ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଆଜି ପିପୁଲ ଫର ସେବାର ଦୁଇ କର୍ମଚାରୀ ଦୀପକ ଓ ସୌମ୍ୟଙ୍କୁ ଜେରା କରିଛି ଜିଆରପି

ଭୁବନେଶ୍ବର: ରହସ୍ୟ ଘେରରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ଜିଆରପି । ଆଜି ପିପୁଲ ଫର ସେବାର ଦୁଇ କର୍ମଚାରୀ ଦୀପକ ଓ ସୌମ୍ୟଙ୍କୁ ଜେରା କରିଛି ଜିଆରପି । ଆଗକୁ ତାଙ୍କ ସ୍ତ୍ରୀକୁ ପଚରାଉଚରା କରାଯାଇପାରେ । ସେହିପରି ବଲାଙ୍ଗିରରେ ଥିବା ଆଦିତ୍ୟଙ୍କ ସାଙ୍ଗ ବିଶ୍ୱମୋହନ ଭୋଇଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରିଛି ଜିଆରପି । ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ୨୦ରୁ ଅଧିକ ଜଣଙ୍କୁ ପଚରାଉଚରା କରିସାଲାଣି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.