Below header

କୃଷ୍ଣ ଚନ୍ଦ୍ରଙ୍କ ତାଳ ବଣ: ପ୍ରାକୃତିକ ବିପର୍ଯ୍ଯୟରୁ ନିଜ ଗାଁକୁ ରକ୍ଷା କରିବା ପାଇଁ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ନିଆରା ପ୍ରୟାସ

କାକଟପୁର: ପ୍ରାକୃତିକ ବିପର୍ଯ୍ଯୟରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ନିଆରା ପ୍ରୟାସ । ଅସ୍ତରଙ୍ଗ ସମୁଦ୍ର କୂଳରେ ୫କିମି ବ୍ଯାପି ବେଳାଭୂମୀରେ ୫୦ ହଜାରରୁ ଅଧିକ ତାଳ ଗଛ ଚାରା ରୋପଣ କରି ପାଲଟିଛନ୍ତି ସମସ୍ତଙ୍କ କେନ୍ଦ୍ରବିନ୍ଦୁ। ଖାଲି ସେତିକି ନୁହେଁ ତାଙ୍କର ଏହି ମହାନ କାର୍ଯ୍ଯ ପାଇଁ ମାନ୍ଯବର ମୁଖ୍ଯମନ୍ତ୍ରୀ ମଧ୍ଯ ତାଙ୍କୁ ପ୍ରଶଂସା କରିଛନ୍ତି।

dପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍ ଅନ୍ତର୍ଗତ ଗୁଣ୍ଡଳବା ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ କୃଷ୍ଣ ଚନ୍ଦ୍ର ବିଶ୍ବାଳ। ଅସ୍ତରଙ୍ଗ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ଯୟରୁ ଜନସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରୁ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ସମୁଦ୍ର କୂଳରେ ୫ କିମି ବ୍ଯାପି ବେଳାଭୂମୀରେ ପ୍ରାୟ ୫୦ହଜାରରୁ ଅଧିକ ତାଳ ଗଛ ଚାରା ରୋପଣ କରିଛନ୍ତି । ୨୦୦୪ରୁ ଶ୍ରୀ ବିଶ୍ବାଳ ଅବସର ନେବା ପରେ ଆରମ୍ଭ କରିଥିଲେ ଏହି ନିଆରା କାର୍ଯ୍ଯ । ୧୯୯୯ ମସିହା ମହାବାତ୍ଯାରେ ସମୁଦ୍ର ପଟୁ ଆସିଥିବା ବିପଦକୁ ଅଙ୍ଗେ ନିଭାଇଥିଲେ କୃଷ୍ଣ ଚନ୍ଦ୍ର। ସେଥିରୁ କିପରି ମୁକୁଳା ଯାଇପାରିବେ ସେନେଇ ଆରମ୍ଭ କଲେ ଅଭିନବ ପ୍ରୟାସ।

seaପରିବେଶ ସୁରକ୍ଷା ଏବଂ ବିପର୍ଯ୍ଯୟର ମୁକାବିଲା ପାଇଁ ତାଳ ଗଛ ବନୀକରଣ ଓ ବନ୍ଯଜନ୍ତୁ,ପଶୁପକ୍ଷୀଙ୍କ ପ୍ରାକୃତିକ ଆବାସକୁ ସୁରକ୍ଷା ଦେବା ତାଙ୍କର ମୁଖ୍ଯ ଲକ୍ଷ । ଏନେଇ ନିଜସ୍ବ ଖର୍ଚ୍ଚରେ ସେ ସମୁଦ୍ର ବେଳଭୂମୀରେ ଚାରା ରୋପଣ କରିବା ସହିତ ତାର ରକ୍ଷଣାବେକ୍ଷଣା ପାଇଁ ଅହରହ ଉଦ୍ଯମ କରୁଛନ୍ତି । ପ୍ରତିଦିନ ସାଇକେଲ ଧରି ବାହାରି ପଡନ୍ତି ଫଳନ୍ତି ଗଛରୁ ତାଳକୁ ସଂଗ୍ରହ କରିବା ପାଇଁ । ସଂଗ୍ରହ ତାଳକୁ ଗୋଟିଏ ସ୍ଥାନରେ ରଖିବାପରେ ସେସବୁ ବାହୁଙ୍ଗିରେ ବୋହି ବାହାରି ପଡନ୍ତି ବେଳଭୂମୀ ଅଭିମୁଖେ । ବିଭିନ୍ନ ସ୍ଥାନରେ ତାଳରୁ ଗୋଟମା ବାହାର କରି ଚାରା ରୋପଣ କରଥାନ୍ତି। ତେବେ ତାଙ୍କର ଏହି ମହତ୍ କାର୍ଯ୍ଯ ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିବା ସହିତ କୃଷ୍ଣ ଚନ୍ଦ୍ରଙ୍କ ତାଳ ବଣ ନାମରେ ଉକ୍ତ ସ୍ଥାନଟିକୁ ଅବିହିତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.