ଆଜି ବିଶ୍ୱ ସର୍ପ ଦିବସ, ସାପ କାମୁଡ଼ାରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧ ଲକ୍ଷରୁ ଅଧିକ ଲୋକ

ଏକ ନୂତନ ତଥ୍ୟ ଅନୁସାର ଭାରତରେ ଦୀର୍ଘ କୋଡିଏ ବର୍ଷରୁ ସର୍ପ ଦଂଶନରେ ପ୍ରାୟ ବାର ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବାର ସୂଚନା ମିଳିଛି । ସର୍ପ ଦଶଂନରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ବୟସ ୩୦ ରୁ ୬୯ ବର୍ଷ ହୋଇଥିବାର ଜଣାପଡିଛି । ସେ ମଧ୍ୟରୁ ଚାରି ଭାଗରୁ ଏକ ଭାଗ ଶିଶୁ ଥିଲେ । ‘ରର୍ସେଲ ୱାଇପର’, ‘କରେନ’ ଓ ‘ନାଗ’ ପ୍ରଜାତିର ବିଷାକ୍ତ ସାପ ହେଉଛନ୍ତି ସାପ ଦଶଂନ ଅଧିକାଂଶ ମୃତ୍ୟୁର କାରଣ । ଏହାବାଦ ୧୨ଟି ଅନ୍ୟ ପ୍ରଜାତି ସର୍ପ ଦଂଶନରେ ବି ଅନେକ ମୃତ୍ୟୁ ହେଉଥିବା ଦେଖାଦେଉଛି ।

ସାପ କାମୁଡ଼ାରେ ମୃତ୍ୟୁ ବରଣ କରୁଥିବା ସ୍ଥାନ ଗୁଡିକରେ ଡାକ୍ତରୀ ସେବା ମିଳୁ ନଥିବାରୁ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ସର୍ପଦଶଂନ କାରଣରୁ ମୃତ୍ୟୁ ଘଟଣା ପ୍ରାୟତଃ ବର୍ଷାଋତୁ ଅର୍ଥାତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଧିକ ପରିମାଣରେ ହୋଇଥାଏ । ଏହି ସମୟରେ ହିଁ ସାପମାନେ ନିଜ ନିଜ ହୁଙ୍କାରୁ ବାହାରକୁ ବାହାରି ଆସିଥାନ୍ତି । ଏହି ସମୟରେ ହିଁ ସାପ କୌଣସି ପ୍ରକାରର ଅସହଜ ଅନୁଭବ କଲେ ନିଜ ଶିକାରର ପାଦରେ ହିଁ ଦଂଶନ କରିଥାଏ ।

ସାଇନ୍ସ ଜର୍ଣ୍ଣାଲ ‘ଇଲାଇଫ’ରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତ ସମେତ ଅନେକ ଅନ୍ତଃରାଷ୍ଟ୍ରୀୟ ସ୍ତରର ବୈଜ୍ଞାନିକମାନେ ଏହି ବିଷଧର ସାପମାନଙ୍କ ଉପରେ ରିସର୍ଚ କରିବା ଜାରି ରଖିଛନ୍ତି । ଏନେଇ ଅନେକ ରିପୋର୍ଟ ଭାରତର ମହତ୍ତ୍ୱକାଂକ୍ଷୀ ‘ମିଲିୟନ ଡେଥ ଷ୍ଟଡି’ ପ୍ରୋଜେକ୍ଟରେ ତଥ୍ୟ ପ୍ରକାଶ ହୋଇଥିଲା ।

ସମ୍ପୂର୍ଣ୍ଣ ଭାରତ ଓ ଦକ୍ଷିଣ ଏସିଆରେ ଅଧିକାଂଶ ଦେଖାଯାଉଥିବା ‘ରସେଲ୍ସ ୱାଇପର’କୁ ଅନେକ ଲୋକେ “ଦୁବୋଇବା ସାପ” ମଧ୍ୟ କୁହନ୍ତି । ଏହି ସାପକୁ ବିଷାକ୍ତ ସାପଙ୍କ ପ୍ରଜାତିମାନଙ୍କ ମଧ୍ୟରେ ଗଣାଯାଏ । ଏମାନେ ମୂଷା ଓ ଗୁଣ୍ଡୁଚି ମୂଷା ଖାଇ ନିଜର ପେଟ ପୋଷିଥାନ୍ତି । ଭାରତରେ ଦେଖା ଯାଉଥିବା କରେତ ଜାତୀୟ ସାପ ସୂର୍ଯ୍ୟକିରଣରେ ଶାନ୍ତ ପଡିଯାନ୍ତି ଏବଂ ରାତି ସମୟରେ ଏମାନେ ଭୟଙ୍କର ରୂପ ନେଇଥାନ୍ତି । ଏହାର ଲମ୍ବ ପାଖାପାଖି ଦୁଇ ମିଟର ଅର୍ଥାତ ପାଞ୍ଚ ଫୁଟ୍ ନଅ ଇଞ୍ଚର ହୋଇଥାଏ । ଅନ୍ୟପକ୍ଷରେ ନାଗସାପ କେବଳ ଅନ୍ଧାରରେ ଆକ୍ରମଣ କରିଥାଏ । ଏହାର ଦଂଶନ ଖୁବ ଭୟଙ୍କର ହୋଇଥାଏ, ଯେଉଁଥିରେ “ଇନ୍ଟରନାଲ ବ୍ଲିଡିଙ୍ଗ”ର ସମ୍ଭାବନା ମଧ୍ୟ ରହିଥାଏ ।

snake

ସାପ ଦଂଶନର ଶିକାର ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ଅଛନ୍ତି ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ । ତଥ୍ୟ ଅନୁସାର ୭୦ ବର୍ଷରୁ କମ ବୟସ୍କ ଲୋକଙ୍କ କ୍ଷେତ୍ରରେ ସାପ କାମୁଡ଼ାରୁ ମୃତ୍ୟୁର ସମ୍ଭାବନା କମ୍ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ:

ଗବେଷକଙ୍କ ମତରେ ବର୍ଷା ଋତୁରେ ବିଲରେ ରହୁଥିବା ସାପମାନଙ୍କର ଦଂଶନ ଅଧିକ ବିଷାକ୍ତ ହୋଇଥାଏ । ଏହି ସ୍ଥାନ ଗୁଡିକରେ ଚାଷ କରୁଥିବା ସମୟରେ ଲୋକଙ୍କୁ ସାପ କବଳରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଶିଖାଇବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ସର୍ପ ଦଶଂନ ବୈଶ୍ୱିକ ସ୍ୱାସ୍ଥ୍ୟ ପ୍ରାଥମିକତା ବୋଲି “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ” ତରଫରୁ କୁହାଯାଇଛି । ସେହିପରି ସାରା ବିଶ୍ୱରେ ପ୍ରତି ବର୍ଷ ସର୍ପ ଦଶଂନରେ ମୃତ୍ୟୁ ସଂଖ୍ୟା ୮୧ ହଜାରରୁ ୧୩୮ ହଜାର ମଧ୍ୟରେ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.