗୁପ୍ତଚର ଓ ମନ୍ତ୍ରୀ ଏହି ୩ ଜଣ ଏକ ମନ ହୋଇ କାମ କରିବା ଉଚିତ। ଏହା ଦ୍ୱାରା ରାଜା ସବୁ କ୍ଷେତ୍ରରେ ବିଜୟୀ ଲାଭ କରିବେ।

Chanakya Niti: Students who fail repeatedly will get immediate ...

ଚାଣକ୍ୟ କହିଛନ୍ତି ଯେ ରାଜା, ଗୁପ୍ତଚର ଓ ମନ୍ତ୍ରୀ ଗୋଟିଏ ନିଷ୍ପତ୍ତିରେ ସହମତ ହେବା ଖୁବ୍‌ ଜରୁରୀ। ଏହା ଦ୍ୱାରା ଉନ୍ନତି ସମ୍ଭବ। ଏହାକୁ ଆପଣ ରାଜ କାର୍ଯ୍ୟ କିମ୍ବା କୌଣସି ବିଜ୍‌ନେସ୍‌ ସହ ମଧ୍ୟ ଯୋଡ଼ି ପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ବିଜ୍‌ନେସ୍‌ରେ ଦୁଇ ଜଣ ପାର୍ଟନର ଅଛନ୍ତି ତେବେ ଭୟ ଏକ ମନ ହୋଇ କାମ କରିବା ଉଚିତ। ଏହା ଦ୍ୱାରା ବିଜ୍‌ନେସ୍‌ରେ କୌଣସି ସମସ୍ୟା ଦେଖାଯିବ ନାହିଁ। ଯଦି ଜଣେ ଆଉ ଜଣଙ୍କ କଥାରେ ଏକ ମତ ନ ହୁଅନ୍ତି ତେବେ ମନୋମାଳିନ୍ୟ ହୋଇପାରେ। ଫଳସ୍ୱରୂପ ବେପାରରେ କ୍ଷତି ହୋଇପାରେ।

इन बातों का नहीं रखेंगे ध्यान तो आप ...

ସେହିପରି ପରିବାରରେ ମଧ୍ୟ ସମସ୍ତ ସଦସ୍ୟ ଏକ ମନ ହୋଇ କାମ କରିବା ଦରକାର। ଖାସ୍‌ କରି ଘରର ବୟୋଜ୍ୟେଷ୍ଠଙ୍କ ସହ ମହିଳା ଓ ଛୁଆଙ୍କର ମନ ମିଶିଲେ ହିଁ ପରିବାର ସୁରୁଖୁରୁରେ ଚାଲିବ। ନଚେତ୍‌ ସବୁବେଳେ କଳି ଝଗଡ଼ା ଲାଗିବା ସମ୍ଭାବନା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.