Below header

ପ୍ରଥମ ଅନ୍‌ସ୍କ୍ରିନ୍‌ କିସିଂ ସିନ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦର୍ଶକ, ଜାଣନ୍ତୁ କେମିତି ହୋଇଥିଲା ଏହାର ସୁଟିଂ

ଓଲିଉଡ୍‌ ହେଉ କି ବଲିଉଡ୍‌ ଏବେ ସବୁ ଫିଲ୍ମରେ କିସିଂ ସିନ୍‌ ଦେଖିବାକୁ ମିଳୁଛି। ହିରୋ ହିରୋଇନ୍‌ଙ୍କ ମଧ୍ୟରେ କିସିଂ ସିନ୍‌ ଏକ ସାଧାରଣ କଥା। ଲୋକମାନେ ଏହି ସିନ୍‌ ଦେଖିବା ବେଳେ ଆଉ ଅସହଜ ମନେ କରୁନାହାନ୍ତି। କିନ୍ତୁ ଯେବେ ପ୍ରଥମ ଥର ପାଇଁ ପରଦାରେ କିସିଂ ସିନ୍‌ ପ୍ରଦର୍ଶିତ ହୋଇଥିଲା ସେତେବେଳେ ଲୋକମାନେ ଲାଜରେ ସ୍କ୍ରିନ୍‌କୁ ଚାହିଁ ପାରିନଥିଲେ।

What are the health benefits of affective touch?

ପ୍ରଥମେ ୧୮୯୬ ମସିହାରେ ଏକ ମୁକ ଫିଲ୍ମରେ ପ୍ରଥମ ଥର ପାଇଁ କିସିଂ ସିନ୍‌ ଦେଖାଯାଇଥିଲା। ଫିଲ୍ମଟିର ନାଁ ଥିଲା ‘ଦ କିସ୍‌’। ଏହା ଦୁନିଆର ପ୍ରଥମ ଏଭଳି ସିନ୍‌ ଥିଲା ଯାହାକୁ କମର୍ସିଆଲି ପରଦାରେ ପ୍ରଦର୍ଶିତ କରାଯାଇଥିଲା। ୧୮ ସେକେଣ୍ଡର ଏହି ସିନ୍‌ରେ ପ୍ରଥମେ ଉଭୟ ହିରୋ ହିରୋଇନ୍‌ ଅସହଜ ବୋଧ କରିଥିଲେ ମାତ୍ର ପରେ ନର୍ମାଲ ହୋଇଯାଇଥିଲେ।

पहला ऑनस्क्रीन किसिंग सीन देखकर चौंक गए थे दर्शक, जानिए पूरी कहानी

ଅନ୍‌ ସ୍କ୍ରିନ୍‌‌ ପ୍ରଥମ ଥର ପାଇଁ କିସ୍‌ କରିଥିବା ଏହି ଅଭିନେତାଙ୍କ ନାଁ ଜନ୍‌ ରାଇସ୍‌ ଓ ଅଭିନେତ୍ରୀଙ୍କ ନାଁ ମେ ଇରବିନ୍‌ ଥିଲା। ଏହି କିସ୍‌ ବେଳେ ଉଭୟେ ପରସ୍ପର ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଅଭିନେତା ଜନ୍‌ ନିଜ ଅଭିନେତ୍ରୀ ପତ୍ନୀଙ୍କ ସହ ଷ୍ଟେଜ୍‌ରେ ଯାଇ ଗୋଟିଏ ଟେକ୍‌ରେ କିସ୍‌ ସିନ୍‌ କରିବାକୁ ନିର୍ଦ୍ଦେଶକ କହିଥିଲେ। ମାତ୍ର ଏଥିରେ ତାଙ୍କ ପତ୍ନୀ ରାଜି ହୋଇନଥିଲେ। ପରେ ସେଠାରେ ଦର୍ଶକଙ୍କ ମଧ୍ୟ ଉପସ୍ଥିତ ଜଣେ ମହିଳା ଏହି ସିନ୍‌ରେ ଅଭିନୟ କରିବାକୁ ଅନୁରୋଧ କରିଥିଲେ। ଆମେରିକାର ସିନେମାଟୋଗ୍ରାଫର ବିଲିୟମ୍‌ ହେଜ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ବିଲିୟମ୍‌ ସେହି ସମୟରେ ମୋଟ ୧୭୫ଟି ମୁକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ତେବେ ଆଜି ଯାଏଁ ଯେତେ ବି କିସ୍‌ ସିନ୍‌ ସୁଟିଂ ହୋଇଛି ଏଭଳି ସିନ୍‌ ଆଉ କେଉଁଠି ଦେଖିବାକୁ ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.