ମହିଳା ଏସ୍ ଆଇଙ୍କ ଦବଙ୍ଗଗିରି: ବିନା କାରଣରେ ଥାନାରେ ଓ ବଜାର ଭିତରେ ପିଟିଲେ, ଅଣ୍ଡରଟେକିଙ୍ଗ୍ ଲେଖିବାକୁ କହିଲେ କିନ୍ତୁ ଦୋଷ କଣ କହିଲେନି

ବାଲିଗୁଡା : ବିନା କାରଣରେ ଥାନାକୁ ଡାକି ମହିଳା ଏସ୍ ଆଇଙ୍କ ଦବଙ୍ଗଗିରି । ମାଡ ମାରିଲେ , ପରିବାର ଲୋକଙ୍କୁ ଅଣ୍ଡର ଟେକିଙ୍ଗ୍ ଲେଖିବାକୁ କହିଲେ କିନ୍ତୁ ଦୋଷ କଣ କହିଲେନି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ । ଅଞ୍ଚଳର ପଠାଣ ସାହିରେ ରହୁଥିବା ୩୩ବର୍ଷିୟ ଏମ୍.ଡି ପଲେ ଖାନଙ୍କ ସହିତ ଘଟିଛି ଏକ ଘଟଣା ।

ଖବର ମୁତାବକ ଗତ ୧୧ ତାରିଖ ରାତି ପ୍ରାୟ ୧୦ଟାବେଳେ ଜି.ଉଦୟଗିରି ଥାନାର ମହିଳା ଏସଆଇ କୌଶଲ୍ଯା ବେହେରା ଗାଡିରେ ଆସି ଏମ୍.ଡି ଖାନଙ୍କୁ ଥାନାକୁ ଯିବାକୁ କହିଥିଲେ । ଏହାପରେ ସେ ଦୁଇ ଜଣ ହୋମଗାର୍ଡଙ୍କ ସହ ମିଶି ଚାଲି ଚାଲି ଥାନାକୁ ଯାଇଥିଲେ । ଥାନାରେ ୨ଘଣ୍ଟା ବସିବାପରେ ସେ ଏସଆଇ ମ୍ଯାଡାମଙ୍କୁ ଡାକିବାର କାରଣ ପଚାରିବାକୁ ମ୍ଯାଡାମଙ୍କର ରାଗ ପଞ୍ଚମ ହୋଇଯାଇଥିଲା । ଏହାପରେ ସେ ବ୍ଯକ୍ତି ଜଣଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ପିନ୍ଧିଥିବା ଜୋତାରେ ଗୋଇଠା ମାରିଥିଲେ । ଏହାରି ଭିତରେ ବ୍ଯକ୍ତି ଜଣଙ୍କର ମା ଏବଂ ସ୍ତ୍ରୀ ଘଟଣାସ୍ଥଳରେ ପହଁଚି ଯିବାକୁ ମ୍ଯାଡାମ୍ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଅକ୍ରମଣ କରିବାକୁ ଉଦ୍ଯମ କରିଥିଲେ ।

କିଛି ସମୟ ଯିବା ପରେ ବ୍ଯକ୍ତି ଜଣଙ୍କ ପରିବାର ଲୋକଙ୍କୁ ଅଣ୍ଡର ଟେକିଙ୍ଗ ଲେଖି ନେଇଯିବାକୁ କହିଥିଲେ । ଖାଲି ସେତିକି ନୁହେଁ ଅଣ୍ଡରଟେକିଙ୍ଗରେ ବ୍ଯକ୍ତିଙ୍କ ସ୍ତ୍ରୀ ଙ୍କୁ ମୋ ସ୍ବାମୀଙ୍କୁ ସୁସ୍ଥ ଅବସ୍ଥାରେ ଘରକୁ ନେଉଛି ବୋଲି ଲେଖିବାକୁ ବାଧ୍ଯ କରିଥିଲେ । ତେବେ ଏହି ଘଟଣାପରେ ଏମ୍.ଡି ପଲେ ଖାନ୍ ନିଜର ଏବଂ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜି. ଉଦୟଗିରି ଥାଏ ଏବଂ ଏସଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସେମାନେ ଲେଖା ଗ୍ରହଣ ନକରିବାରୁ ଫୁଲବାଣୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଦ୍ବାରସ୍ତ ହୋଇଥିବା ଜଣାପଡିଛି । ଏହାସହିତ ତଦନ୍ତ କରି ତାଙ୍କୁ ତୁରନ୍ତ ନ୍ଯାୟ ଦେବା ପାଇଁ ଗୁହାରୀ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.