ପୁଣି ନବରଙ୍ଗପୁରରେ କାୟା ବିସ୍ତାର କଲା କରୋନା, ଚିହ୍ନଟ ହେଲେ ୪ ସଂକ୍ରମିତ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲାରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ନେଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧୩୯ରେ ପହଞ୍ଚିଛି। ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ଆଜି ପୁଣି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ୩ ଜଣଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ସେଣ୍ଟରକୁ ପଠାଯାଇଥିବା ବେଳେ ଅନ୍ଯ ଜଣେ ଆକ୍ରାନ୍ତ ଯୁବତୀଙ୍କୁ ଭୁବନେଶ୍ବର ସ୍ଥିତ ସୋମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

nabarangapur1ଜିଲ୍ଳାପାଳଙ୍କ ସୂଚନା ଅନୁଯାୟୀ, ୪ଜଣ ଚିହ୍ନଟଙ୍କ ମଧ୍ଯରୁ ଜଣେ ଡାକ୍ତର ଏବଂ ଜଣେ ଭୁବନେଶ୍ବରର ଘରୋଇ କଲେଜର ଛାତ୍ରୀ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ TMC ସେଣ୍ଟରରେ ରହୁଥିଲେ। ଆକ୍ରାନ୍ତ ଡାକ୍ତର ପୂର୍ବରୁ ଗଞ୍ଜାମର ଏକ ବିବାହ କାର୍ଯ୍ଯରେ ଯୋଗ ଦେଇ ଫେରିବା ପରେ ସେ ଘରୋଇ ସଂଗରୋଧରେ ଥିବା ସୂଚନା ମିଳିଛି। ଅନ୍ଯପଟେ ଆକ୍ରାନ୍ତ ଡାକ୍ତରଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଯେଉଁ ମେଡିକାଲରେ ଡାକ୍ତର କାର୍ଯ୍ଯ କରୁଥିଲେ ସେହି ମେଡିକାଲ ଏବଂ ଡାକ୍ତର ରହୁଥିବା ବିନାୟକ ନଗରକୁ ସାନିଟାଇଜ୍ କରାଯିବା ସହ ଉକ୍ତ ଅଞ୍ଚଳର ୨୦୦ ମିଟର ପର୍ଯ୍ଯନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଳାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.