ଗଞ୍ଜାମ ଛତ୍ରପୁର ସବଡିଭିଜନ ଅଧୀନ ୭ NAC ସଟଡାଉନ୍, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧୀନ ୭ NAC ସଟଡାଉନ୍‌ । ୬ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାର ଏହି ପଦକ୍ଷେପ ନିଆଯାଇଛି । କରୋନା ଚେନ୍‌ ଭାଙ୍ଗିବାକୁ ଛତ୍ରପୁର, ରମ୍ଭା, ଖଲିକୋଟ, ପୋଲସରା, କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ଏନଏସିକୁ ସଟଡାଉନ କରାଯାଇଛି ।

ସେହିପରି ବ୍ରହ୍ମପୁର ସବ-ଡିଭିଜନର ଗୋପାଳପୁର ଏନଏସି ଅନିଦ୍ଦିଷ୍ଟ କାଳ ପାଇଁ ସଟଡାଉନ କରିଛନ୍ତି ଏନଏସି ନିର୍ବାହୀ ଅଧିକାରୀ । ଗୋପାଳପୁର ପ୍ରବେଶ ପଥରେ ବ୍ୟାରିକେଡ କରାଯାଇଛି । ଲୋକଙ୍କୁ ଯାଆସ ଉପରେ କଟକଣା ଜାରି କରାଯାଇଛି । ସେପଟେ ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାକୁ ଯାଇଥିବା ଡାକ୍ତରମାନେ ଆଜିଠୁ କାମରେ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.